ଚା ସହିତ ଖାଆନ୍ତୁ ମଟର କଚୁଡି, ସ୍ୱାଦ ଏମିତି ପାଇବେ ଡବଲ୍‌ ମଜା

ବର୍ଷା ପାଗରେ ଗରମ ଗରମ ଟିଫିନ୍‌ ଖାଇବାକୁ ଇଚ୍ଛା ହୋଇଥାଏ। ତାସହିତ କିଛି ଚଟପଟା ହେଲେ ତାର ମଜା ପୂରା ଅଲଗା ପ୍ରକାର ହୋଇଯିବ। ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଆଣିଛୁ ମଟର କଚୁଡି ରେସିପି। ଯାହା ଖାଇବାକୁ କ୍ରିସପି ହେବା ସହିତ ବହୁତ ସ୍ୱାଦିଷ୍ଟ। ତେବେ ଜାଣନ୍ତୁ ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଗହମ ଅଟା – ୨ କପ୍‌
  • ଗ୍ରୀନ ମଟର – ୧ କପ୍‌
  • ଜିରା – ୧/୪ ଚାମଚ୍‌
  • ଧନିଆ ପତ୍ର – ୧/୪ ଗିନା
  • ଲାଲ ଲଙ୍କା ପାଉଡର – ୧/୨ ଚାମଚ
  • ଲୁଣ – ସ୍ୱାଦାନୁସାରେ
  • ତେଲ କିମ୍ବା ଘିଅ – ଆବଶ୍ୟକ ଅନୁସାରେ
  • ପାଣି – ଆବଶ୍ୟକ ଅନୁସାରେ
  • ରସୁଣ ପେଷ୍ଟ – ୧/୨ ଚାମଚ୍‌

ପ୍ରସ୍ତୁତି ପ୍ରଣାଳୀ

ମଟର କଚୁଡି ବନାଇବା ପାଇଁ ସର୍ବପ୍ରଥମେ ମଟରକୁ ସିଝାଇ ତାର ପେଷ୍ଟ ବନାଇ ଦିଅନ୍ତୁ। ଏହି ପେଷ୍ଟରେ ସମସ୍ତ ମସଲା, ଧନିଆ ପତ୍ର, ଜିରା ଏବଂ ଲୁଣ ମିଶାଇ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। କଚୁଡି ପାଇଁ ଅଟା ଚକଟି ଦିଅନ୍ତୁ ଏବଂ ସେଥିରେ ଲୁଣ ମିଶାନ୍ତୁ। ଗୋଟେ ଗୋଟେ କରି ଗୋଲା ବନାଇ ଦିଅନ୍ତୁ। ଏବେ ଏହି ଗୋଲାରେ ପୂର ଦେବା ପାଇଁ ପ୍ରସ୍ତୁତ କରିଥିବା ମିଶ୍ରଣକୁ ଭର୍ତ୍ତି କରନ୍ତୁ। ଏହିପରି ଭାବେ ସମସ୍ତ କଚୁଡିକୁ ପ୍ରସ୍ତୁତ କରନ୍ତୁ। ଏବେ ପ୍ୟାନରେ ତେଲ ଗରମ କରି ସେଥିରେ ଧିମା ଆଞ୍ଚରେ ଏହି କଚୁଡିକୁ ଫ୍ରାଏ କରନ୍ତୁ। ଭଲଭାବେ ଛାଣି ହୋଇଗଲା ପରେ ଏହାକୁ କଡାରୁ ବାହାର କରିଦିଅନ୍ତୁ। ଏହାକୁ ଗରମ ଗରମ ଚଟଣୀ କିମ୍ବା ଆଳୁ ତରକାରୀ ସହିତ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.