ଆବଶ୍ୟକତା ଠୁ ଅଧିକ ସମୟ ଶୋଇଲେ ଶରୀରରେ ହୋଇଥାଏ ଗମ୍ଭୀର ସମସ୍ୟା, ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଆଜିକାଲିର ଯୁବପିଢିଙ୍କ ପାଇଁ ନିଦଜନିତ ସମସ୍ଯା ସାଧାରଣ କଥା ହୋଇଗଲାଣି। ପ୍ରତିଦିନ ଭଲ ନିଦ ନ ହେଲେ ମନ-ମସ୍ତିଷ୍କ ଏବଂ ଶରୀର ଭଲ ରହେ ନାହିଁ। ବୈଜ୍ଞାନିକମାନଙ୍କ ମତରେ ବ୍ଯକ୍ତି କିଛିଦିନ ବିନା ଖାଦ୍ଯରେ ବଞ୍ଚିପାରିବ କିନ୍ତୁ ସଠିକ୍ ନିଦ୍ରା ନ ହେଲେ ଶରୀର ଉପରେ କୁପ୍ରଭାବ ପଡିବ। ନିଦ ନ ଆସିବାର ଅନେକ କାରଣ ରହିଛି। ଯେମିତିକି ଚିନ୍ତା, ସ୍ଲିପଏପ୍ରିୟା, ଟେନସନ ଇତ୍ଯାଦି।

ଦୈନନ୍ଦିନ ଜୀବନଚର୍ଯ୍ୟାରେ ପର୍ଯ୍ୟାପ୍ତ ପରିମାଣରେ ନିଦ ହେବା ନିହାତି ଜରୁରୀ । ଶରୀରର ଆବଶ୍ୟକତା ଅନୁସାରେ ନିଦ ନହେଲେ ବହୁ ପ୍ରକାରର ସମସ୍ୟା ହୋଇଥାଏ। ଶୋଇବା ତ ନିହାତି ଜରୁରୀ । କିନ୍ତୁ ଦରକାର ଠାରୁ ଅଧିକ ଶୋଇବା ବି ଶରୀର ପାଇଁ କ୍ଷତିକାରକ ହୋଇଥାଏ । କହିବା ଅର୍ଥ ଯେ ଅଧିକ ନିଦ ବି ବହୁ ପ୍ରକାର ରୋଗକୁ ନିମନ୍ତ୍ରଣ କରିଥାଏ । ତେବେ ଆସନ୍ତୁ ଜାଣିବା ଅଧିକ ଶୋଇଲେ ଆମ ଶରୀରକୁ କଣ କ୍ଷତି ପହଂଚିଥାଏ ।

ଯେପରି ଖାଦ୍ୟ ଶରୀର ପାଇଁ ଜରୁରୀ ହୋଇଥାଏ ସେହିପରି ୭ ରୁ ୮ ଘଣ୍ଟା ନିଦ ଶରୀର ପାଇଁ ଆବଶ୍ୟକ ହୋଇଥାଏ। କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ ଆବଶ୍ୟକତା ଠୁ ଅଧିକ ମାତ୍ରାରେ ଶୋଇବାକୁ ପସନ୍ଦ କରିଥାନ୍ତି। ଏମିତି କଲେ ଆପଣ ଅନେକ ରୋଗର ଶିକାର ହେବାର ଆଶଙ୍କା ରହିଛି। ଓଜନ ବଢ଼ିବାଠୁ ଆରମ୍ଭ କରି ମାନସିକ ଦୁଃଶ୍ଚିନ୍ତା ସବୁ ମାଡ଼ି ବସେ।

over sleeping
pc: bustle

ଏବେ ଜାଣନ୍ତୁ ଅଧିକ ସମୟ ଶୋଇଲେ କେଉଁ ସମସ୍ୟାର ସମ୍ମୁଖିନ ହେବେ:

-ଆବଶ୍ୟକତା ଠାରୁ ଅଧିକ ଶୋଇଲେ ବ୍ୟକ୍ତି ଠାରେ ଡିପ୍ରେସନ ଦେଖାଦେଇଥାଏ । ନିକଟରେ ହିଁ ହୋଇଥିବା ଏକ ସର୍ଭେ ଅନୁଯାୟୀ ଅଧିକ ଶୋଇବା ଫଳରେ ମଣିଷ ଠାରେ ଅଳସୁଆ ଭାବ ବଢିଥାଏ । ଦୈନନ୍ଦିନ କାମରେ ବି ମନ ଲାଗିନଥାଏ । ବେଳେ ବେଳେ ଧୀରେ ଧୀରେ ବ୍ୟକ୍ତି ନିଜକୁ ଅକର୍ମଣ୍ୟ ବୋଲି ଧରିନେଇଥାଏ ।

-ବିଛଣା ଉପରେ ଅଧିକ ସମୟ ପଡିବା ଫଳରେ ପିଠି ଯନ୍ତ୍ରଣା ମଧ୍ୟ ବଢିଥାଏ । ଏମିତିରେ କମ୍ପ୍ୟୁଟରରେ ଅଧିକ ସମୟ କାମ କରିବା ଫଳରେ ଆମେ ଗୋଟିଏ ଚୌକି ଉପରେ ବହୁ ସମୟ ଧରି ବସିଥାଉ । ତା ପରେ ପୁଣି ଅଧିକ ସମୟ ବିଛଣାରେ ପଡିବା ଫଳରେ ବେକ, କାନ୍ଧ, ପିଠି ଯନ୍ତ୍ରଣା ମଧ୍ୟ ଅଧିକ ହୁଏ ।

-ଆଜିକା ସମୟରେ ମୋଟାପଣ ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି । ଏମିତିରେ ଅଧିକ ସମୟ ଶୋଇବା ଦ୍ୱାରା ଆମର ଫିଜିକାଲ ଏକ୍ସରସାଇଜ କମ ହୁଏ ଏହା ବ୍ୟକ୍ତିର ଖାଦ୍ୟ ହଜମ ଉପରେ ମଧ୍ୟ ପ୍ରଭାବ ପକାଏ । ଫଳରେ ଶରୀରର ମେଦ ବହୁଳତା ବଢିଥାଏ ।

-ଅଧିକ ସମୟ ଶୋଇବା ଫଳରେ ଫିଜିକାଲ ଏକ୍ସରସାଇଜ କମ ହୋଇଥାଏ । ଯାହା ଫଳରେ ଶରୀରରେ ସୁଗାରର ମାତ୍ରା ମଧ୍ୟ ବଢିଥାଏ । ଏକ ରିପୋର୍ଟ ଅନୁଯାୟୀ ୯ ଘଣ୍ଟାରୁ ଅଧିକ ସମୟ ଶୋଇଲେ ଡାଇବେଟିସ ହେବାର ଚାନ୍ସ ପ୍ରାୟ ୪୦ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.