ଜୀବନ କ୍ଷଣିକ ମାତ୍ର, ଷଣ୍ଢ ନେଇଗଲା ବୃଦ୍ଧାଙ୍କ ଜୀବନ

ରାସ୍ତାରେ ଯାଉଥିବା ଜଣେ ବୃଦ୍ଧା ମହିଳାଙ୍କୁ ଆକ୍ରମଣ କଲା ଷଣ୍ଢ । ଆଉ କ୍ଷଣିକରେ ଶେଷ ହୋଇଗଲା ସବୁ କିଛି । ନିଜକୁ ବଞ୍ଚାଇ ପାରିଲେନି ମହିଳା । ଷଣ୍ଢ ଆକ୍ରମଣର ଶିକାର ହୋଇ ଚାଲିଗଲା ମହିଳାଙ୍କ ପ୍ରାଣ ବାୟୁ ।

ଗଞ୍ଜାମ (କେନ୍ୟୁଜ): ମୃତ୍ୟୁ ଯେତେବେଳେ ଆସେ ନା ଦେଖେ ସମୟ ଥାଏ ଦେଖେ ସ୍ଥାନ । ହଠାତ ଆସେ ଆଉ କ୍ଷଣିକରେ ମଣିଷର ଜୀବନ ନେଇ ପଳାଇ ଯାଏ । ମଣିଷ ଜୀବନ ଛାର ମାତ୍ର । ଆମେ ଏଭଳି କହିବାର କାରଣ ହେଉଛି ଆଜି ଏମିତି ଏକ ଦୁର୍ଘଟଣା ଘଟିଛି, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ ।

ରାସ୍ତାରେ ଯାଉଥିବା ଜଣେ ବୃଦ୍ଧା ମହିଳାଙ୍କୁ ଆକ୍ରମଣ କଲା ଷଣ୍ଢ । ଆଉ କ୍ଷଣିକରେ ଶେଷ ହୋଇଗଲା ସବୁ କିଛି । ନିଜକୁ ବଞ୍ଚାଇ ପାରିଲେନି ମହିଳା । ଷଣ୍ଢ ଆକ୍ରମଣର ଶିକାର ହୋଇ ଚାଲିଗଲା ମହିଳାଙ୍କ ପ୍ରାଣ ବାୟୁ । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବଡ଼ମାଧପୁର ଗାଁରେ ଘଟିଯାଇଛି । ଏକ ଷଣ୍ଢ ଆକ୍ରମଣରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି l ମୃତକ ହେଉଛନ୍ତି ବଡ଼ମାଧପୁର ଗ୍ରାମର ବି.କାମିଲି ପାତ୍ର । ଏକ ଗାଈକୁ ଷଣ୍ଢ ଗୋଡ଼ାଉ ଥିବାବେଳେ ହଠାତ ମହିଳାଙ୍କ ଉପରେ ଆକ୍ରମଣ କରିଥିଲା । ଏବଂ ଘଟଣା ସ୍ଥଳରେ ହିଁ ମହିଳାଙ୍କ ମୃତ୍ୟୁ ହୋଇଥିଲା । କାମିଲି ସକାଳୁ ଘରୁ କୌଣସି ଏକ କାମରେ ଯାଉଥିବା ବେଳେ ମାରଣା ଷଣ୍ଢଟି ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧା ମହିଳାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି l

ମହିଳାଙ୍କ ମୃତ୍ୟୁ କୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ପରିବାର ଲୋକେ । କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ୁଥିଲା । ବୃଦ୍ଧା ମହିଳା ଜଣଙ୍କ ଘରୁ ହସଖୁସିରେ ବାହାରିଥିଲେ କିନ୍ତୁ ବାଟରେ ଜଗି ବସିଥିଲା ଯମ । ଆଉ ଚାହୁଁ ଚାହୁଁ କ୍ଷଣିକରେ ମହିଳାଙ୍କର ପ୍ରାଣ ବାୟୁ ଉଡ଼ି ଯାଇଥିଲା । ମହିଳାଙ୍କ ଏଭଳି ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଲୋକମାନେ ବୁଲା ଷଣ୍ଢ ପ୍ରତି ସତର୍କ ରହୁଛନ୍ତି । କିନ୍ତୁ ଏଠାରେ କହି ରଖିବାକୁ ଚାହିଁବୁ ଯେ ଏଭଳି ବୁଲା ଷଣ୍ଢ ଏବଂ ବୁଲା କୁକୁରମାନେ ହଠାତ ଆକ୍ରମଣ କରନ୍ତି । ତେଣୁ ଆପଣ ନିଜେ ସତର୍କ ରହିଲେ ଆପଣଙ୍କ ଜୀବନକୁ ସୁରକ୍ଷିତ ରଖିପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.