ଖାଦ୍ୟରେ ଏହି ଗୋଟିଏ ଜିନିଷର ଅଭାବ ଯୋଗୁ ମେଣ୍ଟାଲ ହେଲଥ୍ ହୋଇଥାଏ ପ୍ରଭାବିତ, ଜାଣନ୍ତୁ କ’ଣ କରିବେ
ଶରୀରରେ ସୋଡିୟମ୍ ଅଭାବ ଯୋଗୁ ଅନେକ ପ୍ରକାରର ସମସ୍ୟା ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଲୁଣରେ ସର୍ବାଧିକ ପରିମାଣର ସୋଡିୟମ୍ ଥାଏ । ଯଦି ଶରୀରରେ ସୋଡିୟମ୍ ଅଭାବ ଆରମ୍ଭ ହେଇଯାଏ, ତେବେ ଲୋ ବ୍ଲଡ଼ ସୋଡିୟମ୍ ସମସ୍ୟା ହୋଇଥାଏ । ଏଭଳି ପରିସ୍ଥିତିରେ ମେଣ୍ଟାଲ ହେଲଥ୍ ଉପରେ ଏହାର ପ୍ରଭାବ ପଡିଥାଏ ।

ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍, ମିନେରାଲ୍ସ ଏବଂ ଅନେକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଆବଶ୍ୟକ ହୋଇଥାଏ । ଏଥି ସହିତ ମେଣ୍ଟାଲ ହେଲଥ୍ ପାଇଁ ମଧ୍ୟ ଅନେକ ମାଇକ୍ରୋନ୍ୟୁଟ୍ରିଏଣ୍ଟ ଜରୁରୀ ହୋଇଥାଏ । ତେବେ କ୍ୟାଲସିୟମ୍, ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ସୋଡିୟମ୍ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ । ଯଦି ଏହି ସବୁ ପୋଷକ ତତ୍ତ୍ୱ ଅଭାବ ହୋଇଯାଏ, ତେବେ ଶରୀର ସହିତ ମସ୍ତିଷ୍କ ମଧ୍ୟ ଅସୁସ୍ଥ ହେବାକୁ ଲାଗେ । ଶରୀରରେ ସୋଡିୟମ୍ ଅଭାବ ଯୋଗୁ ଅନେକ ପ୍ରକାରର ସମସ୍ୟା ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଲୁଣରେ ସର୍ବାଧିକ ପରିମାଣର ସୋଡିୟମ୍ ଥାଏ । ଯଦି ଶରୀରରେ ସୋଡିୟମ୍ ଅଭାବ ଆରମ୍ଭ ହେଇଯାଏ, ତେବେ ଲୋ ବ୍ଲଡ଼ ସୋଡିୟମ୍ ସମସ୍ୟା ହୋଇଥାଏ । ଏଭଳି ପରିସ୍ଥିତିରେ ମେଣ୍ଟାଲ ହେଲଥ୍ ଉପରେ ଏହାର ପ୍ରଭାବ ପଡିଥାଏ । ଅନେକ ଥର ଶରୀରରେ ସୋଡିୟମ୍ ଅଭାବର ଲକ୍ଷଣ ଚିହ୍ନଟ ହୋଇପାରିନଥାଏ । ଯେଉଁ କାରଣରୁ ପରିସ୍ଥିତି ଅଧିକ ଗମ୍ଭୀର ହୋଇଯାଏ । ତାହେଲେ ଆସନ୍ତୁ ଜାଣିବା ଯେ ଶରୀରରେ ସୋଡିୟମ୍ ଅଭାବର ଲକ୍ଷଣ ଏବଂ ଏହାର ଉପଚାର ।
ଶରୀରରେ ସୋଡିୟମ୍ ଅଭାବର ଲକ୍ଷଣ :
ପ୍ରତିଦିନ ବାରମ୍ବାର ମୁଣ୍ଡବିନ୍ଧା ହେବା । ଅଧିକାଂଶ ସମୟରେ କ୍ଳାନ୍ତ ଲାଗିବା । ଡର ଲାଗିବା ଏବଂ ଚିଡ୍ଚିଡା ଲାଗିବା । ମାଂସପେଶୀରେ କଷ୍ଟ ହେବା ଏବଂ ଟେନସନ ଲାଗିବା । ମାନସିକ ସ୍ୱାସ୍ଥ୍ୟ ଖରାପ ହେବା । ବିନା କିଛି କାରଣରେ ବାନ୍ତି ହେବା । ବାତ ଜନିତ ରୋଗ ହେବା । ତେବେ ସୋଡିୟମ୍ ଅଭାବରୁ ଶରୀରରେ ଏପରି ଅନେକ ଲକ୍ଷଣା ଦେଖିବାକୁ ମିଳିଥାଏ । ତାହେଲେ ଆସନ୍ତୁ ଏଥିରୁ କିପରି ବଞ୍ଚିବା ଏବଂ ଏହାର ଉପଚାର ବିଷୟରେ ଜାଣିବା ।
ଜାଣନ୍ତୁ ସୋଡିୟମ୍ ଅଭାବକୁ ଦୂର କରିବା ପାଇଁ କଣ ଖାଇବା ଉଚିତ ?
