ସକାଳୁ ଭଜା ରାଶି ଚୋବାଇବା ଦ୍ୱାରା ଲିଭର ଏବଂ ପେଟ ଠିକ୍ ରହିବା ସହିତ ପାଚନ ତନ୍ତ୍ରରେ ସୁଧାର ଆସିଥାଏ

ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଖାଦ୍ୟପେୟ ମଧ୍ୟ ଠିକ୍ ହେବା ନିତାନ୍ତ ଜରୁରୀ। ଖାଇବା ପିଇବା ଠିକ୍ ହେଲେ ଶରୀରରେ ମେଟାବଲୋଜିମ ବଢିଥାଏ, ଯାହା ଯୋଗୁଁ ଶରୀର ଫିଟ୍ ରହିଥାଏ। ଏହିସବୁ ଜିନିଷ ମଧ୍ୟରେ ରାଶି ଅନ୍ୟତମ। ଆୟୁର୍ବେଦ ଅନୁସାରେ, ଭଜା ହୋଇଥିବା ରାଶି ଚୋବାଇ ଖାଇବା ଦ୍ୱାରା ପେଟ ଭଲ ଭାବେ ସଫା ରହିଥାଏ। ଏହା ସହିତ ଦାନ୍ତ ମଧ୍ୟ ମଜବୁତ ହୋଇଥାଏ।

ଦାନ୍ତ ପାଇଁ କେବଳ ଦାନ୍ତ ସଫଳ କରିବା ଯଥେଷ୍ଟ ନୁହେଁ। ଦାନ୍ତ ଏବଂ ମାଢିକୁ ସୁସ୍ଥ ରଖିବା ପାଇଁ ଏହି ଜିନିଷ କରିବା ନିତାନ୍ତ ଆବଶ୍ୟକ। କ୍ୟାଲସିୟମ ଯୁକ୍ତ ଖାଇବା ଦ୍ୱାରା ଦାନ୍ତ ଏବଂ ମାଢି ମଜବୁତ ହୁଏ। ସକାଳୁ ରାଶି ଚୋବାଇବା ଦ୍ୱାରା ବିନା ପେଷ୍ଟରେ ଦାନ୍ତ ଘଷନ୍ତୁ।

ରାଶିରେ କ୍ୟାଲସିୟମ ଭରପୂର ମାତ୍ରାରେ ରହିଥାଏ, ଯାହା ଦାନ୍ତ ଏବଂ ମାଢି ସହିତ ଆଖପାଖରେ ହାଡ ମଧ୍ୟ ସୁରକ୍ଷିତ ହୋଇଥାଏ। ଏହା ଦାନ୍ତ ଏନାମେଲରେ ଜମା ହୋଇଥିବା ମଇଳାକୁ ସଫା କରିଥାଏ।

ସକାଳୁ ସକାଳୁ ଭଜା ରାଶି ଚୋବାଇବା ଦ୍ୱାରା ଲିଭର ଏବଂ ପେଟ ଠିକ୍ ରହିଥାଏ ଏବଂ ପାଚନ ତନ୍ତ୍ରରେ ସୁଧାର ହୋଇଥାଏ। ରାଶି ଏକ ଚମତ୍କାରୀ ଆୟୁର୍ବେଦ ମଞ୍ଜି। ଏହା ହାଡ, ଦାନ୍ତ ଏବଂ କେଶକୁ ମଜବୁତ କରିବାରେ ସହାୟକ ହୋଇଥାଏ। ଶୁଖିଲା କାଶରୁ ମୁକ୍ତି ମଧ୍ୟ ଦେଇଥାଏ ରାଶି।

black sesame seeds

ଏହା ହାଇପର୍‌ ଟେନସନ୍‌ ସହ ଲଢ଼ିବାର କ୍ଷମତା ମଧ୍ୟ ମିଳିଥାଏ। ଏତଦ୍‌ ବ୍ୟତୀତ ରକ୍ତଚାପଜନିତ ଅସୁବିଧାକୁ ମଧ୍ୟ ଦୂର କରିଥାଏ । ଦୈନିକ ରାଶି ଖାଇଲେ କାର୍ଡିଓମସ୍କୁଲାର୍‌ ସିଷ୍ଟମରେ ଉତ୍ପନ୍ନ ହେଉଥିବା ଉତ୍ତେଜନା ହ୍ରାସ ପାଇଥାଏ ।

ରାଶିରେ ପଚୁର ପରିମାଣରେ ଭିଟାମିନ୍‌ ଏବଂ ମିନେରାଲ୍‌ସ ଥିବା ଯୋଗୁଁ ଏହା କର୍କଟ ରୋଗ ସହ ଲଢ଼ିବାର କ୍ଷମତା ବି ବୃଦ୍ଧି କରିଥାଏ । ଏଥିରେ ଫାଇଟେଟ୍‌ ନାମକ ଏକ ପଦାର୍ଥ ଥିବା ହେତୁ ତାହା କର୍କଟ ରୋଗର କୋଷ ବୃଦ୍ଧିକୁ ପ୍ରତିହତ କରିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି ।