କ’ଣ ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି? ତ ଦକ୍ଷିଣ ଭାରତୀୟ ଖାଦ୍ୟ ନିଶ୍ଚୟ ଖାଆନ୍ତୁ

ପତଳା ହେବାକୁ କିଏ ବା ନ ଚାହେଁ। ଓଜନ ହ୍ରାସ କରିବା ପାଇଁ ଯଦି ଆପଣ ବିଭିନ୍ନ ପ୍ରକାରର ବ୍ୟାୟାମ କରି ଥକି ପଡ଼ିଥିବେ, ତ ଏବେ ଆପଣଙ୍କୁ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଦକ୍ଷିଣ ଭାରତୀୟ ଖାଦ୍ୟ ଓଜନ ହ୍ରାସ କରିବା ପାଇଁ ହେଉଛି ବେଷ୍ଟ ଅପଶନ। ଯଦି ଆପଣ ଦକ୍ଷିଣ ଭାରତୀୟ ଖାଦ୍ୟକୁ ନିଜ ଡାଏଟ୍‌ ଚାର୍ଟରେ ସାମିଲ କରିବେ, ତା’ ହେଲେ ଆପଣଙ୍କୁ ନିଶ୍ଚୟ ଫାଇଦା ମିଳିବ। ପ୍ରକୃତରେ ଦକ୍ଷିଣ ଭାରତୀୟ ଡାଏଟ୍‌କୁ ବହୁତ ଭଲ ବୋଲି କୁହାଯାଇଥାଏ। କାହିଁକି ନା, ଏଥିରେ କମ୍ କ୍ୟାଲୋରୀଯୁକ୍ତ ଖାଦ୍ୟର ବିକଳ୍ପ ଅଧିକ ରହିଥାଏ। କିଛି ଦକ୍ଷିଣ ଭାରତୀୟ ଖାଦ୍ୟ ପ୍ରୋଟିନରେ ଭରପୂର ଥାଏ, ଯାହାକି ଆପଣଙ୍କ ପେଟକୁ ପରିପୂର୍ଣ୍ଣ ଅନୁଭବ କରାଇଥାଏ। ଆଉ ଏହି କାରଣରୁ ଭୋକ କମ୍ ଲାଗିଥାଏ ଏବଂ ଆପଣ ସହଜରେ ନିଜ ଓଜନ ହ୍ରାସ କରିପାରି ଥାଆନ୍ତି।

ଏମିତି କରନ୍ତୁ ଓଜନ ହ୍ରାସ

-ଓଜନ ହ୍ରାସ କରିବା ପାଇଁ ଏକ କପ୍‌ ଗରମ ପାଣିରେ ଲେମ୍ବୁ ରସ ଏବଂ ମହୁ ମିଶାଇ ପ୍ରତିଦିନ ସକାଳେ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ନିଶ୍ଚିତ ଭାବରେ ଲାଭ ମିଳିବ। କହି ରଖୁଛୁ ଯେ ଏହାଦ୍ୱାରା ଆପଣଙ୍କ ପେଟ ମଧ୍ୟ ଠିକ୍‌ ରହିବ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଜଭୁତ ହେବ। ଯଦିଓ ସମସ୍ତେ ଏହି ଟ୍ରିକ୍‌ ଜାଣନ୍ତି, କିନ୍ତୁ ବ୍ୟସ୍ତବହୁଳ ଜୀବନରେ ଏହାକୁ ଫଲୋ କରିପାରି ନ ଥାଆନ୍ତି।

-ଏହା ବ୍ୟତୀତ ଆପଣ ନିଜ ଖାଦ୍ୟରେ ଯଅରେ ପ୍ରସ୍ତୁତ ୩ଟି ଇଡ୍‌ଲି, ଏକ ଛୋଟ ପାତ୍ରର ସମ୍ବର, ଦୁଇଟି ଅଣ୍ଡାର ଧଳା ଅଂଶ, ଅଧା ଚାମଚ ବାଦାମ ଓ ନଡିଆ ଚଟଣୀ ଏବଂ ଏକ କପ୍ ଗ୍ରୀନ୍ ଟି ସାମିଲ କରି ପାରିବେ। ଏହି ଦକ୍ଷିଣ ଭାରତୀୟ ଖାଦ୍ୟରେ ତେଲ ମଧ୍ୟ କମ୍ ରହିଥାଏ। ତେଣୁ ଆପଣ ଏହାକୁ ନିଜ ଡାଏଟ୍‌ରେ ସାମିଲ କରି ପାରିବେ। ଏହାଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ।

-ଲଞ୍ଚ୍‌ରେ ଅଧା କପ୍ ଧଳା ଚାଉଳ, ମଧ୍ୟମ ଆକାରର କେରଳ ଷ୍ଟାଇଲର ମାଛ ତରକାରୀ, ଦୁଇଟି ରୁଟି, ଏକ ମଧ୍ୟମ ପାତ୍ରର ଏଭିୟଲ, କାକୁଡି ଓ ଟମାଟୋ ସାଲାଡ୍, ଏକ ଛୋଟ ପାତ୍ରର ଦହି ଅନ୍ତର୍ଭୁକ୍ତ କରି ପାରିବେ। ଏହି ଡାଏଟ୍ ଚାର୍ଟକୁ ଫଲୋ କରନ୍ତୁ, ଯଦ୍ଦ୍ଵାରା ଆପଣଙ୍କ ଓଜନ କଣ୍ଟ୍ରୋଲରେ ରହି ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.