ଧଳା ଲୁଣ : ଅଧିକାଂଶ ଘରେ ଧଳା ଲୁଣ ବ୍ୟବହୃତ ହୁଏ ଯାହା ସୋଡିୟମର ଏକ ଉତ୍ତମ ଉତ୍ସ । ତଥାପି ଅଧିକ ଲୁଣ ଖାଇବା ସୋଡ଼ିୟମ ଅଭାବ ପାଇଁ ଲାଭଦାୟକ ହୋଇନଥାଏ । ସେଥିପାଇଁ ଆପଣ ସୀମିତ ପରିମାଣର ଲୁଣ ଖାଇବା ଉଚିତ୍ ।
ଚିଜ୍ : ଆପଣ ସୋଡିୟମ୍ ପାଇଁ ଚିଜ୍ ଖାଇପାରିବେ । ପ୍ରାୟ ୧୦୦ ଗ୍ରାମ ଚିଜ୍ରେ ୩୦୦ ମିଗ୍ରା ସୋଡିୟମ୍ ମିଳିଥାଏ । ଏହା ସହିତ ଏପରି କରିବା ଦ୍ୱାରା ଶରୀରରେ ପ୍ରତିଦିନ ଆବଶ୍ୟକତାର ୧୨ ପ୍ରତିଶତ ପୂରଣ ହୋଇପାରେ । ଏହା ସହ ଧ୍ୟାନ ରଖିବେ, ଯେପରି ଫ୍ରେସ୍ ଚିଜ୍ ବ୍ୟବହାର କରିବା ପାଇଁ ।
ସି ଫୁଡ୍ : ଯଦି ଆପଣ ନନ୍ ଭେଜ୍ ଖାଆନ୍ତି ତେବେ ସୋଡିୟମ୍ ଅଭାବ ପାଇଁ ଆପଣଙ୍କ ଖାଦ୍ୟରେ ମାଛ ଅନ୍ତର୍ଭୁକ୍ତ କରିପାରିବେ । ସି ଫୁଡ୍ ଖାଇବା ଦ୍ୱାରା ଶରୀରକୁ ସୋଡିୟମ୍ ଏକ ଭଲ ପରିମାଣରେ ମିଳିଥାଏ । ଏହା ହାର୍ଟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ତଥାପି ଏଥିପାଇଁ କେବଳ ଫ୍ରେସ୍ ସି ଫୁଡ୍ ଖାଆନ୍ତୁ ।
ପନିପରିବାର ଜୁସ୍ : ସୋଡିୟମର ପ୍ରାକୃତିକ ଉତ୍ସ ମଧ୍ୟ ପନିପରିବା ରସରେ ମିଳିଥାଏ । ଏଥିପାଇଁ ତାଜା ପନିପରିବା ରସକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରାଯିବା ଉଚିତ୍ । ସେଥିପାଇଁ ପ୍ରତିଦିନ ୧ ଗ୍ଲାସ୍ ପନିପରିବା ଜୁସ୍ ପିଇବା ଦ୍ୱାରା ସୋଡିୟମ୍ ର ଅଭାବ ପୂରଣ ହୋଇଥାଏ ।
ରେଡ୍ ମିଟ୍ : ରେଡ୍ ମିଟ୍ରେ ସୋଡିୟମ୍ ମଧ୍ୟ ମିଳିଥାଏ । ପ୍ରାୟ ୧୦୦ ଗ୍ରାମ ରେଡ୍ ମିଟ୍ ଖାଇବା ଦ୍ୱାରା ଶରୀରକୁ ୫୦ ମିଲିଗ୍ରାମ ସୋଡିୟମ ମିଳିଥାଏ । ଶରୀରରେ ସୋଡିୟମର ଅଧିକ ଅଭାବ ନଥିଲେ ମଧ୍ୟ, ଆପଣ ରେଡ୍ ମିଟ୍ ଖାଇପାରିବେ ।