କ୍ୟାନ୍ସର ରୋଗରେ ପୀଡିତଙ୍କ ଯନ୍ତ୍ରଣା କିପରି ହେବ କମ୍‌ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ କମ ହେବା ଯୋଗୁ ବିଭିନ୍ନ ପ୍ରକାରର ରୋଗ ବୃଦ୍ଧି ହେବାରେ ଲାଗିଛି । ତେବେ ବର୍ତ୍ତମାନ ଏକ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ଶାରୀରିକ କାର୍ଯ୍ୟକଳାପ ମଧ୍ୟ କ୍ୟାନ୍ସର ରୋଗରେ ପୀଡିତ ବ୍ୟକ୍ତିଙ୍କ ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରିଥାଏ ।

ହେଲଦି ରହିବା ପାଇଁ ଶାରୀରିକ ବ୍ୟାୟାମ କରିବା ହେଉଛି ସର୍ବୋତ୍ତମ ଉପାୟ । ଲୋକଙ୍କ ଶାରୀରିକ କାର୍ଯ୍ୟକଳାପ କମ ହେବା ଯୋଗୁ ବିଭିନ୍ନ ପ୍ରକାରର ରୋଗ ବୃଦ୍ଧି ହେବାରେ ଲାଗିଛି । ତେବେ ବର୍ତ୍ତମାନ ଏକ ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ ଶାରୀରିକ କାର୍ଯ୍ୟକଳାପ ମଧ୍ୟ କ୍ୟାନ୍ସର ରୋଗରେ ପୀଡିତ ବ୍ୟକ୍ତିଙ୍କ ଯନ୍ତ୍ରଣା କମ କରିବାରେ ସାହାଯ୍ୟ କରିଥାଏ । ଏହି ଗବେଷଣା ଆମେରିକୀୟ କ୍ୟାନ୍ସର ସୋସାଇଟିର ସମୀକ୍ଷା ପ୍ରକାଶନରେ ପ୍ରକାଶିତ ହୋଇଛି । ଯେଉଁଥିରେ କୁହାଯାଏ ଯେ ଶାରୀରିକ ଭାବରେ ସକ୍ରିୟ ଥିବା ବ୍ୟକ୍ତିମାନେ, କ୍ୟାନ୍ସର ହେବା ପରେ ଏହି ଯନ୍ତ୍ରଣା ସହ ଲଢିବା ସେହି ବ୍ୟାକ୍ତିଙ୍କ ପାଇଁ ସହଜ ହୋଇଯିବ । ସେହି ରିସର୍ଚ୍ଚରେ ଏପରି ମଧ୍ୟ କୁହାଯାଇଛି ଯେ ରୋଗର ମୁକାବିଲା ପାଇଁ ଏହିପରି ଭାବେ ଲୋକଙ୍କ ଶରୀର ଅଧିକ ମଜବୁତ୍‌ ହୋଇଥାଏ ।

କ୍ୟାନ୍ସର ହେବା ପରେ ଶାରୀରିକ ବ୍ୟାୟାମ ଦ୍ୱାରା ଯନ୍ତ୍ରଣାରୁ ମିଳିବ ଆରାମ :
ରିସର୍ଚ୍ଚରୁ ଜଣାପଡିଛି ଯେ ଅନ୍ୟ ଯନ୍ତ୍ରଣା ପରି ବ୍ୟାୟାମ ମଧ୍ୟ କ୍ୟାନ୍ସରରେ ହେଉଥିବା ଯନ୍ତ୍ରଣା କମ କରିବାରେ ସାହାର୍ଯ୍ୟ କରିଥାଏ । ଏକ୍ସରସାଇଜ୍‌ କରିବା ଦ୍ୱାରା ବଡିରେ ଅକ୍ସିଜେନ୍‌ ସଠିକ୍ ପରିମାଣରେ ପହଞ୍ଚେ, ଯାହା ରକ୍ତ ସଞ୍ଚାଳନ ଭଲ କରିଥାଏ । ବ୍ୟାୟାମ କରିବା ଦ୍ୱାରା ମାଂସପେଶୀକୁ ଶକ୍ତି ମିଳିଥାଏ । ଯେଉଁଥିପାଇଁ ଯନ୍ତ୍ରଣାରୁ ଅନେକ ଆରାମ ମିଳେ ।

