ମହଙ୍ଗା ପଡ଼ିଲା କେନ୍ଦ୍ରମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି ଓଭରଟେକ୍‌ କରିବା: ଦୀର୍ଘ ୫ ଘଣ୍ଟା ଧରି ଥାନାରେ ଦୁଇ ପରିବାର ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ଠାରେ କେନ୍ଦ୍ର ମନ୍ତ୍ରୀଙ୍କ ଗାଡ଼ି ଓଭରଟେକ କରିବା ମହଙ୍ଗା ପଡିଲା । ଦୀର୍ଘ ୫ ଘଣ୍ଟା ଧରି ଥାନାରେ ଅଟକ ରହିଲେ ଦୁଇ ପରିବାର । କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବସ୍ତା ବ୍ଲକ୍‌ ସମୀକ୍ଷା ବୈଠକରେ ଯୋଗଦେବାକୁ ଯିବା ବେଳେ ମନ୍ତ୍ରୀଙ୍କ ଗାଡ଼ିକୁ ଓଭରଟେକ କରି ଦୁଇଟି କାର ଦ୍ରୁତ ଗତିରେ ପଳାଇ ଯାଇଥିଲା ।

ମନ୍ତ୍ରୀ ଏଥିରେ ଉତକ୍ଷିପ୍ତ ହୋଇ ତୁରନ୍ତ ଗାଡି ଦୁଇଟିକୁ ଅଟକ କରିବାକୁ ବସ୍ତା ଥାନାକୁ ନିର୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏସକର୍ଟ ଗାଡ଼ି ଓ ବସ୍ତା ପୋଲିସ କାର ଦୁଇଟିକୁ ଫଲୋ କରି ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଅଟକାଇଥିଲେ । ତେବେ ଦୀର୍ଘ ୫ ଘଣ୍ଟା ଧରି ଦୁଇଟି ଗାଡି ସହ ଦୁଇ ପରିବାରକୁ ଥାନାରେ ଅଟକ ରହିବା ପରେ ଅଣ୍ଡରଟେକିଙ୍ଗ ଲେଖିବା ପରେ ପୋଲିସ ଛାଡିଦେିଥିଲା । ପର୍ଯ୍ୟଟକ ମାନେ ପଞ୍ଚଲିଙ୍ଗେଶ୍ଵର ବୁଲିବାକୁ ଆସି ପଶ୍ଚିମବଙ୍ଗ ଫେରୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.