ଭୁଲରେ ବି ସକାଳୁ ଖାଲି ପେଟରେ ସେବନ କରନ୍ତୁ ନାହିଁ ଏହି ୭ଟି ଜିନିଷ, ନଚେତ ଚାଲିଯାଇପାରେ ଆପଣଙ୍କ ଜୀବନ !

ନିଜ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ କିଛି କଥାକୁ ସବୁବେଳେ ଧ୍ୟାନରେ ରଖିବା ଉଚିତ। କେଉଁ ଖାଦ୍ୟ କେତେବେଳେ ଖାଇବା ଉଚିତ, କେମିତି ଖାଇବା ଉଚିତ, ତାହା ବିଷୟରେ ସମ୍ୟକ ଧାରଣା ଥିବା ଦରକାର। କିଛି ଖାଦ୍ୟ ସାମଗ୍ରୀ ଏମିତି ବି ଅଛି, ଯାହାକୁ ଖାଲି ପେଟରେ ଖାଇବା ଅଥବା ପିଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ। ଦହି, କଞ୍ଚା ଟମାଟର ଆଦିକୁ ଖାଲି ପେଟରେ ଖାଇବା ଠିକ ନୁହେଁ। ଆସନ୍ତୁ ଜାଣିବା, ଏମିତି ଅନ୍ୟ କିଛି ଖାଦ୍ୟ ସାମଗ୍ରୀ ବିଷୟରେ, ଯାହାର ସେବନ ଖାଲି ପେଟରେ କରିବା ଉଚିତ ନୁହେଁ।

Woman using knife and fork to cut her dinner

୧. ସୋଡା: ଏଥିରେ ଅଧିକ ମାତ୍ରାରେ କାର୍ବୋନେଟ ଏସିଡ ରହିଥାଏ। ଯଦି ଆପଣ ଏହାକୁ ଖାଲି ପେଟରେ ଖାଇବେ, ତା’ହେଲେ ଆପଣଙ୍କୁ ବାନ୍ତି ଲାଗିପାରେ ଏବଂ ଆପଣ ଅସହଜ ଅନୁଭବ କରିପାରନ୍ତି।

୨. ଟମାଟର: ଟମାଟରରେ ଏସିଡ ରହିଥାଏ। ଏହାକୁ ଖାଲି ପେଟରେ ଖାଇଲେ ଏହା ରିଆକ୍ଟ କରିଥାଏ ଏବଂ ଏହା ଷ୍ଟୋନର କାରଣ ମଧ୍ୟ ହୋଇଥାଏ।

Homegrown tomatoes

୩. ଔଷଧ: ସବୁବେଳେ ଡାକ୍ତର ପରାମର୍ଶ ଦେଉଥିବାର ଆପଣ ଶୁଣିଥିବେ କି ଖାଲି ପେଟରେ ଔଷଧ ସେବନ ନ କରିବାକୁ। ଯଦି ଖାଲି ପେଟରେ ଔଷଧ ସେବନ କରାଯାଏ, ତେବେ ଏସିଡ ସମସ୍ୟା ସୃଷ୍ଟି ହୋଇପାରେ, ଯଦ୍ଦ୍ୱାରା ଶରୀରରେ ଅସନ୍ତୁଳନ ସୃଷ୍ଟି ହୋଇପାରେ।

alcohol

୪. ଆଲକୋହଲ: ଖାଲି ପେଟରେ ଆଲକୋହଲ ସେବନ କଲେ ପେଟରେ ଜ୍ବଳନ ହେବାକୁ ଲାଗିଥାଏ, ଯଦ୍ଦ୍ୱାରା ଖାଦ୍ୟ ମଧ୍ୟ ଠିକ ଭାବେ ହଜମ ହୋଇ ନ ଥାଏ।

food2

୫. ଚଟପଟା ଭୋଜନ: ଏଥିରେ ନାଚୁରାଲ ଏସିଡ ରହିଥାଏ, ଯାହାକି ପେଟରେ ହଜମ ପ୍ରକ୍ରିୟାକୁ ବିଗାଡ଼ି ଦେଇପାରେ। କେବେ କେବେ ପେଟରେ କ୍ରାମ୍ପସ ମଧ୍ୟ ହେବାକୁ ଲାଗିଥାଏ।

tea

୬. କଫି: ଖାଲି ପେଟରେ କଫି ସେବନ କରିବା ଅଧିକ ଘାତକ ହୋଇଥାଏ। ଏଥିରେ କ୍ୟାଫିନ ରହିଥାଏ, ଯାହାକୁ ଖାଲି ପେଟରେ ଖାଇଲେ ଏହା ଆପଣଙ୍କୁ ବେହାଲ କରିଦେଇପାରେ।

୭. ଚା’: କଫି ଭଳି ଖାଲି ପେଟରେ ଚା’ ମଧ୍ୟ ପିଅନ୍ତୁ ନାହିଁ। ଏଥିରେ ଉଚ୍ଚ ମାତ୍ରାରେ ଏସିଡ ରହିଥାଏ, ଯେଉଁ କାରଣରୁ ଆପଣଙ୍କ ପେଟରେ ଯନ୍ତ୍ରଣା ହୋଇପାରେ।

You might also like