୨ଟଙ୍କାରେ କରନ୍ତୁ ତ୍ୱଚାର ଉପଚାର, ମୁହଁରେ ଆଣନ୍ତୁ ପ୍ରାକୃତିକ ଚମକ

ମାତ୍ର ୨ ଟଙ୍କାରେ ପାଆନ୍ତୁ ପାର୍ଲର ଭଳି ତ୍ବଚା

ପ୍ରତ୍ୟେକ ମହିଳା ସୁନ୍ଦର ଦେଖାଯିବାକୁ ଚାହାନ୍ତି । ନିଜ ମୁହଁରେ ସୁନ୍ଦରତା ଅଣିବା ପାଇଁ ସେମାନେ ପାର୍ଲର ଉପରେ ନିର୍ଭରଶୀଳ ହେଉଛନ୍ତି । ଏହା ଦ୍ୱାରା ସେମାନେ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି ଏବଂ ପାର୍ଲରରେ ବ୍ୟବହାର ହେଉଥିବା କେମିକଲ ଯୁକ୍ତ ପ୍ରଡ଼କ୍ଟ ଲଗାଇ ମୁହଁକୁ ଆହୁରି ଖରାପ କରିଥାନ୍ତି । ଏହା ବ୍ୟତୀତ କେତକଙ୍କ ପକ୍ଷେ ପାର୍ଲରକୁ ଯିବା ସମ୍ଭବପର ହୋଇନଥାଏ । ଏମିତିରେ ଆପଣ ଏକ ବହୁ ପୁରୁଣା ଉପାୟ ଆପଣାଇ ପାରିବେ । ଲେମ୍ବୁରେ ଭିଟାମିନ C ରହିଛି । ଯାହାଫଳରେ ଏହାକୁ ମୁହଁରେ ଲଗାଇବା ଦ୍ୱାରା ମୁହଁ ଉଜ୍ଜ୍ୱଳ ଦେଖାଯିବ । ଲେମ୍ବୁ ମାଧ୍ୟମରେ ଆପଣ ନିଜେ ମଧ୍ୟ ମସାଜ, ସ୍କ୍ରବିଂ ଏବଂ କ୍ଲିନଅପ୍ କରିପାରିବେ ।

ଜାଣନ୍ତୁ ବ୍ୟବହାର କରିବାର ପ୍ରଣାଳୀ :
ସ୍କ୍ରବିଂ 

ଦାଗହୀନ ଏବଂ ଚିକ୍କଣ ତ୍ୱଚା ପାଇଁ ମୁହଁରେ ସ୍କ୍ରବିଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସ୍କ୍ରବିଂ ପାଇଁ ଆପଣ ଲେମ୍ବୁର ବ୍ୟବହାର କରିପାରିବେ । ଏହା ମୁହଁର ଗଭୀରକୁ ଯାଇ ତ୍ୱଚାକୁ ଚମକାଇଥାଏ । ଏଥିପାଇଁ ଗୋଟିଏ ପାତ୍ରରେ ଗୋଟିଏ ଲେମ୍ବୁର ରସକୁ ଚିପୁଡ଼ି ବାହାର କରି ସେଥିରେ ଏକ ଚାମଚ ମହୁ ଓ ଏକ ଚାମଚ ଚିନିକୁ ମିଶାଇ ମୁ୍ହଁରେ ଲଗାନ୍ତୁ । ଏହାକୁ ଧିରେ ଧିରେ ମୁହଁରେ ୫ମିିନିଟ୍ ପାଇଁ ସ୍କ୍ରବ କରନ୍ତୁ ଏବଂ ୧୦ ମିନିଟ୍ ପରେ ଏହାକୁ ଧୋଇ ଦିଅନ୍ତୁ ।

ମସାଜ୍

ସ୍କ୍ରବ୍ କରିବା ପରେ, ଆପଣଙ୍କ ଚେହେରାକୁ ମସାଜ ଆବଶ୍ୟକ ହୁଏ । ଏଥିପାଇଁ କେବଳ ଲେମ୍ବୁ ସାହାଯ୍ୟରେ ମୁହଁକୁ ମାଲିସ୍ କରନ୍ତୁ । ଏଥିପାଇଁ ଏକ ପାତ୍ରରେ ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଦୁଇ ଚାମଚ ଆଲୋ ଭେରା ଜେଲ ମିଶାଇ ଭଲ ଭାବରେ ମିଶାନ୍ତୁ । ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ଏହାକୁ ଆପଣଙ୍କ ମୁହଁରେ ମସାଜ୍ କରନ୍ତୁ । ଏହାଦ୍ୱାରା ଆପଣଙ୍କ ତ୍ୱଚା ହାଇଡ୍ରେଟ୍ ହେବ । ଏହାସହ ଆପଣ ଚର୍ମ ଶୁଖିଲା ପଣରୁ ମଧ୍ୟ ମୁକ୍ତି ପାଇବେ ।

ଫେସ୍ ପ୍ୟାକ୍

ଏହା ମୁହଁ କ୍ଲିନ ଅପର ଶେଷ ପର୍ଯ୍ୟାୟ । ଆପଣ ଲେମ୍ବୁ ଏବଂ ବେସନର ଏକ ଫେସ୍ ପ୍ୟାକ୍ ପ୍ରୟୋଗ କରି ଚେହେରାର ରଙ୍ଗକୁ ଉଜ୍ଜ୍ୱଳ କରିପାରିବେ । ଏଥିପାଇଁ ଏକ ପାତ୍ରରେ ଦୁଇ ଚାମଚ ବେସନ, ଗୋଟିଏ ଚାମଚ ଲେମ୍ବୁ ରସ ଏବଂ ଆଲୋଭେରା ଜେଲ ପକାଇ ଭଲ ଭାବରେ ମିଶାନ୍ତୁ । ଏହି ପ୍ୟାକ୍କୁ ୧୫ ମିନିଟ୍ ପାଇଁ ଆପଣଙ୍କ ମୁହଁରେ ରଖନ୍ତୁ । ଯେତେବେଳେ ଏହି ପ୍ୟାକ୍ ଶୁଖିଯିବ, ଆପଣ ଏହାକୁ ପାଣିରେ ଧୋଇନିଅନ୍ତୁା

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.