ଦୈନିକ ଗୋଟିଏ କିଓ୍ଵି ଖାଆନ୍ତୁ, ମିଳିବ ଏହି ୪ଟି ଫାଇଦା

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆମକୁ ସର୍ବଦା ଉତ୍ତମ ଖାଦ୍ୟ ଖାଇବା ଜରୁରୀ। ଅନେକ ଜଣ କାର୍ଯ୍ୟ ବ୍ୟସ୍ତତାରେ ଠିକ ରୂପେ ଖାଇପାରନ୍ତି ନାହିଁ। ଯାହାର ଖରାପ ପ୍ରଭାବ ସିଧା ଶରୀର ଉପରେ ପଡ଼ିଥାଏ। ଦିନର ଆରମ୍ଭ ଭଲ ଓ ଷ୍ଟ୍ରଙ୍ଗ ବ୍ରେକଫାଷ୍ଟ ଦ୍ୱାରା କଲେ ପୁରା ଦିନଟା ଭଲରେ ଯାଇଥାଏ। କିନ୍ତୁ ଏଥିରେ କିଛିବି ଏପଟ ସେପଟ ହେଲେ ଆମ ଦେହ ଖରାପ ହେବା ସୁନିଶ୍ଚିତ।

kiwi fruits
pc: spoon university

କିଓ୍ଵି, ଏମିତି ଏକ ଫଳ। ଯାହାକୁ ଦିନରେ ଥରେ ମାତ୍ର ଖାଇଲେ ଶରୀର ପାଇଁ ଏହା ଅନେକ ଫାଇଦା ଯୋଗାଏ। କିଓ୍ଵିରେ ଫାଇବର, ଭିଟାମିନ-ଇ, ପଲିଫେନାଲ୍ସ ଏବଂ କ୍ୟାରେଟିନଏଡ୍‌ ଭରପୂର ମାତ୍ରାରେ ରହିଥାଏ। ଯାହା ଆପଣଙ୍କୁ ଅନେକ ରୋଗରୁ ମୁକ୍ତି ଦିଏ। ହାର୍ଟ ହେଲ୍ଥ ସହ ଭଲ ନିଦ ପାଇଁ ପ୍ରତିଦିନ ଗୋଟିଏ ଲେଖାଏଁ କିଓ୍ଵି ଖାଇଲେ ଭଲ ପ୍ରଭାବ ପକାଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ କୁହନ୍ତି ଯେ, ପ୍ରତିଦିନ ନିଜ ଡାଏଟରେ କିଓ୍ଵିକୁ ସାମିଲ କରନ୍ତୁ। ଏହା କରିବା ଦ୍ୱାରା ମୁଖ୍ୟତଃ ୪ଟି ଫାଇଦା ମିଳିଥାଏ ।

ସୁସ୍ଥ ହାର୍ଟ:
କିଓ୍ଵିର ସେବନ ଦ୍ୱାରା ହାର୍ଟ ହେଲଦି ବା ସୁସ୍ଥ ରୁହେ। ଏଥିରେ ମହଜୁଦ ଥିବା ପୋଟାସିୟମ ହାର୍ଟ ଆଟାକ୍‌ ର ବିପଦକୁ କମ କରିଥାଏ । ଏହାସହ ଫାଇବର ଓ ଭିଟାମିନ ଦ୍ୱାରା ଧମନୀ ମଜବୁତ ରୁହେ।

ରୋଗରୁ ମୁକ୍ତ ରଖେ:
କିଓ୍ଵିରେ ଭିଟାମିନ ସି, ଆଣ୍ଟି ଅକ୍ସିଡାଣ୍ଟ, ଫାଇବର ଏବଂ ପୋଟାସିୟମ ଭଳି ତତ୍ତ୍ୱ ଅନେକ ରୋଗ ସହ ଲଢ଼ିବାରେ ସାହାଯ୍ୟ କରିଥାଏ। ବିଶେଷ କରି ଡେଙ୍ଗୁ ହେଲେ ବ୍ଲଡ ବା ରକ୍ତରେ ପ୍ଲେଟଲେଟ୍ସ ଖୁବ କମ ହୋଇଯାଏ। ଯାହାଦ୍ୱାରା ବ୍ୟକ୍ତି ଜଣଙ୍କୁ ଶେଷରେ ବ୍ଲଡ ସାଲାଇନ ଦିଆଯାଏ। ଏଥିପାଇଁ ଆପଣ କିଓ୍ଵି ମଧ୍ୟ ଖାଇପାରିବେ । ଏହା ବ୍ଲଡ ପ୍ଲେଟଲେଟସ୍‌ କୁ ବଢ଼ାଇଥାଏ।

kiwi fruit
pc: wedandbeyond

ଗର୍ଭବତୀ ମହିଳାଙ୍କ ପାଇଁ ଭଲ ହୋଇଥାଏ:
ଗର୍ଭବତୀ ମହିଳାଙ୍କ ପାଇଁ କିଓ୍ଵି ଖୁବ ଫାଇଦା ହୋଇଥାଏ। ଏଥିରେ ମହଜୁଦ ଥିବା ଫୋଲେଟ ପିଲାଙ୍କ ମସ୍ତିଷ୍କକୁ ବିକାଶ କରିବାରେ ସାହାଯ୍ୟ କରେ। ପ୍ରେଗନାନ୍ସି ପୂର୍ବରୁ ଓ ପରେ କିଓ୍ଵିର ସେବନ ନ୍ୟୁରଲ ଟ୍ୟୁବ ଡିଫେକ୍ଟ ରୁ ବଞ୍ଚାଇଥାଏ। ଏହାସହ ଇମ୍ୟୁନିଟି ପାଓ୍ଵାରକୁ ବଢ଼ାଇଥାଏ।

ଉତ୍ତମ ନିଦ ପାଇଁ ଉପଯୋଗୀ:
ଯଦି ଆପଣଙ୍କୁ ରାତିରେ ଠିକ୍‌ ରେ ନିଦ ହଉନି ତେବେ କିଓ୍ଵି ଖାଆନ୍ତୁ। ଏହାକଲେ ବହୁତ ଫାଇଦା ମିଳିବ। କିଓ୍ଵିରେ ସେରୋଟୋନିନ ରହିଥାଏ, ଯାହା ହାପ୍ପି ହର୍ମୋନକୁ ବଢ଼ାଇଥାଏ । ଉତ୍ତମ ନିଦ ପାଇଁ ଏହା ଜରୁରୀ ହୋଇଥାଏ। ଆପଣ ରାତିରେ ଶୋଇବାର ୧ଘଣ୍ଟା ପୂର୍ବରୁ ଏହି ଫଳ ଖାଆନ୍ତୁ। ଦେଖିବେ ଭଲ ନିଦ ଆସିବ।