ହୃଦ ସ୍ପନ୍ଦନ ଯଦି ଜୋର୍‌ରେ କିମ୍ବା ଧିରେ ହେଉଛି ତେବେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ବଡ଼ ରୋଗ

ଯଦି କୌଣସି କାରଣ ନଥାଇ ଆପଣଙ୍କ ହୃଦ ସ୍ପନ୍ଦନ ବଢ଼ିଯାଇଛି କିମ୍ବା ଧିମେଇ ଯାଇଛି ତେବେ ଆପଣ ହୁଏତ କୌଣସି ବଡ଼ ରୋଗର ଶିକାର ହୋଇପାରନ୍ତି । ତେବେ ଆରମ୍ଭରୁ ହୋଇଯାଆନ୍ତୁ ସାବଧାନ । ହୃଦୟର ଏହି ଅନିୟମିତତାକୁ ‘ଏରିଥମିୟା’ କୁହାଯାଏ । ଯାହାକି ଏକ ଭୟଙ୍କର ରୋଗ ହୋଇଥାଏ । ଯଦି ଆପଣଙ୍କ ହୃଦ ସ୍ପନ୍ଦନ କୌଣସି କାରଣ ନଥାଇ ଅନିୟମିତତା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

arithomia.
photo credit : amarujala.com

ସାଧାରଣତଃ ପରିଶ୍ରମ କରିବା ଦ୍ୱାରା, ଡରିଲେ କିମ୍ବା ଶରୀର ଅସୁସ୍ଥ ହେଲେ ହୃଦ୍‌ ସ୍ପନ୍ଦନ ଅନିୟମିତତା ହୋଇଥାଏ । ମାତ୍ର କିଛି ବି କାରଣ ନଥାଇ ଯଦି ଆପଣଙ୍କ ହୃଦ ସ୍ପନ୍ଦନ ଅନିୟମିତତା ହେଉଛି ତେବେ ଆପଣ ‘ଏରିଥମିୟା’ ରୋଗରେ ପୀଡ଼ିତ ବୋଲି ଧରି ନିଅନ୍ତୁ । ସ୍ପନ୍ଦନ ଅନିୟମିତ ଗତିରେ କାମ କଲେ ଆପଣଙ୍କ ଛାତି, ଗଳା କିମ୍ବା ବେକରେ ଦରଜ ଅନୁଭବ ହୋଇଥାଏ । ଏହା ଚିନ୍ତାଜନକ କିମ୍ବା ଭୟଙ୍କର ହୋଇଥାଏ । ବେଳେ ବେଳେ ନିକୋଟିନ, କଫିନ ଭଳି ଉତ୍ତେଜକ ପଦାର୍ଥ ଖାଇବା ଦ୍ୱାରା ମଧ୍ୟ ହୃଦ ସ୍ପନ୍ଦନ ଅନିୟମିତ ହୋଇପାରେ ।

arithomia
photo credit: amarujala.com

ଗର୍ଭାବସ୍ଥାରେ ମଧ୍ୟ ସ୍ପନ୍ଦନ ମଧ୍ୟ ଅନିୟମିତ ହୋଇଥାଏ । ଯଦି ଆପଣଙ୍କ ଶ୍ୱାସ ନେବାରେ ଅସୁବିଧା, ମୁଣ୍ଡ ଘୁରାଇବା, ଛାତିରେ ଦରଜ ଦେଖା ଦିଏ ତେବେ ତୁରନ୍ତ ଆପଣ ଡାକ୍ତରଙ୍କ ସହ ଦେଖା କରିବା ଉଚିତ । ଗମ୍ଭୀର ଭାବନାତ୍ମକ ପରିଦସ୍ଥିତିରେ ମଧ୍ୟ ସ୍ପନ୍ଦନ ଅନିୟମିତ ହୋଇଥାଏ । ଶରୀରରେ ନାଇଟ୍ରେନ ଓ ସୋଡିୟମ ମାତ୍ରା ଅଧିକ ହେଲେ ମଧ୍ୟ ସ୍ପନ୍ଦନ ବଢ଼ିଥାଏ ।

ସାଧାରଣତଃ ଜଣେ ସୁସ୍ଥ ବ୍ୟକିର ହୃଦ ସ୍ପନ୍ଦନ ୧ ମିନିଟ୍‌ ରେ ୫୦ ରୁ ୯୦ ଥର ହୋଇଥାଏ । ଯଦି ଏଥିରେ ଅନିୟମିତତା ଦେଖା ଦିଏ ତେବେ ଏହା ‘ଏରିଥମିୟା’ ରୋଗ ହୋଇପାରେ । ଏଥିରୁ ମୁକ୍ତି ପାଇବାର ଉପାୟ ହେଉଛି ଚିନ୍ତା ରହିତ ରହିବା ସହ ଯୋଗ ଆଦି କରିବା । ଏହାଛଡ଼ା ମଦ, ନିକୋଟିନ, କଫିନ ଓ ଡ୍ରଗ୍ସ ଭଳି ପଦାର୍ଥ ଠାରୁ ଦୂରରେ ରହିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.