ଢ଼ାବା ଷ୍ଟାଇଲରେ ବନାନ୍ତୁ ମଟର ପରଟା, ଟେଷ୍ଟ ପୂରା ଲାଜବାବ୍‌

ଅନେକ ଲୋକ ପରଟା ଖାଇବାକୁ ବହୁତ ପସନ୍ଦ କରନ୍ତି। ଆପଣ ଆଳୁ, ପିଆଜ ଏବଂ କୋବି ପରଟା ତ ଖାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ମଟର ପରଟା ରେସିବି। ଯାହାକୁ ବନାଇବା ପୂରା ସହଜ। ଖାଲି ଏତିକି ନୁହେଁ ଏହା ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଗହମ ଅଟା, ତେଲ, ଲୁଣ, ଗ୍ରୀନ ମଟର, କଞ୍ଚା ଲଙ୍କା, ଅଦା, ଲାଲ ଲଙ୍କା, ଧନିଆ ପାଉଡର, ଧନିଆ ପତ୍ର, ଖଟା

ପ୍ରସ୍ତୁତି ପ୍ରଣାଳୀ

ପରଟା ବନାଇବା ପାଇଁ ସର୍ବପ୍ରଥମେ ଅଟା ନିଅନ୍ତୁ। ଏଥିରେ ଅଳ୍ପ ଲୁଣ, ତେଲ ଏବଂ ଉଷୁମ ପାଣି ପକାଇ ନରମ ଅଟା ଚକଟି ଦିଅନ୍ତୁ। ଚକଟା ହୋଇଥିବା ଅଟାକୁ ୧୫ ରୁ ୨୦ ମିନିଟ ପାଇଁ ଘୋଡାଇ ରଖିଦିଅନ୍ତୁ। ଏବେ ଷ୍ଟଫିଙ୍ଗ ପ୍ରସ୍ତୁତ କରନ୍ତୁ। ଏଥିପାଇଁ ସର୍ବପ୍ରଥମେ ମଟର ଦାନାକୁ ହାଲକା ନରମ ହେବା ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ମଟର ସିଝିଗଲା ପରେ ଏଥୀରୁ ପାଣି ବାହାର କରିଦିଅନ୍ତୁ ଏବଂ ଥଣ୍ଡା ହେବା ପରେ ଦରଦରା ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏବେ କଞ୍ଚା ଲଙ୍କାକୁ କାଟି ଦିଅନ୍ତୁ ଏବଂ ଅଦାକୁ କଦ୍ଦୁକସ୍‌ କରିଦିଅନ୍ତୁ। ଗ୍ରାଇଣ୍ଡିଂ କରିଥିବା ମଟରରେ ଲୁଣ, କଞ୍ଚା ଲଙ୍କା, ଅଦା, ଲାଲ ଲଙ୍କା ପାଉଡର, ଧନିଆ ପାଉଡର, ଆମଚୁର ଏବଂ ଧନିଆ ପତ୍ର ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।

ଏବେ ତାଓ୍ଵାକୁ ଗରମ କରନ୍ତୁ ଏବଂ ଚକଟା ଅଟାରୁ ଅଳ୍ପ ଗୋଲା ନେଇ ସୁଖିଲା ଅଟା ଲଗାଇ ବେଲି ଦିଅନ୍ତୁ। ପରେ ଏଥିରେ ମଟର ଷ୍ଟଫିଙ୍ଗକୁ ପୂର ଭଳି ଭରିଦିଅନ୍ତୁ ଏବଂ ଏହାକୁ ଭଲଭାବେ ବେଲି ଦିଅନ୍ତୁ। ଏହାପରେ ଆଞ୍ଚରେ ତାଓ୍ଵା ଗରମ କରି ଏହି ପରଟା ପକାଇ ଦିଅନ୍ତୁ ଏବଂ ଦୁଇ ପାଖକୁ ଭଲଭାବେ ସେକି ଦିଅନ୍ତୁ। ଦୁଇ ପାଖ ପରଟା ଭଲଭାବେ ଗୋଲଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ସେକନ୍ତୁ ବା ଫ୍ରାଏ କରନ୍ତୁ। ଏହା ଭଲଭାବେ ଦୁଇପାଖ ସେକି ହୋଇଗଲା ପରେ ଏହାକୁ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ତିଆରି ହୋଇଯାଇଛି ଆପଣଙ୍କର ମଟର ପରଟା ରେସିପି। ଏହିପରି ଭାବେ ସମସ୍ତ ପରଟାକୁ ମଟରର ପୂର ଦେଇ ପ୍ରସ୍ତୁତ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.