ଶରୀରର ଡିହାଇଡ୍ରେସନ ପାଇଁ ଜୀରା ଓ ଡାଲଚିନିର ଡ୍ରିଙ୍କ ହୋଇଥାଏ ବେଷ୍ଟ, ନିତିଦିନ ପିଅନ୍ତୁ

ମୋଟାପଣ ଏପରି ଏକ ସମସ୍ୟା ଯାହା ପାଇଁ କେବଳ ଦୈନନ୍ଦିନ ଜୀବନରେ ଅସୁବିଧା ହୋଇନଥାଏ ବରଂ ଅନେକ ପ୍ରକାରର ଗମ୍ଭୀର ରୋଗ ମଧ୍ୟ ହୋଇଥାଏ। ଏହାକୁ ଦୂର କରିବା ପାଇଁ ଆଜିକାଲି ଲୋକମାନେ ବିଭିନ୍ନ ପ୍ରକାରର ବ୍ୟାୟାମ ଏବଂ କସରତ କରୁଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଘରେ ସାଧାରଣ ଭାବେ ବ୍ୟବହାର କରାଯାଉଥିବା ଜୀରା ଏବଂ ଡାଲଚିନିର ସେବନ କରାଯାଇ କିପରି ଓଜନ କମ କରାଯାଇ ପାରିବ ତାହା ବିଷୟରେ କହିବାକୁ ଯାଉଛୁ।

ଏପରି କରନ୍ତୁ ବ୍ୟବହାର :
ଜୀରା ଏବଂ ଡାଲଚିନିର ମିଶ୍ରଣ ଏକ ପାୱାରଫୁଲ ଆଣ୍ଟିଅକ୍ସିଡେଣ୍ଟ । ଏଥିରେ ଥିବା ଭିଟାମିନ, କ୍ୟାଲସିୟମ, କପର ଏବଂ ଆୟରନ ଗୁଡିକ ମେଟାବୋଲିଜିମ୍ ବୁଷ୍ଟ କରିବାରେ ସହାୟକ ହୋଇଥାଏ। ଏହା ଓଜନ କମ କରିବା ସହ ଶରୀର ସୁସ୍ଥ ମଧ୍ୟ ରଖିଥାଏ। ସବୁଠାରୁ ଖାସ ହେଉଛି ଏଥିରେ କୌଣସି ପ୍ରକାରର ସାଇଡ ଇଫେକ୍ଟ ରହିନଥାଏ।

ଏହି ଡ୍ରିଙ୍କ୍ସ ପ୍ରସ୍ତୁତ କରିବା ପାଇଁ ଏକ ଗ୍ଳାସ ଗରମ ପାଣିରେ ଡାଲଚିନି ଏବଂ ଜୀରା ପାଉଡରର ମିଶ୍ରଣ କରନ୍ତୁ। ଏଥିରେ ଏକ ଚାମଚ ମହୁ ମିଶାଇ ଦୈନିକ ରାତିରେ ଅଥବା ସକାଳେ ଖାଲି ପେଟରେ ପିଅନ୍ତୁ। କିଛି ଦିନ ମଧ୍ୟରେ ଆପଣ ଏହାର ଫାଇଦା ଜାଣିପାରିବେ।

-ଏହି ମିଶ୍ରଣକୁ ଦୈନିକ ପିଇବା ଦ୍ବାରା ଶରୀରରେ ଥିବା ଅତ୍ୟଧିକ ଚର୍ବି କମ ହୋଇଥାଏ।

-ଖରା ଦିନରେ ଦେଖାଯାଇଥିବା ଡିହାଇଡ୍ରେସନର ସମସ୍ୟା ଏହି ପାଣି ସେବନ ଦ୍ବାରା କମ ହୋଇଥାଏ।

– ହୃଦରୋଗୀଙ୍କ ପାଇଁ ଏହାର ସେବନ ଖୁବ ଲାଭକାରୀ ହୋଇଥାଏ। ଏହା କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରିତ ରଖିଥାଏ।

-ଏଥିରେ ଆଇରନର ମାତ୍ରା ଅଧିକ ରହିଥିବାରୁ ଏହା ଶରୀରରେ ରକ୍ତର ମାତ୍ରା ଠିକ ରଖିଥାଏ।

-ଦୈନିକ ଏହି ପାଣିର ସେବନ ଶରୀରରେ ଗ୍ଳୁକୋଜର ମାତ୍ର ଠିକ୍ ରଖିଥାଏ, ଫଳରେ ଡାଏବେଟିଜର ସମସ୍ୟା କମ ହୋଇଥାଏ।

-ଏହି ପାଣିକୁ ପ୍ରତିଦିନ ସକାଳେ ସେବନ କରିବା ଦ୍ବାରା ଏସିଡିଟି ଏବଂ ପେଟ ଫୁଲିବା ଆଦି ସମସ୍ୟା କମ ହୋଇଥାଏ।