କ୍ୟାନସରଠୁ ଆରମ୍ଭ କରି କୋଲେଷ୍ଟ୍ରୋଲ, ବ୍ଲଡପ୍ରେସର ଭଳି ସମସ୍ୟାକୁ ଚୁଟକିରେ ଦୂର କରିଥାଏ ଗଜା ରସୁଣ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଫାଇଦା

ରସୁଣ ଖାଇଲେ ଆମକୁ ଅନେକ ଫାଇଦା ମିଳିଥାଏ। କିନ୍ତୁ ଯଦି ଆପଣ ଗଜା ହୋଇଯାଇଥିବା ରସୁଣ ଖାଇବେ ତେବେ ଏହା ଆହୁରି ଲାଭଦାୟକ ହୋଇଥାଏ। ଗଜା ରସୁଣ ଖାଇଲେ କୋଲେଷ୍ଟ୍ରୋଲ, ବ୍ଲଡପ୍ରେସର, ବିଭିନ୍ନ ହାର୍ଟ ରୋଗ ସାଙ୍ଗକୁ କ୍ୟାନସର ଭଳି ସମସ୍ୟାରୁ ଆପଣ ଛୁଟକାରା ପାଇପାରିବେ।

Close up of garlic cloves sprouting on table

୧. ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ରସୁଣ ଅପେକ୍ଷା ଗଜା ରସୁଣ ସେବନ କଲେ ଅନେକ ରୋଗକୁ ଦୂର କରିବାରେ ଏହା ସହାୟକ ହୋଇଥାଏ।

୨. କ୍ୟାନସରରୁ ମୁକ୍ତି ପାଇବା ପାଇଁ ଗଜା ରସୁଣ ବହୁତ ଫାଇଦାଯୁକ୍ତ ହୋଇଥାଏ। ଅଂକୁରଣ ପ୍ରକ୍ରିୟା ବେଳେ ରସୁଣରେ ଫାଇଟୋକେମିକାଲର ଉତ୍ପାଦନ ହୋଇଥାଏ। ଏହି କେମିକାଲରେ କ୍ୟାନସରର କୋଶିକାକୁ ବ୍ଲକ ଏବଂ ଶରୀରରେ କାର୍ସିନୋଜନର ଗତିବିଧିକୁ ରୋକିବାର ଗୁଣ ଭରି ରହିଥାଏ।

garlic3

୩. ହାର୍ଟ ପାଇଁ ବି ଗଜା ରସୁଣ ଲାଭଦାୟକ ଅଟେ। କାରଣ, ଏଥିରେ ନୂଆ ରସୁଣ ତୁଳନାରେ ଆଣ୍ଟିଅକ୍ସିଡେଣ୍ଟର ଗତିବିଧି ଅଧିକ ହୋଇଥାଏ, ଯାହାକି ହାର୍ଟ ପାଇଁ ବହୁତ ଭଲ।

୪. ଯଦି ଆପଣ ବାରମ୍ବାର ଥଣ୍ଡା, କାଶକୁ ନେଇ ଥକି ଗଲେଣି, ତେବେ ଗଜା ରସୁଣ ସେବନ କରିପାରିବେ।

୫. ଗଜା ରସୁଣ କୌଣସି ବି ପ୍ରକାର ଷ୍ଟ୍ରୋକରୁ ବର୍ତ୍ତିବା ପାଇଁ ସହାୟକ ହୋଇଥାଏ। ରସୁଣରେ ଥିବା ଫାଇଟୋକେମିକାଲ ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟାକୁ ରୋକିବାରେ ସହାୟକ ହୋଇଥାଏ। ଏକ ଷ୍ଟ୍ରୋକ ବିପକ୍ଷରେ ଏକ ବଢ଼ିଆ ଏଜେଣ୍ଟ ରୂପେ କାମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.