ବାହାଘରକୁ ରହିଲା କି ମାତ୍ର କିଛି ଦିନ, ତେବେ ଚମକଦାର ଏବଂ ଉଜ୍ଜ୍ୱଳ ତ୍ୱଚା ପାଇବା ପାଇଁ ଲଗାନ୍ତୁ ଏହି ଉବତନ୍‌

ଚେହେରାରେ ପ୍ରାକୃତିକ ଚମକ ଆପଣଙ୍କ ସୁନ୍ଦରତାକୁ ବଢ଼ାଇବାରେ ଅନେକ ସାହାଯ୍ୟ କରିଥାଏ। ସବୁ ଝିଅ ମାନେ ଚାହାଁନ୍ତି ସେମାନେ ନିଜ ବାହାଘରରେ କମ୍‌ ମେକଅପ୍‌ କରିବାକୁ ଏବଂ ଖାଲି ତାଙ୍କ ଚେହେରାର ଚମକ ସମସ୍ତଙ୍କୁ ଆକର୍ଷଣ କରୁ। ଯଦି ଆଉ କିଛି ଦିନ ପରେ କିମ୍ବା ଆଗାମୀ କିଛି ଦିନ ଭିତରେ ଆପଣଙ୍କ ବାହାଘର ହେବାକୁ ଅଛି ତାହେଲେ ଆପଣଙ୍କୁ ନିଜ ଚେହେରାକୁ ନେଇ କିଛି ଚିନ୍ତା କରିବା ଆବଶ୍ୟକ ନାହିଁ। କାହିଁକିନା ଆଜି ଆମେ ଆପଣଙ୍କ ପାଇଁ ଘରେ ପ୍ରସ୍ତୁତ କରିପାରୁଥିବା କିଛି ବଢ଼ିଆ ଉବତନ୍‌ ବିଷୟରେ ଜଣାଇବୁ ଯାହାଦ୍ୱାରା ଆପଣ ବିନା କୌଣସି ସାଇଡ ଇଫେକ୍ଟସରେ ସୁନ୍ଦର, ମୁଲାୟମ ଏବଂ ଦାଗହୀନ ତ୍ୱଚା ପାଇପାରିବେ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ହଳଦୀ ଏବଂ ଲେମ୍ବୁ

ଏକ ପାତ୍ରରେ ଅଧା ଛୋଟ ଚାମଚ ହଳଦି ପାଉଡର, ଆବଶ୍ୟକ ଅନୁସାରେ ଲେମ୍ବୁ ରସ ପକାଇ ମିଶାଇ ଦିଅନ୍ତୁ। ପ୍ରସ୍ତୁତ ମିଶ୍ରଣକୁ ଚେହେରା ଏବଂ ବେକରେ ହାଲକା ମସାଜ୍‌ କରନ୍ତୁ। ୨୫ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ରଖିବାକୁ ଦିଅନ୍ତୁ ଏବଂ ପରେ ଏହାକୁ ତାଜା ପାଣିରେ ଭଲଭାବେ ଧୋଇ ଦିଅନ୍ତୁ। ଏହାଦ୍ୱାରା ଚେହେରାରେ ଥିବା ଧୂଳି, ବ୍ରଣ, ଦାଗ ଆଦି ଦୂର ହୋଇଯାଏ। ଏହାସହିତ ଏହା ଏକ୍ସଟ୍ରା ଅଏଲ ରିମୁଭ କରିଥାଏ।

skin tipsମହୁ, ବେସନ ଏବଂ ଅଲିଭ୍‌ ଅଏଲ

ଏକ ପାତ୍ରରେ ଏକ ଚାମଚ ମହୁ, ଏକ ଚାମଚ ବେସନ, ୨ ଚିମୁଟା ହଳଦୀ ଏବଂ ଅଲିଭ୍‌ ଅଏଲ ୫-୬ ବୁନ୍ଦା ପକାଇ ମିଶାଇ ଦିଅନ୍ତୁ। ଏହି ପେଷ୍ଟକୁ ମୁହଁ ଏବଂ ବେକରେ ୨୦ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ। ପରେ ଏହାକୁ ସଫା ଏବଂ ତାଜା ପାଣିରେ ଚେହେରାକୁ ଧୋଇ ଦିଅନ୍ତୁ। ଏହି ଉବତନ୍‌ ଚେହେରାକୁ ମୂଳରୁ ସଫା କରିବା ସହିତ ବ୍ଲିଚ୍‌ ଭଳି କାମ କରିଥାଏ।

ବେସନ ଏବଂ କମଳା ଚୋପା ଗୁଣ୍ଡ

ଚମକଦାର ତ୍ୱଚା ପାଇଁ ଏହା ବେସନ ଏବଂ କମଳା ଚୋପା ଗୁଣ୍ଡରେ ପ୍ରସ୍ତୁତ ଉବତନ୍‌ ବହୁତ ବଢ଼ିଆ। ଏହାକୁ ପ୍ରସ୍ତୁତ କରିବା ପାଇଁ ୧-୧ ଚାମଚ ବେସନ, କମଳା ଚୋପା ଗୁଣ୍ଡ, ଚିମୁଟାଏ ହଳଦୀ, ଏକ ଚାମଚ କ୍ଷୀର ଏବଂ ଏକ ଚାମଚ ଲେମ୍ବୁ ରସ ମିଶଇା ଦିଅନ୍ତୁ। ଏବେ ପ୍ରସ୍ତୁତ ମିଶ୍ରଣକୁ ଚେହେରାରେ ମସାଜ କରନ୍ତୁ। ୧୫-୨୦ ମିନିଟ୍‌ ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ।

ଚନ୍ଦନ ଏବଂ କ୍ଷୀର

ମୁହଁକୁ ଗ୍ଲୋଇଂ କରିବା ପାଇଁ କ୍ଷୀର ଏବଂ ଚନ୍ଦନ ଏକ ବହୁତ ଭଲ ଉବତନ। ଏହାକୁ ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ୧ ଚାମଚ ଚନ୍ଦନ ପାଉଡର, ଚିମୁଟାଏ ହଳଦି ଏବଂ ଏକ ଚାମଚ କ୍ଷୀର ପାଉଡର ପକାଇ ମିଶାଇ ଦିଅନ୍ତୁ। ଏହାକୁ ହାଲକା ଆତରେ ମସାଜ କରି ସଫା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ଚେହେରାରେ ଲଗାଇଲେ କଳାପଣ ଦୂର ହୋଇଥାଏ ଏବଂ ଚେହେରା ଦାଗହୀନ ଦେଖାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.