ପିରିୟଡ୍‌ସ ଡେରି କରିବା ପାଇଁ ଖାଆନ୍ତୁନି ମେଡିସିନ୍‌, ଟ୍ରାଏ କରନ୍ତୁ ଏହି ଦେଶୀ ଉପାୟ

ମହିଳାଙ୍କର ମାସିକ ଧର୍ମ ହେବା ଏକ ସାଧାରଣ କଥା। ପ୍ରତି ମାସରେ ଏହା ହୋଇଥାଏ। ପିରିୟଡ୍‌ସ ବେଳେ ମହିଳାମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତେବେ ବେଳେବେଳେ ଆମକୁ କୁଆଡ଼େ ବାହାରକୁ ଯିବାକୁ ଥିବା ବେଳେ ମାସିକ ଧର୍ମ ସମସ୍ୟା ସୃଷ୍ଟି କରିଥାଏ। କିଛି ଲୋକ ମେଡିସିନ୍‌ ଖାଇ ପିରିୟଡ୍‌ସ୍‌ ଘୁଞ୍ଚାଇଥାନ୍ତି। କିନ୍ତୁ ଏହା ଦ୍ୱାରା ପରେ ସମସ୍ୟା ଉପୁଜିପାରେ। ତେବେ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ମଧ୍ୟ ପିରିୟଡ୍‌ସ୍‌ ଘୁଞ୍ଚାଇପାରିବେ। ଆସନ୍ତୁ ଜାଣିବା କେମିତି…

  • ପିରିୟଡ୍‌ସ ଘୁଞ୍ଚାଇବାକୁ ଆପଣ ଆପଲ ସାଇଡର ଭିନେଗାର ସେବନ କରିପାରିବେ। ତାରିଖର ୧୦-୧୨ ଦିନ ପୂର୍ବରୁ ଗରମ ପାଣିରେ ଦିନକୁ ୨-୩ ଆପଲ ସାଇଡର ଭିନେଗାର ପିଇ ଆପଣ ପିରିୟଡସ୍‌ ଘୁଞ୍ଚାଇ ପାରିବେ।
  • ଏଥିପାଇଁ ଆପଣ ଜିଲୋଟିନ୍‌ ବି ବ୍ୟବହାର କରିପାରିବେ। ଏକ ଗିନା ପାଣିରେ ଜିଲୋଟିନ୍‌ ଗୋଳାଇ ପିଇଦିଅନ୍ତୁ। ପିରିୟଡ୍‌ସ ଘୁଞ୍ଚିଯିବ। କିନ୍ତୁ ଅଧିକ ଦିନ ଏଭଳି କରିବା ଅନୁଚିତ।
  • ଲେମ୍ବୁ ରସ ପିଇବା ଦ୍ୱାରା ମଧ୍ୟ ମାସିକ ଧର୍ମ ବିଳମ୍ବରେ ହୋଇଥାଏ।
  • କେବଳ ତ୍ୱଚା ପାଇଁ ନୁହେଁ। ପେଟ ପାଇଁ ମଧ୍ୟ ମୁଲତାନୀ ମାଟି ରାମବାଣ ଭଳି କାମ କରିଥାଏ। ମୁଲତାନୀ ମାଟିକୁ ଗରମ ପାଣିରେ ସେବନ କରି ମଧ୍ୟ ଆପଣ ଋତୁସ୍ରାବ ଘୁଞ୍ଚାଇ ପାରିବେ।
  • ଦୁଇ ଚାମଚ ସୋରିଷ ପାଉଡରକୁ ଏକ କପ୍‌ ଗରମ ପାଣିରେ ମିଶାଇ ସପ୍ତାହକୁ ଥରେ ପିଅନ୍ତୁ। ଏହା ଦ୍ୱାରା କିଛିଦିନ ପାଇଁ ପିରିୟଡ୍‌ସ ଘୁଞ୍ଚିଯିବ।
  • ଅମୃତଭଣ୍ଡା ଖାଇଲେ ମଧ୍ୟ ଋତୁଚକ୍ର ବିଳମ୍ବରେ ହୋଇଥାଏ।
  • ମାସିକ ଧର୍ମକୁ ଡେରିରେ କରିବାକୁ ଚାହୁଁଥିଲେ ଚାଉଳ ଧୁଆ ପାରି ସବୁଠୁ ଉତ୍ତମ। ପିରିୟଡ୍‌ସ୍‌ର ୪-୫ ଦିନ ପୂର୍ବରୁ ଦିନକୁ ୩ ଥର ଚାଉଳ ଧୁଆ ପାଣି ପିଇବା ଦ୍ୱାରା ମାସିକ ଧର୍ମ ଡେରିରେ ହୋଇଥାଏ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.