ଭାରତରେ ଦ୍ରୁତଗତିରେ ବଢ଼ୁଛି ମସ୍ତିଷ୍କ ଏବଂ ଗଳା କ୍ୟାନ୍ସର, ଜାଣନ୍ତୁ ଏହାର ଲକ୍ଷଣ

ମସ୍ତିଷ୍କ ଏବଂ ଗଳା କ୍ୟାନ୍ସର ଷଷ୍ଠ ସ୍ଥାନରେ ରହିଛି। ୫୭.୫ ପ୍ରତିଶତ ମାମଲା ଏସିଆରୁ ଆସିଛି । ଏହି ଦେଶ ମାନଙ୍କ ମଧ୍ୟରେ ଭାରତ ଏଭଳି ଏକ ଦେଶ ଯେଉଁଠାରେ ଏହି କ୍ୟାନ୍ସରର ମାମଲା ଅଧିକ ଦେଖିବାକୁ ମିଳିଥାଏ ।

କ୍ୟାନ୍ସର ଅନେକ ପ୍ରକାରର ହୋଇଥାଏ । କିନ୍ତୁ ନିକଟରେ ମସ୍ତିଷ୍କ ଏବଂ ଗଳା କ୍ୟାନ୍ସର ଷଷ୍ଠ ସ୍ଥାନରେ ରହିଛି, ଯାହା ସାଧାରଣ କ୍ୟାନ୍ସର ମଧ୍ୟରୁ ଅନ୍ୟତମ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ୫୭.୫ ପ୍ରତିଶତ ମାମଲା ଏସିଆରୁ ଆସିଛି । ଏହି ଦେଶ ମାନଙ୍କ ମଧ୍ୟରେ ଭାରତ ଏଭଳି ଏକ ଦେଶ ଯେଉଁଠାରେ ଏହି କ୍ୟାନ୍ସରର ମାମଲା ଅଧିକ ଦେଖିବାକୁ ମିଳିଥାଏ । ଇଣ୍ଟରନ୍ୟାସନାଲ ଏଜେନ୍ସି ଫର ରିସର୍ଚ୍ଚ ଅନ କ୍ୟାନ୍ସର ଅନୁସାରେ ୨୦୪୦ ମସିହାରେ ଏହାର ସଂଖ୍ୟା ୫୦-୬୦ ପ୍ରତିଶତ ବୃଦ୍ଧି ହେବାର ଆଶଙ୍କା ରହିଛି ।

ଏହି ରିପୋର୍ଟରେ ଅନ୍ୟ ଏକ ଆଶ୍ଚର୍ଯ୍ୟ କଥା ସାମ୍ନାକୁ ଆସିଛି କି ଏହି କ୍ୟାନ୍ସର ସମସ୍ୟା ପୁରୁଷ ମାନଙ୍କ ମଧ୍ୟରେ ଅଧିକ ଦେଖାଯାଇଛି । ଅନ୍ୟପଟେ ମହିଳାମାନଙ୍କ ମଧ୍ୟରେ ଏହା ଚତୁର୍ଥ ସ୍ଥାନରେ ରହିଛି । ୬୦ରୁ ୭୦ ବର୍ଷିୟ ବୟସ୍କ ବ୍ୟକ୍ତିଙ୍କୁ ଏହି କ୍ୟାନ୍ସର ଅଧିକ ପ୍ରଭାବିତ କରୁଛି । ୨୪ରୁ ୩୩ ପ୍ରତିଶତ ୨୦ରୁ ୫୦ ବର୍ଷିୟ ବ୍ୟକ୍ତି ଏହି କ୍ୟାନ୍ସର ରୋଗରେ ପିଡ଼ିତ । ଅନ୍ୟପଟେ କୁହାଯାଉଛି ଆଗାମୀ ସମୟରେ ଏହା ଯୁବପିଢ଼ୀଙ୍କ ମଧ୍ୟରେ ଦ୍ରୁତଗତିରେ ବ୍ୟାପିପାରେ । ଖରାପ ଜୀବନଶୈଳୀ, ବଢ଼ୁଥିବା ବୟସ, ତମାଖୁ, ଧୂମପାନ ଏବଂ ମଦ୍ୟପାନ ଏହି କ୍ୟାନ୍ସର ହେବାର ପ୍ରମୁଖ କାରଣ ।

ଏହି କ୍ୟାନ୍ସରର ଲକ୍ଷଣ ଅଲଗା ହୋଇଥାଏ । ଯେଉଁ କାରଣରୁ ଭିନ୍ନ ଭିନ୍ନ ଶରୀରରେ ଭିନ୍ନ ଲକ୍ଷଣ ଦେଖାଯାଇଥାଏ । କହିବା ଏବଂ ଖାଦ୍ୟ ଖାଇବା ଏହି କ୍ୟାନ୍ସରର ମୁଖ୍ୟ ଲକ୍ଷଣ ହୋଇଥାଏ । ଭାରତରେ ୬୦-୭୦ ପ୍ରତିଶତ ରୋଗୀଙ୍କ ମଧ୍ୟରେ ଏହାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଥାଏ । ତମାଖୁ, ମଦ, ପାନ, ଆହାର ସମ୍ବନ୍ଧୀୟ କୁପୋଷଣ ସାମାନ୍ୟ ଏଟିୟଲୋଜିକାଲ କାରକ ଥାଏ ଯାହା ଦ୍ୱାରା ଗଳା କ୍ୟାନ୍ସର ହେଇପାରେ ।

ଖାଦ୍ୟରେ ଭିଟାମିନ ଏ, ସି, ଇ, ଆଇରନ, ସେଲେନିୟମ ଏବଂ ଜିଙ୍କର ଅଭାବ କାରଣରୁ ମଧ୍ୟ ଏହି କ୍ୟାନ୍ସର ହେବାର ସମ୍ଭବନା ବଢ଼ିଥାଏ । ଖାଦ୍ୟରେ ଅଧିକ ଲୁଣ, ଗ୍ରୀଲ୍ଡ ବାର୍ବିକ୍ୟୁ ମାଂସ, ଅତ୍ୟଧିକ ଜମି ଯାଇଥିବା ଖାଦ୍ୟ ମଧ୍ୟ କ୍ୟାନ୍ସର ହେବାର କାରଣ ହୋଇପାରେ । ଅଧିକ ସୂର୍ଯ୍ୟ କିରଣ, ଜୀବାଣୁ HPV, EBV, Herpes ଏବଂ HIV କାରଣରୁ ମଧ୍ୟ ଏହି କ୍ୟାନ୍ସର ରୋଗ ହେବାର ସମ୍ଭାବନା ବଢ଼ିଥାଏ । ଏହି କ୍ୟାନ୍ସର ରୋଗ ହେବାର ଏକ ଜେନେଟିକ କାରଣ ମଧ୍ୟ ହୋଇପାରେ । ଯଦି କୌଣସି ପରିବାରର ଗଳା
ଏବଂ ମସ୍ତିଷ୍କ କ୍ୟାନ୍ସର ହୋଇଛି, ତେବେ ଏହି କ୍ୟାନ୍ସର ହେବାର ଆଶଙ୍କା ୩.୫ କିମ୍ବା ୩.୮ ପ୍ରତିଶତ ବଢ଼ିଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.