ଘରେ ବନାନ୍ତୁ ବଜାର ସ୍ୱାଦର ଡ୍ରାଏ ଫ୍ରୁଟ୍ସ ଚିକ୍କି

ଲୋକମାନେ ଚିକ୍କି ଖାଇବାକୁ ବହୁତ ପସନ୍ଦ କରନ୍ତି। ଆପଣଙ୍କୁ ଚିକ୍କି ପସନ୍ଦ କି ନୁହେଁ। ବାଦାମ୍‌ ଚିକ୍କି, ପିସ୍ତା ଚିକ୍କି ଆପଣ ବହୁତ ଖାଇଥିବେ। କିନ୍ତୁ କଣ ଆପଣ ଡ୍ରାଏ ଫ୍ରୁଟ୍ସରେ ପ୍ରସ୍ତୁତ ଚିକ୍କି ଖାଇଛନ୍ତି କି। ଖାସ୍‌ କରି ଶୀତ ଦିନରେ ଡ୍ରାଏ ଫ୍ରୁଟ୍ସ ସାମାନ୍ୟ ଶସ୍ତା ଦାମରେ ବିକ୍ରି ହୋଇଥାଏ। ତେଣୁ ଆପଣ ବଜାରରୁ ଡ୍ରାଏ ଫ୍ରଟ୍ସ କିଣି ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ଚିକ୍କି। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ଛୋଟ କଟା ହୋଇଥିବା ବାଦାମ – ୧୦୦ ଗ୍ରାମ୍‌
  • କଟା କାଜୁ – ୫୦ ଗ୍ରାମ୍‌
  • ଛୋଟ କଟା ଅଖରୋଟ୍‌ – ୭ଟି
  • ଚୁନା ଚୁନା କଟା ହୋଇଥିବା ପିସ୍ତା – ୧/୪ ଛୋଟ ଚାମଚ୍‌
  • ଅଧା କପ୍‌ ଚିନି
  • ଦୁଇ ଚାମଚ୍‌ ମହୁ
  • ଦୁଇ ଛୋଟ ଚାମଚ ଘିଅ

ପ୍ରସ୍ତୁତି ପ୍ରଣାଳୀ

  1. ଡ୍ରାଏ ଫ୍ରୁଟ୍ସ ଚିକ୍କି ବନାଇବା ପାଇଁ ଆପଣ ମିଡିୟମ୍‌ ଫ୍ଲେମରେ ଏକ ପ୍ୟାନ୍‌ ଗରମ କରି ସେଥିରେ ବାଦାମ, କାଜୁ, ଅଖରୋଟ ଏବଂ ପିସ୍ତା ପକାଇ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ।
  2. ଏହାପରେ ଏକ କଡାରେ ଚିନି ପକାଇ ଲଗାତରର ଚଲାନ୍ତୁ ଏବଂ ଏହାର ଘୋଳ ବନାଇ ଦିଅନ୍ତୁ। ସିରା ବନାଇବା ସମୟରେ ଏଥିରେ ଏକ ଛୋଟ ଚାମଚ୍‌ ଘିଅ ନିଶ୍ଚୟ ପକାନ୍ତୁ।
  3. କିଛି ସମୟ ଚଲାଇବା ପରେ ଏଥିରେ ମହୁ ମଧ୍ୟ ପକାଇ ଦିିଅନ୍ତୁ ଏବଂ ସବୁକୁ ମିଶାଇ ଦିଅନ୍ତୁ।
  4. ଯେତେବେଳେ ଆପଣ ସିରାକୁ ପ୍ରସ୍ତୁତ କରିବେ ସେତେବେଳେ ଏଥିରେ ଆପଣ ସମସ୍ତ ଡ୍ରାଏ ଫ୍ରୁଟ୍ସକୁ ମିଶାଇ ଦିଅନ୍ତୁ।
  5. ଏକ ପ୍ଲେଟ ନିଅନ୍ତୁ ଏବଂ ସେଥିରେ ଘିଅ ଲଗାଇ ତାକୁ ଚିକ୍କଣ କରିଦିଅନ୍ତୁ। ଏବେ ଏଥିରେ ଚିକ୍କି ପାଇଁ ପ୍ରସ୍ତୁତ ମିଶ୍ରଣକୁ ପକାଇ ଭଲଭାବେ ପ୍ଲେଟ ସାରା ବୁଲାଇ ଦିଅନ୍ତୁ।
  6. କିଛି ସମୟ ପରେ ଏହା ସେଟ୍‌ ହୋଇଗଲେ, ଏହାକୁ ଛୁରୀ ସାହାଯ୍ୟରେ ଚିକ୍କିର ସେପ୍‌ ଦେଇ କାଟି ଦିଅନ୍ତୁ। ଏବେ ଆପଣଙ୍କ ଡ୍ରାଏ ଫ୍ରୁଟ୍ସ ଚିକ୍କି ପ୍ରସ୍ତୁତ ହୋଇଯାଇଛି।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.