କ୍ୟାନ୍ସରକୁ ଭଲ କରେ ସୋରିଷ ତେଲ, ଜାଣନ୍ତୁ ଏହାର ଆଶ୍ଚର୍ଯ୍ୟଜନକ ଫାଇଦା

କେତେକ ଗବେଷଣା ଦାବି କରିଛି ଯେ ସୋରିଷ ତେଲ କର୍କଟ ରୋଗର ଆଶଙ୍କା କମ କରିଥାଏ ।

ସୋରିଷ ତେଲ ପ୍ରାୟ ପ୍ରତ୍ୟେକ ଭାରତୀୟଙ୍କ ଘରେ ସହଜରେ ମିଳିଯିବ । ଯଦି ଆପଣ ନିଜ ମାଆ ଓ ଜେଜେମାଆଙ୍କୁ ଏହି ତେଲର ଫାଇଦା ପଚାରିବେ, ତାହେଲେ ତାଙ୍କ ନଜରରେ ଏହି ତେଲ ବ୍ୟତୀତ ଆଉ କୌଣସି ତେଲ ଆସିବନାହିଁ । ଏହି ତେଲ ପ୍ରାକୃତିକ ଏବଂ ଏହାକୁ ଆପଣ ସିଧାସଳଖ ଭାବେ ନିଜ କେଶ କିମ୍ବା କୁକିଙ୍ଗରେ ପ୍ରୟୋଗ କରିପାରିବେ । ସବୁଠୁ ବଡ କଥା ହେଉଛି ଏହି ତେଲର କୌଣସି ସାଇଡଇଫେକ୍ଟ ନାହିଁ । ପ୍ରାଚୀନ କାଳରୁ ଏହା ବ୍ୟବହୃତ ହୋଇ ଆସୁଛି । ରୋଷେଇ ସହ ଏହାକୁ ସ୍ୱାସ୍ଥ୍ୟର ଭଣ୍ଡାର ମଧ୍ୟ କୁହାଯାଏ । ଏହି ତେଲ ଏତେ ଲାଭଦାୟକ ଯେ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।

ସୋରିଷ ତେଲ ମଧ୍ୟ କର୍କଟ ଭଳି ରୋଗର ଆଶଙ୍କା ହ୍ରାସ କରିଥାଏ । ଶୀତ ଋତୁରେ ଚର୍ମ ବହୁତ ଶୁଷ୍କ ହୋଇଯାଏ । ଏଥିପାଇଁ ସୋରିଷ ତେଲ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହାକୁ ଅନେକ ପ୍ରକାରର ମାସ୍କରେ ମିଶାଇ ଚର୍ମରେ ଲଗାଇବା ଦ୍ୱାରା ତ୍ୱଚାରେ ଚମକ ଆସିଥାଏ ଏବଂ ସୁସ୍ଥ ରହିଥାଏ । ସୋରିଷ ତେଲକୁ ମହମ ସହିତ ମିଶ୍ରଣ କରି ଫଟା ପାଦରେ ଲଗାଇବା ଦ୍ୱାରା ଏହା ଠିକ୍ ହୋଇଥାଏ ।

ହେଲଥଲାଇନ ଅନୁଯାୟୀ, ଯଦି ଆପଣ ପ୍ରତିଦିନ କେଶରେ ସୋରିଷ ତେଲ ଲଗାନ୍ତି, ତେବେ ତ୍ୱଚାରେ ଜୀବାଣୁ ଏବଂ ଅନ୍ୟ ମାଇକ୍ରୋବାୟଲ ବୃଦ୍ଧି କମ୍ ହୋଇଯାଏ । ଏହା କେଶକୁ ଭଲ କରିଥାଏ ଏବଂ ରୂପି ସମସ୍ୟା କମ୍ ହୋଇଥାଏ । କେତେକ ଗବେଷଣା ଦାବି କରିଛି ଯେ ସୋରିଷ ତେଲ କର୍କଟ ରୋଗର ଆଶଙ୍କା କମ କରିଥାଏ ।

ଏହା କର୍କଟ କୋଷର ବୃଦ୍ଧିକୁ ମନ୍ଥର କରିଥାଏ । ଏକ ମୂଷା ଠାରେ ହୋଇଥିବା ଗବେଷଣାରେ ଏହା ମିଳିଲା ଯେ ସୋରିଷ ତେଲର ପ୍ରୟୋଗ କରିବା ଦ୍ୱାରା କୋଲନ୍‌ କ୍ୟାନ୍ସର ସେଲ୍ସ ବ୍ଲକ ହୋଇଯାଇଥାଏ । ଏମିତିରେ ଯଦି ଆପଣଙ୍କୁ କ୍ୟାନ୍ସର ଭଳି ଗମ୍ଭୀର ସମସ୍ୟା ଠାରୁ ରକ୍ଷା ପାଇବାକୁ ଚାହୁଁଛନ୍ତି, ତାହେଲେ ଏହାର ସେବନ କରିବା ନିହାତି ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.