ଅପରାଜିତା ଫୁଲକୁ ଫୁଟାଇ ଏହାର ପାଣି ପିଅନ୍ତୁ, ଅନେକ ରୋଗରୁ ମୁକ୍ତି ମିଳିବ

ଅପରାଜିତା ଫୁଲକୁ ଆମେ କେବଳ ପୂଜା କରିବା ପାଇଁ ବ୍ୟବହାର କରିଥାଉ। କିନ୍ତୁ ଏହାର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି। ଆୟୁର୍ବେଦିକ ଶାସ୍ତ୍ରରେ ଏହା ସମ୍ପର୍କରେ ଲେଖାଯାଇଛି। ଆଜି ଆମେ ଏହା ସମ୍ପର୍କରେ ଆପଣଙ୍କୁ କହିବୁ।

ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ସମସ୍ତେ ନିଜ କଥା ଭୁଲିଯାଉଛନ୍ତି। ଅବସାଦ ଓ ଚିନ୍ତା ଲୋକମାନଙ୍କୁ ମାଡ଼ି ବସୁଛି। କିନ୍ତୁ ଏହାକୁ ନେଇ ଆମେ କିଛି ଉପାୟ କହିବୁ ଯାହାକୁ ମାନିବା ପରେ ହୁଏତ ଆପଣଙ୍କ ଏହି ସମସ୍ୟା ଦୂର ହୋଇଯିବ।

aparajita
pc: times food times of india

ଅପରାଜିତା ଗାଁ ଗହଳିରୁ ନେଇ ସହର ପର୍ଯ୍ୟନ୍ତ ମିଳୁଥିବା ସାଧାରଣ ଗଛଟିଏ।ଏହା ଯେଉଁଠି ସେଇଠି ଲଟା ପରି ମାଡି ଯାଏ । ଆୟୁର୍ବେଦରେ ଅପରାଜିତାଙ୍କୁ ଗୋଟିଏ ଜଡିବୁଟି ଭାବରେ ଗୁରୁତ୍ୱ ଦିଆଯାଇଛି । ଏହାର ଆୟୁର୍ବେଦରେ ବହୁଳ ପରିମାଣରେ ବିଭିନ୍ନ ରୋଗ ପାଇଁ ଉପଚାର କରାଯାଇଥାଏ । ଅପରାଜିତା ଦୁଇ ପ୍ରକାରର ଦେଖିବାକୁ ମିଳେ ଗୋଟିଏ ହେଉଛି ଧଳା ଓ ଅନ୍ୟଟି ହେଉଛି ନୀଳ । ଅପରାଜିତା ଫୁଲରେ ହେଉଥିବା ରୋଗର ଉପଚାର ବିଷୟରେ ଆସନ୍ତୁ ଜାଣିବା ।

  • ମଧୁମେହ ରୋଗୀ ମାନଙ୍କୁ ସକାଳ ଓ ରାତ୍ରିର ଭୋଜନ ପରେ ଅପରାଜିତା ଫୁଲରେ ଚାହା ପ୍ରସ୍ତୁତ କରି ପିଇବାକୁ ଦେବା ଦ୍ୱାରା ସେମାନଙ୍କର ରକ୍ତ ସର୍କରା ନିୟନ୍ତ୍ରିତ ରହିଥାଏ
health tips
pc: amazon.in

 

  • କିଡନୀରେ ଯଦି ଆପଣ ଯନ୍ତ୍ରଣା ପାଉଛନ୍ତି ତେବେ ୫ ଗ୍ରାମ ଅପରାଜିତା ଚେରକୁ ଚାଉଳ ପାଣିରେ ବାଟି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ସକାଳେ ଓ ସନ୍ଧ୍ୟା ସମୟରେ ପିଇବା ଦ୍ୱାରା କିଡନୀ ଷ୍ଟୋନ ରୋଗରୁ ଆର।ମ ମିଳିଥାଏ ।
  • ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିକୁ ଭଜା ହୋଇଥିବା ଅପରାଜିତା ମଞ୍ଜି ଅଧଗ୍ରାମ ଗୁଣ୍ଡ କରି ଦିନକୁ ଦୁଇଥର ମହୁ ସହିତ ସେବନ କରିବାକୁ ଦିଅନ୍ତୁ ଏହା ଦ୍ୱାରା ଜଣ୍ଡିସରୁ ଆର।ମ ମିଳିବ ।