ଏହି କଳା ଖାଦ୍ୟ ଆପଣଙ୍କ କିଡନୀ ପାଇଁ ହୋଇଥାଏ ବହୁତ ଲାଭକାରୀ,ଜାଣନ୍ତୁ ଏହାର ଫାଇଦା

ବିଶେଷଜ୍ଞଙ୍କ ମତରେ ବ୍ଲାକ ଫୁଡ୍ସ ବା କଳା ଖାଦ୍ୟ ଆମ କିଡନୀ ପାଇଁ ବହୁତ ଲାଭକାରୀ ହୋଇଥାଏ । ବ୍ଲାକ ଫୁଡ କିଡନୀର ବହୁ ରୋଗ ଦୂର କରିବାରେ ସାହାଯ୍ୟ କରିଥାଏ । କିଡନୀ ଆମ ଶରୀରର ବହୁତ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏହା ଆମ ଶରୀରର ଫ୍ଲିଟର କାମ କରିଥାଏ । ଏହା ରକ୍ତରୁ ଟକ୍ସିକ ସାମଗ୍ରୀ ମୁତ୍ର ସାହାଯ୍ୟରେ ବାହାର କରିଥାଏ । ଏକ ଗବେଷଣା ଅନୁସାରେ ଯଦି ଆପଣ ଲଗାତାର ଡ୍ରାଏ ବ୍ଲାକ ବିନ୍ସ, ଡ୍ରାଏ ବ୍ଲାକ ଲେଣ୍ଟିଲସ ଖାଆନ୍ତି ତ ଏହା ଆପଣଙ୍କ ହୃଦ ରୋଗ ସହ କିଡନୀକୁ ମଧ୍ୟ ରକ୍ଷା କରିଥାଏ ।

କଳା ଚାଉଲ କିଡନୀ ପାଇଁ ସ୍ୱାସ୍ଥ୍ୟକର :

କଳା ଚାଉଳରେ ଭରପୁର ମାତ୍ରାରେ ଆଇରନ ମିଳିଥାଏ । ଯାହା ଆମକୁ ଏନେମିଆରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । କଳା ଚାଉଳରେ ଥିବା ତତ୍ତ୍ୱ କିଡନୀ ସୁସ୍ଥ ରଖିବାରେ ସହାୟକ ହୋଇଥାଏ ।

କଳା ବା ଚୋପା ଲଗା ବିରି ଡାଲି :

କଳା ବା ଚୋପା ଲଗା ବିରିଡାଲିରେ ଭରପୁର ମାତ୍ରାରେ କ୍ୟାଲସିୟମ, ପୋଟାସିୟମ, ଆଇରନ,ଫୋଲେଟ ଓ ଜିଙ୍କ ମିଳିଥାଏ । ଏହା ଆମ ଶରୀରରେ ଶକ୍ତି ବଢ଼ାଇଥାଏ । ଏହା କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

କଳା ଖସା ବା ତିଳ :

କଳା ରାଶି ବା ତିଳରେ ଫାଇବର, ପ୍ରୋଟିନ, ମ୍ୟାଗ୍ନେସିୟମ, ପୋଟାସିୟମ, ଆଇରନ, କ୍ୟାଲସିୟମ,ଜିଙ୍କ, ସେଲେନିୟମ ଓ ଭିଟାମିନ ଇ ଭରପୁର ମାତ୍ରାରେ ଥାଏ । ଏହା କିଡନୀକୁ ସୁସ୍ଥ ରଖିଥାଏ ।

କଳା ଅଙ୍ଗୁର :

ଲ୍ୟୁଟିନ ଓ ଜେକ୍ସେଥିନ ଭଳି କମ୍ପାଉଣ୍ଡ କିଡନୀ ପାଇଁ ବହୁତ ଉପକାରୀ ହୋଇଥାଏ । ଏଥିରେ ଥିବା ତତ୍ତ୍ୱ ମଧ୍ୟ ଚର୍ମ ପାଇଁ ବହୁତ ଉପକାରୀ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.