କେବେ ଖାଇଛନ୍ତି କି କାବୁଲି ଚଣା ବିରିୟାନୀ, ଆଜି ହିଁ କରନ୍ତୁ ପ୍ରସ୍ତୁତ 

ଆବଶ୍ୟକୀୟ ସାମଗ୍ରୀ

  • ବାସୁମତୀ ଚାଉଳ
  • ଘିଅ/ତେଲ
  • ଜିରା
  • ହେଙ୍ଗୁ
  • ମେଥି
  • ସୋରିଷ
  • ମଧୁରୀ
  • ତେଜପତ୍ର
  • ଡାଲଚିନି
  • ଅଳେଇଚ
  • ପିଆଜ ଗୋଟିଏ
  • ଅଦା ରସୁଣ ପେଷ୍ଟ
  • କାବୁଲି ଚଣା 1 କପ
  • କଟା ଆଳୁ ଗାଜର ଓ ଫୁଲକୋବି 1 କପ
  • ଟମାଟୋ
  • ଲଙ୍କାଗୁଣ୍ଡ
  • ଗରମ ମସଲା
  • କସୁରିମେଥି
  • ଧନିଆପତ୍ର
  • ଲୁଣ

ପ୍ରସ୍ତୁତି ପ୍ରଣାଳୀ

ଚଣା ବିରିୟାନୀ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଚାଉଳକୁ କିଛି ସମୟ ପାଇଁ ଭିଜାଇ ଦିଅନ୍ତୁ । ବର୍ତ୍ତମାନ ଏକ ପ୍ୟାନ ଗରମ କରି ସେଥିରେ ଘିଅ ନଚେତ ତେଲ ପକାନ୍ତୁ । ବର୍ତ୍ତମାନ ଏଥିରେ ଜିରା, ହେଙ୍ଗୁ, ମେଥି , ସୋରିଷ ଓ ମଧୁରୀ ପକାଇ ଦିଅନ୍ତୁ । ତାପରେ ସେଥିରେ ତେଜପତ୍ର, ଅଳେଇଚ ଏବଂ ଡାଲଚିନି ପକାଇ ଟିକେ ଭାଜନ୍ତୁ । ତାପରେ ସେଥିରେ ପିଆଜ ପକାଇ ଟିକେ ଭାଜି ଅଦା ରସୁଣ ପେଷ୍ଟ ପକାଇ ଭଲ ଭାବରେ କସନ୍ତୁ ।

 

ବର୍ତ୍ତମାନ ସେଥିରେ ଭିଜାଇ ରଖିଥିବା ଚାଉଳ, ଚଣା , ଗାଜର , ଆଳୁ ଓ ଫୁଲକୋବି ପକାଇ ଗୋଳାନ୍ତୁ । ତାପରେ ସେଥିରେ ଟମାଟୋ, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, ଗରମ ମସଲା ଓ ଲୁଣ ପକାନ୍ତୁ । ଶେଷରେ ଏଥିରେ ଦୁଇ କପ ପାଣି ଦେଇ ଏସବୁକୁ ସିଝିବାକୁ ଛାଡି ଦିଅନ୍ତୁ । ସର୍ବ ଶେଷରେ ଏହାକୁ ବାହାର କରି ଧନିଆ ପାତ୍ରରେ ଗାର୍ଣ୍ଣିସ କରି ଗରମ ଗରମ ସର୍ଭ କରନ୍ତୁ ଚଣା ବିରିୟାନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.