ଏବେ ଗୁଗଲ ମ୍ୟାପରୁ ଜାଣନ୍ତୁ ନିଜ ଲୋକେସନ୍‌ ର Air Quality

ଗୁଗଲ ମ୍ୟାପ କେବଳ ଆମକୁ ସଠିକ ସ୍ଥାନ ସମ୍ପର୍କରେ ସୂଚନା ଦେଇନଥାଏ ବରଂ ଏହା ଆମକୁ ଟୋଲ ଠାରୁ ଦୂରେଇବା, ଶସ୍ତା ଦାମରେ ପେଟ୍ରୋଲ ଖୋଜିବା, ଘର ତଥା ଅନ୍ୟାନ୍ୟ ସ୍ଥାନକୁ ନାଭିଗେଟ କରିବା ସହ ପାଖା ପାଖି ସ୍ଥାନର ସମସ୍ତ ତଥ୍ୟ ଦେଇଥାଏ। ଯଦି ଆମକୁ କେଉଁ ସ୍ଥାନକୁ ଯିବାକୁ ପଡେ ଆଉ ଆମେ ସେହି ସ୍ଥାନ ସମ୍ପର୍କରେ କିଛି ଜାଣି ନଥାଉ ତେବେ ଆମେ ଗୁଗଲ ମ୍ୟାପର ସାହାଯ୍ୟ ନେଇଥାଉ। କିନ୍ତୁ ଏବେ ଗୁଗଲ ମ୍ୟାପ କେବଳ ସ୍ଥାନ ସମ୍ପର୍କିତ ଦିଗ ବିଷୟରେ କହିବ ନାହିଁ ବରଂ ଏହା ଏବେ ଆପଣଙ୍କ ଚାରିପାଖରେ ଥିବା ବାୟୁମଣ୍ଡଳ ତଥା ପରିବେଶ କେତେ ପରିଷ୍କାର ଓ ଏହା ଆପଣଙ୍କ ଶରୀର ପ୍ରତି ଏହା କେତେ ସୁରକ୍ଷିତ ସେ ସମ୍ପର୍କରେ ସମସ୍ତ ସୂଚନା ଦେବ।

ଗୁଗଲ ଏବେ air quality layer ନିଜ ମ୍ୟାପରେ ଆଡ୍‌ କରିଛି। ଯାହା ପ୍ରତ୍ୟେକ ୟୁଜର୍ସଙ୍କୁ ଏହା ସମ୍ପର୍କରେ ଆସିଷ୍ଟ କରିବ। ସେମାନଙ୍କୁ ସଠିକ ଟ୍ରାକ ରେକର୍ଡ ଦେବ। AQI ସାହାଯ୍ୟରେ ଆପଣ air quality ସମ୍ପର୍କରେ ସବୁ କିଛି ଜାଣିପାରିବେ। ଏହାପରେ ସେମାନେ ସେହି ସ୍ଥାନରେ ରହିବାର ସଠିକ ନିଷ୍ପତ୍ତି ମଧ୍ୟ ନେଇପାରିବେ। ଏହା ଏବେ ସମସ୍ତ ଏରିଆ ପାଇଁ ଆଭିଲେଭଲ କରାଯାଇଛି । ଏଥିରେ united states ସହ ଭାରତ ମଧ୍ୟ ସାମିଲ ରହିଛି।

ଏବେ ଜାଣନ୍ତୁ କିପରି କରିବେ ଚେକ୍‌:
– ପ୍ରଥମେ ଗୁଗଲ ମ୍ୟାପକୁ ଓପନ କରନ୍ତୁ। ଏହାପରେ ଲେୟାର ଆଇକନ୍‌ କୁ ଚୁଜ୍‌ କରନ୍ତୁ।
– ଏହାପରେ AQI ଅପସନକୁ ସିଲେକ୍ଟ କରନ୍ତୁ।
– ଯେତେବେଳେ ଆପଣ Air quality View କୁ ଚୁଜ କରିବେ ସେତେବେଳେ ମ୍ୟାପ ଆପଣଙ୍କୁ ଉକ୍ତ ସ୍ଥାନର air quality ସମ୍ପର୍କରେ ସମସ୍ତ ସୂଚନା ଦେବ।
ତେବେ ସ୍ଥାନର air quality ସମ୍ପର୍କରେ ଜାଣିବା ପାଇଁ କଲର କୋଡର ଅପସନ ଦିଆଯାଇଛି। ଯେମିତିକି ସହଜରେ ଆପଣ ଏହା ସମ୍ପର୍କରେ ସବୁ କିଛି ଜାଣିପାରିବେ। ଏହାକୁ ସହଜରେ ଡିଟେକ୍ଟ କରିପାରିବେ। ଆପଣ ଯେଉଁ ଅପସନ କୁ ଚୁଜ କରିବେ ସେଥିରେ ସେହି ସ୍ଥାନ ସମ୍ପର୍କରେ ସବୁୁ କିଛି ମେନସନ୍‌ କରାଯାଇଥିବ।

ଗୁଗଲ ମ୍ୟାପ ବର୍ତ୍ତମାନ ଆପଣଙ୍କୁ ଏସବୁ ସମ୍ପର୍କରେ ଜାଣିବା ପାଇଁ ସାହାଯ୍ୟ କରିବ। ତେବେ ସାଧାରଣ ଭାବେ ଗୁଗଲ ମ୍ୟାପ ଉଭୟ Government ଓ Private Monitoring Station ର ସମସ୍ତ ତଥ୍ୟ ୟୁଜର୍ସ ମାନଙ୍କୁ ଦେଇଥାଏ। ଏହବାଦ୍‌ ଯଦି ୟୁଜର୍ସ ଅଲଗା ଲୋକେସନକୁ ଟ୍ରାକ କରନ୍ତି ତେବେ ଗୁଗଲ ନିଜ NowCast algorithim ଅନୁଯାୟୀ air quality ସମ୍ପର୍କରେ ସୂଚନା ଦେଇଥାଏ।

ତେବେ ଏହାକୁ ଜାଣିବା ପାଇଁ ଆପଣ ଗୁଗଲରେ air quality ସହ ଲୋକେସନକୁ ଏଣ୍ଟର କରାଇ ଏହାସମ୍ପର୍କିତ ତଥ୍ୟ ଜାଣିପାରିବେ। ଏମିତିରେ ଏହା ଆଣ୍ଡ୍ରଏଡ ଓ iOS ଡିଭାଇସ୍‌ ରେ ଆଗରୁ ପ୍ରିଇନଷ୍ଟଲ ହୋଇ ରହିଥାଏ। ଏହାବାଦ୍‌ ଏହି ଆପ୍‌ କୁ ପାଖାପାଖି ୧୦ ବିଲିୟନ କ୍ଲବ ଗତ ବର୍ଷ ଡାଉନଲୋଡ କରିଛନ୍ତି। ତେବେ ଯଦି ଆପଣଙ୍କ ପାଖେ ଏହି ଆପ୍‌ ନାହିଁ ତେବେ G Maps ଦ୍ୱାରା ଆପଣ ନିଜ ଲୋକେସନ ର air quality ସମ୍ପର୍କରେ ଜାଣିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.