ଘରେ ପ୍ରସ୍ତୁତ କରନ୍ତୁ ରେସ୍ତୋରାଁ ଷ୍ଟାଇଲ୍‌ ନବାବୀ ପନୀର

ଆପଣ ନିଶ୍ଚିତ ରୂପେ ପନୀରରେ ପ୍ରସ୍ତୁତ ହୋଇଥିବା ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ଖାଇଥିବେ । ବିବାହ ଭୋଜି ମାନଙ୍କରେ ଏବେ ପନୀର ଖୁବ ସାଧାରଣ ଡ଼ିସ ହୋଇଗଲାଣି । କିନ୍ତୁ କେବେ ପନୀରରେ ପ୍ରସ୍ତୁତ ହୋଇଥିବା ନବାଵୀ ପନିର ଖାଇଛନ୍ତି କିମ୍ବା ଚାଖିଛନ୍ତିକି । ଯଦି ନାଁ ତେବେ ଆସନ୍ତୁ ଆଜି ଜାଣିବେ ନବାଵୀ ପନୀର ବିଷୟରେ । କେମିତି ଏହାକୁ ପ୍ରସ୍ତୁତ କରାଯାଏ ଏଥିପାଇଁ କଣ କଣ ସାମଗ୍ରୀ ଆବଶ୍ୟକ ଆସନ୍ତୁ ଜାଣି ରଖିବା ।

ଆବଶ୍ୟକୀୟ ସାମଗ୍ରୀ:

ପନୀର

କାଜୁ

କ୍ରିମ୍‌

ବଟର

ପିଆଜ

ଅଦା

ରସୁଣ

ଜିରା

ରିଫାଇନ୍‌ ତେଲ

ଲୁଣ

ଧନିଆ ପାଉଡର

କଞ୍ଚାଲଙ୍କା

ଗରମ ମସଲା

କସ୍ତୁରୀ ମେଥି

ଗୋଟା ଗରମ ମସଲା

ଧନିଆପତ୍ର

ଦହି

ପ୍ରସ୍ତୁତି ପ୍ରଣାଳୀ :

୧ – ପ୍ରଥମେ କରେଇରେ ତେଲ ଗରମ କରି ଗୋଟା ଗରମ ମସଲା ପକାନ୍ତୁ। ଏହାପରେ ସେଥିରେ ଜିରା ପକାନ୍ତୁ। ଜିରା ଫୁଟିଲେ କଟା ହୋଇଥିବା ପିଆଜ, କିଛି କାଜୁ ପକାଇ ଭାଜନ୍ତୁ। ଏହାପରେ ସେଥିରେ ଅଦାରସୁଣ ପେଷ୍ଟ ପକାଇ ହାଲକା ଭାବେ ଭାଜି ଦିଅନ୍ତୁ।

୨ – ଏହାପରେ ସେଥିରେ କିଛି ପାଣି, କଞ୍ଚାଲଙ୍କା, ଲୁଣ ଦେଇ ଫୁଟିବାକୁ ଛାଡ଼ି ଦିଅନ୍ତୁ। ଏହାପରେ ଗ୍ୟାସ ବନ୍ଦ କରି ତାକୁ ଥଣ୍ତା କରି ଗ୍ରାଇଣ୍ଡରରେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଛାଣି ଦିଅନ୍ତୁ। ଯାହାଦ୍ୱାରା ଖଦଡ ଅଂଶ ବାହାରିଯିବ ।

୩ –ଏହାପରେ ଗ୍ୟାସରେ ଏକ ପ୍ୟାନ୍‌ ବସାଇ ତେଲ ଗରମ କରନ୍ତୁ। ସେଥିରେ କିଛି ବଟର ମିଶାନ୍ତୁ। ଏହାପରେ ସେଥିରେ ପ୍ରସ୍ତୁତ ପ୍ୟୁରିକୁ ପକାଇ ଭଲ ଭାବେ ଘାଣ୍ଟନ୍ତୁ।

୪- ଏହା ଭଲ ଭାବେ ଫୁଟିଲେ ଆଞ୍ଚ ଧିମା କରି ସେଥିରେ ଦହି ମିଶାନ୍ତୁ। ଏବେ ସେଥିରେ ଧନିଆ ପାଉଡ଼ର, କସ୍ତୁରୀ ମେଥି, ଫ୍ରେଶ କ୍ରିମ୍ ମିଶାଇ ଗୋଳାଇ ଦିଅନ୍ତୁ। ଏହାକୁ ସିମ୍‌ କରି କିଛି ସମୟ ଘୋଡ଼ାଇ ଛାଡ଼ି ଦିଅନ୍ତୁ।

୫ – ଏହାପରେ ସେଥିରେ ପନୀର ପକାଇ ସିମ୍‌ କରି ଛାଡ଼ି ଦିଅନ୍ତୁ। ଏହାପରେ ସେଥିରେ ଅଳ୍ପ ଗରମ ମସଲା ପକାନ୍ତୁ। ଏଥର ପ୍ରସ୍ତୁତ ହୋଇଯିବ ନବାବୀ ପନୀର। ଏହାକୁ ଧନିଆପତ୍ର ପକାଇ ସର୍ଭ କରନ୍ତୁ। ଗରମାଗରମ ରୁଟି ପରଟା କିମ୍ବା ନାନ୍‌ ସହ ଏହାର ମଜା ଉଠାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.