ଅଧିକ ସମୟ ପର୍ଯ୍ୟନ୍ତ ଇଅୟଫୋନ ବ୍ୟବହାର କରୁଥିଲେ ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ରୋଗ

ଆଜିର ଯୁଗରେ ଅନେକ ଲୋକ ଇଅୟଫୋନ ବା ହେଡଫୋନ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି। କାମ କଲାବେଳେ ହେଉ କିମ୍ବା ଗାଡ଼ି ଚଲାଇଲାବେଳେ କିମ୍ବା ଅନ୍ୟ କୌଣସି ସ୍ଥାନରେ । ଏହା ଏକ ନିତିଦିନିଆ ଅଭ୍ୟାସ ହୋଇଗଲାଣି ଯାହାକି ଏକ ଖରାପ ଅଭ୍ୟାସ । କିନ୍ତୁ ଆପଣ ଜାଣନ୍ତିକି ମାତ୍ରାଧିକ ହେଡଫୋନର ବ୍ୟବହାର ଦ୍ୱାରା ଆପଣ ଅନେକ ପ୍ରକାର ରୋଗର ଶିକାର ହୋଇ ପାରନ୍ତି । ପ୍ରଥମେ ଆପଣ ନିଜର ଶ୍ରବଣ ଶକ୍ତି ହରାଇ ପାରନ୍ତି ।

ରିପୋର୍ଟ ଅନୁଯାୟୀ ଯେତେବେଳେ ଆମ କାନ ୮୫ ଡେସିବେଲ୍ରୁ ଅଧିକ ଭଲ୍ୟୁମ ଶୁଣିଥାଏ । ସେତେବେଳେ ଭିତର କାନର କୋଷଗୁଡ଼ିକ ପ୍ରଭାବିତ ହେବା ଆରମ୍ଭ କରିଥାଏ। ଯାହା ଦ୍ୱାରା ହେଡଫୋନ ବ୍ୟବହାର କରୁଥିବା ଲୋକଙ୍କର ଶୁଣିବା କ୍ଷମତା ସାଧାରଣ ଲୋକଙ୍କ ଠାରୁ କମହୋଇଥାଏ ।ଅଧିକ ସମୟ ପର୍ଯ୍ୟନ୍ତ ଇଅୟଫୋନ ବ୍ୟବହାର କରୁଥିଲେ ଏହା ଶ୍ରବଣ ଶକ୍ତିକୁ କମ କରିବା ସହିତ କାନରେ ଇନ୍ଫେକ୍ସନ ବଢାଇଥାଏ । କାନରେ ଖିବା କୋଷ ଗୁଡିକ ଡ୍ୟାମେଜ ହୋଇଯାଏ ।
ଏମିତିକି ମୁଣ୍ଡର ଶୀରା ମଧ୍ୟ ପ୍ରଭାବିତ ହୋଥାଏ । କାନ ମଧ୍ୟ ବନ୍ଧା ହୋଇଥାଏ । ଏମିତିକି ସବୁଠାରୁ ବଡ କଥା ହେଉଛି ପରିବେଶର ଶବ୍ଦ ବା ଏନଭାଇରମେଣ୍ଟ ସାଉଣ୍ଡ୍କୁ ମଧ୍ୟ କାନ ଆଉ ଗ୍ରହଣ କରିପାରେ ନାହିଁ । ତେଣୁ ଅଧିକ ମାତ୍ରାରେ ହେଡଫୋନ ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ସବୁଦିନେ ଏବଂ ସବୁ ସମୟରେ ଇଅୟଫୋନ ବ୍ୟବାହର କରୁଛନ୍ତି ତେବେ ଆପଣ ଟିନିଟସ ଓ ହାଇପେରାକସିସ୍ ରୋଗରେ ପଡି ପାରନ୍ତି ।