ଟ୍ରାଫିକରେ ପୋଲିସକୁ ଦେଖି ୟୁଟର୍ନ ନେଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ

ଟ୍ରାଫିକରେ ପୋଲିସକୁ ଦେଖି ୟୁଟର୍ନ ନେଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ । ଆପଣମାନେ ମଧ୍ୟ କେବେ ନା କେବେ ଟ୍ରାଫିକ ରୁଲ ନ ମାନି କିମ୍ବା ହେଲମେଟ ନପିନ୍ଧି ପୋଲିସକୁ ଦେଖି ୟୁଟର୍ନ ମାରିଥିବେ । କିନ୍ତୁ କେବେ ଏହାର ପରିଣାମ ବିଷୟରେ ଚିନ୍ତା କରିଛନ୍ତି କି?

ଟ୍ରାଫିକରେ ପୋଲିସକୁ ଦେଖି ୟୁଟର୍ନ ନେଉଛନ୍ତି କି? ତେବେ ହୋଇଯାନ୍ତୁ ସାବଧାନ । ଆପଣମାନେ ମଧ୍ୟ କେବେ ନା କେବେ ଟ୍ରାଫିକ ରୁଲ ନ ମାନି କିମ୍ବା ହେଲମେଟ ନପିନ୍ଧି ପୋଲିସକୁ ଦେଖି ୟୁଟର୍ନ ମାରିଥିବେ । କିନ୍ତୁ କେବେ ଏହାର ପରିଣାମ ବିଷୟରେ ଚିନ୍ତା କରିଛନ୍ତି କି? ଆମେ ଆପଣଙ୍କୁ ଏକଥା କହିବାର କାରଣ ଏହି ୟୁଟର୍ନ ପାଇଁ ଏବେ ରାଜଧାନୀରେ ଏକ ଏଭଳି ଅଭାବନୀୟ ଦୁର୍ଘଟଣା ଘଟିଛି ଯାହା ବିଷୟରେ ଶୁଣିଲେ ଆପଣମାନେ ମଧ୍ୟ ଚକିତ ହୋଇଯିବେ । ପୋଲିସକୁ ଦେଖି ୟୁଟର୍ନ ନେବା ହେଲା କାଳ ।

ୟୁଟର୍ନ ନେଇ ରଙ୍ଗ୍ ରୁଟ୍ ରେ ଯିବା ବେଳେ ବାଇକ ଆରୋହୀଙ୍କୁ ଚାପିଦେଲା ଟ୍ରକ ଏବଂ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ତେବେ ଭୁବନେଶ୍ୱରର ପଟିଆ ରାସ୍ତାରେ ଘଟିଛି ଏଭଳି ଏକ ଭୟଙ୍କର ଦୁର୍ଘଟଣା । ତେବେ ଆସନ୍ତୁ ଜାଣିବା ପ୍ରକୃତରେ ସେଠାରେ କ’ଣ ଘଟିଥିଲା ଏବଂ କିଭଳି ଚାଲିଗଲା ଏହି ବାଇକ ଆରୋହୀଙ୍କ ଜୀବନ? ଟ୍ରାଫିକରେ ପୋଲିସକୁ ଦେଖିବା ପରେ ହେଲମେଟ ପିନ୍ଧି ନଥିବା କାରଣରୁ ବାଇକ ଆରୋହୀ ଜଣଙ୍କ ତରବରରେ ରଙ୍ଗ ରୁଟରେ ପଳାଇବାକୁ ଉଦ୍ୟମ କରୁଥିଲେ । ଆଉ ଏହି ସମୟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ତାଙ୍କୁ ଚାପି ଦେଇଥିଲା ଏବଂ କ୍ଷଣକରେ ଚାଲିଯାଇଥିଲା ବାଇକ ଆରୋହୀଙ୍କ ଜୀବନ । ସେ କେବେ ସ୍ୱପ୍ନରେ ମଧ୍ୟ ଭାବିନଥିବେ ପୋଲିସଠାରୁ ବଞ୍ଚିବା ପାଇଁ ଏଭଳି ୟୁଟର୍ନ ନେବା ସମୟରେ ତାଙ୍କ ଜୀବନ ଚାଲିଯିବ ।

ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା । ତେବେ ଏବେ ପର୍ଯ୍ୟନ୍ତ ବାଇକ ଆରୋହୀଙ୍କ ପରିଚୟ ଅସ୍ପଷ୍ଟ ରହିଛି । ଦୁର୍ଘଟଣା ପରେ ଟ୍ରକଟିକୁ ପୋଲିସ ଜବତ କରିଛି ଏବଂ ଏନେଇ ଏବେ ଅଧିକ ତଦନ୍ତ ଚଳାଇଛି । ମୃତ୍ୟୁ କେତେବେଳେ ଯେ କାହାକୁ ଆସିବ, ତାହା କେହି ମଧ୍ୟ କହିପାରିବେ ନାହିଁ । କିନ୍ତୁ ଯଥେଷ୍ଟ ସତର୍କ ରହିବା ଦ୍ୱାରା ହୁଏତ ଦୁର୍ଘଟଣାରେ ଏଭଳି ଜୀବନ ଯିବା କିଛି ପରିମାଣରେ କମିଯାଇ ପାରନ୍ତା । ତେବେ ପ୍ରତି ଦିନ ପ୍ରତି ମୁହୂର୍ତ୍ତରେ ଘଟୁଛି ଏଭଳି ଦୁର୍ଘଟଣା । ଅନେକ ଦୁର୍ଘଟଣା ଚାଳକଙ୍କ ଅସାବଧାନତାରୁ ଘଟୁଥିବା ସ୍ପଷ୍ଟ ।

ତେବେ ଚାଳକମାନେ ଟିକିଏ ସତର୍କ ହେଲେ ବଞ୍ଚି ଯାଆନ୍ତା ଅନେକ ଜୀବନ କାରଣ ଆଜି ପିଚୁ ରାସ୍ତା ମଣିଷ ରକ୍ତରେ ହେଉଛି ଲହୁଲୁହାଣ । ଏକଥା ବୁଝିବାକୁ କଣ ଆମେ ଅସମର୍ଥ କି ? ଟ୍ରାଫିକ ନିୟମ ମାନି ସାବଧାନ ହୋଇ ଠିକ ଭାବରେ ଗାଡି ଚଳାଇବା ଦ୍ୱାରା ହୁଏତ କମ ହୋଇପାରେ ଏଭଳି ଦୁର୍ଘଟଣା ଏବଂ ବଞ୍ଚିଯାଇପାରେ ଅନେକ ଜୀବନ । ଯଦି ଆପଣ ମଧ୍ୟ ପୋଲିସକୁ ଦେଖି ରଙ୍ଗ୍ ରୁଟ୍ ରେ ଏଭଳି ୟୁଟର୍ନ ନେଉଛନ୍ତି ତେବେ ଏଭଳି କାମ ବନ୍ଦ କରନ୍ତୁ ନଚେତ ଆପଣ ମଧ୍ୟ ହୋଇପାରନ୍ତି ଏଭଳି ଭୟଙ୍କର ଦୁର୍ଘଟଣାର ଶିକାର । ସତର୍କ ରୁହନ୍ତୁ ଜୀବନ ବଞ୍ଚାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.