ଯଦି ଆପଣଙ୍କ ଶରୀର ଫୁଲି ଯାଉଛି, ଜାଣନ୍ତୁ କେଉଁ ଭିଟାମିନ ଓ ସପ୍ଲିମେଣ୍ଟ ହେବ ଅଧିକ ଫଳପ୍ରଦ
ଶରୀର ଫୁଲି ଯାଉଥିଲେ ଏହାକୁ କମାଇବା ପାଇଁ କେଉଁ ଭିଟାମିନ ଓ ସପ୍ଲିମେଣ୍ଟ ନେବା ଆବଶ୍ୟକ । ଏବଂ କେଉଁ ଭିଟାମିନ ଅଧିକ କାମ କରିବ,ଏହା ଜାଣିବା ଜରୁରୀ । ଏହାଛଡ଼ା ଯଦି ସପ୍ଲିମେଣ୍ଟ ଠିକ ଅନୁପାତରେ ନିଆଯାଏ,ତାହା ଶରୀର ପାଇଁ ଲାଭକାରୀ ହୋଇଥାଏ । ଆସନ୍ତୁ ଜାଣିବା ଫୁଲା କମାଇବା ପାଇଁ ଭିଟାମିନ ଓ ସପ୍ଲିମେଣ୍ଟକୁ କେମିତ ଖାଇବେ ।
ଫୁଲା କମାଇବା ପାଇଁ ଏହି ଭିଟାମିନ ଓ ସପ୍ଲିମେଣ୍ଟ କରିଥାଏ ସହଯୋଗ
ଭିଟାମିନ ଏ-
ଭିଟାମିନ ‘ଏ’ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବା ପାଇଁ କାମ କରିଥାଏ । ଏହା ଶରୀରର ଫୁଲାକୁ କମାଇବାରେ କାମ କରିଥାଏ । ଏଥିପାଇଁ ଆପଣ ଭିଟାମିନ ‘ଏ’ ଯୁକ୍ତ ଖାଦ୍ୟ ଦୁଧ,ଦହି, ଗାଜର, ପତ୍ର ଥିବା ପରିବା ଖାଇପାରିବେ । କିମ୍ବା ସିଧାସଳଖ ଭିଟାମିନ ଏ ଟାବଲେଟ ମଧ୍ୟ ନେଇପାରିବେ ।
ବ୍ରୋମଲେନ –
ବ୍ରୋମଲେନ ଦାନ୍ତ, ନାକ ଓ ଗୋଡ ସର୍ଜରୀ ପରେ ଫୁଲାଫୁଲି ପାଇଁ ଭଲ କାମ କରିଥାଏ । ବ୍ରୋମଲେନ କ୍ୟାପସୁଲ ବା ଟାବଲେଟ ଭାବେ ଖିଆଯାଇପାରେ । ଏହା ସପୁରୀ ରସରୁ ବାହାରି ଥାଏ । ହେଲେ ବ୍ରୋମଲେନର ଆବଶ୍ୟକୀୟ ମାତ୍ରା ପୁରଣ କରିବା ପାଇଁ ଏତେ ପରିମାଣରେ ସପୁରୀ ଜୁସ ପିଇବା ସମ୍ଭବ ନୁହେଁ ।
ଭିଟାମିନ ଇ –
ଏଣ୍ଟି ଅକ୍ସିଡାଣ୍ଟରେ ଭରପୁର ଭିଟାମିନ ଇ ଶରୀରର ପ୍ରତିରକ୍ଷା ଶକ୍ତିକୁ ବଢ଼ାଇବା ସହ ଶରୀରର ଫୁଲାଫୁଲି କମ କରିଥାଏ । ବାଦାମ, ଚିନା ବାଦାମ, ଡାଇରି ପ୍ରଡକ୍ଟ, ପତ୍ର ଥିବା ପରିବା,ଶାଗ ଓ ଶସ୍ୟରେ ଭରପୁର ଭିଟାମିନ ସି ରହିଥାଏ ।
ରସୁଣ –
ରସୁଣ ମଧ୍ୟ ଫୁଲାଫୁଲି କମ କରିଥାଏ । ମାଂସପେଶୀ ଓ ବ୍ଲଡ ସର୍କ୍ୟୁଲେସନକୁ ଭଲ କରିଥାଏ । ଫୁଲା ଓ ଦରଜ କମ କରିଥାଏ । ତେଣୁ ଦୈନିକ କଞ୍ଚା ରସୁଣ ଖାଇବାର ଅଭ୍ୟାସ କରନ୍ତୁ ।
ଓମେଗା-୩ ଫ୍ୟାଟି ଏସିଡ-
ଓମେଗା-୩ ଫ୍ୟାଟି ଏସିଡ ଦରଜ ଓ ଫୁଲା କମ କରିଥାଏ । ଏହା ଏପରି ପୋଷକ ତତ୍ତ୍ୱ ଯାହା ଆମର ଶରୀର ତିଆରି କରି ନଥାଏ । ଆପଣ ଏହାକୁ ନଟସ, ଫ୍ଲେକସିଡ ଆଦିରୁ ପାଇପାରିବେ ।