ଜାଣନ୍ତୁ ଆପଣ କେତେ ଦିନ ପର୍ଯ୍ୟନ୍ତ ଶାରୀରିକ ବ୍ୟାୟାମ କରିବା ଉଚିତ୍ ?
ସୂଚନା ମୁତାବକ, ଜଣେ ବ୍ୟକ୍ତି ସପ୍ତାହରେ ଅତି କମରେ ୧୫୦ ରୁ ୩୦୦ ମିନିଟ୍ ମିଡିୟମ୍‌ ଇଣ୍ଟେସିଟି ବ୍ୟାୟାମ କରିବା ଉଚିତ୍ । ଯଦି ଆପଣ ହାଇ ଇଣ୍ଟେସିଟି ବ୍ୟାୟାମ କରୁଛନ୍ତି, ତେବେ ଏହା ୭୫ ରୁ ୧୫୦ମିନିଟ୍ ପର୍ଯ୍ୟନ୍ତ କରିବା ଉଚିତ୍ । ଏଥିରେ ଏରୋବିକ୍ସ ପରି ବ୍ୟାୟାମ ଅନ୍ତର୍ଭୁକ୍ତ ରହିଥାଏ ।

ଶାରୀରିକ ବ୍ୟାୟାମର ଅନ୍ୟାନ୍ୟ ଲାଭ :
ଶାରୀରିକ ଭାବରେ ସକ୍ରିୟ ରହିବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ । ନିୟମିତ ଭାବେ ଏକ୍ସରସାଇଜ୍‌ କରିବା ଦ୍ୱାରା ହାର୍ଟ ସମ୍ଭନ୍ଧୀୟ ରୋଗ ଯେପରି ହାର୍ଟ ଆଟାକ, ଷ୍ଟ୍ରୋକ ଏବଂ ହାଇ ବ୍ଲଡ଼ ପ୍ରେସର ଭଳି ରୋଗର ଆଶଙ୍କା କମ୍‌ ହୋଇପାରେ । ତେବେ ପ୍ରତିଦିନ ଏକ୍ସରସାଇଜ୍‌ କରିବା ଦ୍ୱାରା ଷ୍ଟ୍ରେସ୍‌ ଟେନ୍‌ସନ୍‌ ଏବଂ ଡିପ୍ରେସନ୍‌ରୁ ମୁକ୍ତି ମିଳିଥାଏ । ଏହା ଦ୍ୱାରା ମୁଡ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ । ଶାରୀରିକ କାର୍ଯ୍ୟକଳାପ କରିବା ଦ୍ୱାରା ମାଂସପେଶୀ ଏବଂ ହାଡ ମଜବୁତ ହୋଇଥାଏ । ତେବେ ଯେଉଁ ଲୋକମାନେ ଫିଜିକାଲି ଫିଟ୍‌ ରହିଥାନ୍ତି, ସେମାନେ ପଡିଗଲେ ସେମାନଙ୍କୁ ଆଘାତ ଲାଗିବାର ଆଶଙ୍କା କମ୍ ଥାଏ । ନିୟମିତ ବ୍ୟାୟାମ କରିବା ଦ୍ୱାରା ଓଜନ ଠିକ୍‌ ରହିଥାଏ ଏବଂ ବ୍ଲଡ଼ ସୁଗାର ନିୟନ୍ତ୍ରଣରେ ରହିଥାଏ । ସେଥିପାଇଁ ସବୁ ଲୋକମାନେ ପ୍ରତିଦିନ ଏକ୍ସର୍‌ସାଇଜ୍‌ କରିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.