ଲାଇଭ କନସର୍ଟରେ ମୋବାଇଲ ଫୋପାଡି ଗାୟିକାଙ୍କ ମୁହଁ ଫଟାଇଲେ ଫ୍ୟାନ୍‌, ଲାଗିଲା ୩ଟି ଷ୍ଟିଚ୍‌

ଲାଇଭ କନସର୍ଟରେ ଆହତ ହେଲେ ଗାୟିକା ବିବି ରେକ୍ସା । ନ୍ୟୁୟର୍କରେ ଏକ କନସର୍ଟରେ ଗୀତ ଗାଉଥିବା ସମୟରେ ତାଙ୍କ ଉପରକୁ ଜଣେ ଫ୍ୟାନ୍‌ ମୋବାଇଲ ଫୋପାଡିଥିଲେ । ଫଳରେ ତାଙ୍କ ମୁହଁ ଫାଟିଯାଇଥିଲା । ଏଥିପାଇଁ ମୁହଁରେ ୩ଟି ଷ୍ଟିଚ୍‌ ମଧ୍ୟ ଲାଗିଛି ।

ଆମେରିକୀୟ ଗାୟିକା ତଥା ଗୀତିକାର ବିବି ରେକ୍ସା ଲାଇଭ କନସର୍ଟରେ ଆହତ ହୋଇଛନ୍ତି । ସେ ନ୍ୟୁୟର୍କରେ ଏକ କନସର୍ଟରେ ଗୀତ ଗାଉଥିବା ସମୟରେ ତାଙ୍କ ଉପରକୁ ଜଣେ ଫ୍ୟାନ୍‌ ମୋବାଇଲ ଫୋପାଡିଥିଲେ । ଫଳରେ ତାଙ୍କ  ନାକ ଫାଟିଯାଇଥିଲା । ତାଙ୍କୁ ତୁରନ୍ତ ସେଠାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କ ନାକରେ ୩ଟି ଷ୍ଟିଚ୍‌ ପକାଇଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

୩୩ ବର୍ଷୀୟ ରେକ୍ସା ଏବେ ନର୍ଥ ଆମେରିକା ଟୁରରେ ଯାଇଛନ୍ତି । ଜୁନ୍‌ ୧୭ ତାରିଖରେ ଏକ ଲାଇଭ କନସର୍ଟରେ ଷ୍ଟେଜରେ ଗୀତ ଗାଉଥିବା ବେଳେ ତାଙ୍କ ଉପରକୁ ଜଣେ ଫ୍ୟାନ୍‌ ହଠାତ୍‌ ମୋବାଇଲ ଫୋପାଡିଥିଲେ। ଯାହାପରେ ସେ ଆହତ ହୋଇଥିଲେ । ତାଙ୍କ ମୁହଁରେ ୩ଟି ଷ୍ଟିଚ୍‌ ପଡିଛି । ଏହାପରେ ତାଙ୍କ କନସର୍ଟକୁ ବନ୍ଦ କରାଯାଇଥିଲା ।

ଏହି ଘଟଣା ପରେ ରେକ୍ସାଙ୍କ ଫ୍ୟାନ୍ସ ଟ୍ବିଟରରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଯେଉଁ ଲୋକ ଏମିତି ହରକତ କରନ୍ତି, ସେମାନଙ୍କ ଘରେ କୌଣସି ଶିକ୍ଷା ଦିଆଯାଉନି ବୋଧେ ।

ଗତ କିଛିଦିନ ପୂର୍ବରୁ  ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଥିଲା । ଲୋକପ୍ରିୟ ୟୁଏସ ରାପର ବିଗ୍‌ ପୋକୀ ଟେକ୍ସାସରେ ଷ୍ଟେଜରେ ପରଫର୍ମ କରୁଥିବା ସମୟରେ ହଠାତ୍‌ ପଡିଯାଇଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ମାତ୍ର ୪୫ ବର୍ଷର ରହିଥିଲେ । ସେହିଭଳି ସିଙ୍ଗର ରବି ୱିଲିୟମସନଙ୍କୁ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭୂତ ହେବାରୁ କନସର୍ଟକୁ ଅଧାର ବନ୍ଦ କରିଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.