ଦିଓ୍ଵାଲିକୁ କରନ୍ତୁ ଆହୁରି ଖାସ୍‌ , ଘରେ ବନାନ୍ତୁ ମାତ୍ର ୫ ମିନିଟରେ ବେସନ ହାଲଓ୍ଵା, ନିଜେ ଖାଆନ୍ତୁ ଗେଷ୍ଟଙ୍କୁ ବି ଦିଅନ୍ତୁ

ଆମେ ଘରେ ସାଧାରଣତଃ ଗାଜର ହାଲୱା, ସୁଜି ହାଲୱା ପରି ମିଠା ଖାଦ୍ୟ ମାନ ପ୍ରସ୍ତୁତ କରି ଖାଇଥାଉ । କିନ୍ତୁ ଏଥର ଦିଓ୍ଵାଲି ଅବସରରେ କିଛି ନୂଆ ମିଠା ପ୍ରସ୍ତୁତ କରି ଖାଆନ୍ତୁ । ବେସନରେ ଆପଣ ପକୁଡି, ଢ଼ୋକଳା ଆଦି ପ୍ରସ୍ତୁତି କରି ଖାଆନ୍ତି । କିନ୍ତୁ ବେସନ ପ୍ରସ୍ତୁତ ହାଲୱା ହେଉଛି ଏକ ପାରମ୍ପରିକ  ଖାଦ୍ୟ। ଏହାକୁ ଆପଣ ଜଳଖିଆ ବା ମିଠା ଦ୍ରବ୍ୟ ହିସାବରେ ବି ଖାଇପାରିବେ । ଏହି ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀ ଜାଣି ରଖନ୍ତୁ:

୧. ବେସନ- ଏକ କପ

୨. ଲହୁଣୀ ବା ଘିଅ- ଅଧା କପ

୩. ଚିନି – ଏକ କପ

୪. ଗୁଜୁରାତି ପାଉଡର- କିଛି

୫. ପାଣି – ୨ କପ

୬. କଟା ଯାଇଥିବା ବାଦାମ

ପ୍ରସ୍ତୁତି ପ୍ରଣାଳୀ:
– ପ୍ରଥମେ ମଧ୍ୟମ ଆଞ୍ଚରେ ଏକ ପ୍ୟାନ ବସାନ୍ତୁ । ଏଥିରେ ଚିନି, ଗୁଜୁରାତି ପାଉଡର ସହ ପାଣି ଫୁଟାନ୍ତୁ ।

– ଏବେ ଅନ୍ୟ ଏକ ଫ୍ରୀଇଙ୍ଗ ପ୍ୟାନରେ ଲହୁଣୀ ଗରମ କରନ୍ତୁ । ଏବେ ଏଥିରେ ଧୀରେ ଧୀରେ ବେସନ ଦିଅନ୍ତୁ | ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ବେସନକୁ ପ୍ୟାନରେ ଧୀରେ ଧୀରେ ଘାଟନ୍ତୁ ।

-ଏଥିପାଇଁ ନିଶ୍ଚିତ ରୂପେ ୫ ରୁ ୭ ମିନିଟ ସମୟ ଲାଗିଯିବ । ବେସନ ରଙ୍ଗ ବଦଳି ଗଲେ ଏଥିରୁ ଏକ ନୂଆ ବାସ୍ନା ଆସିବ ।

– ଏବେ ସେଥିରେ ସିରପ ଧୀରେ ଧୀରେ ଢ଼ାଲନ୍ତୁ । ଏବେ ନିଜ ଆଞ୍ଚ କମ କରିଦିଅନ୍ତୁ । ଆଉ ୨ ରୁ ୩ ମିନିଟ ପାଇଁ ଚୁଲିରେ ବସାନ୍ତୁ ।

– ଦେଖିବେ ଧୀରେ ଧୀରେ ବେସନ ସବୁ ପାଣି ଶୁଖାଇଦେବ । ଏବେ ହାଲୱା ଥଣ୍ଡା କରି କାଜୁ ଓ ବାଦାମ ଦେଇ ଗାନିସିଙ୍ଗ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.