କେତେ ପ୍ରକାରର ହୋଇଥାଏ ଡାର୍କ ସର୍କଲ୍ସ, ଜାଣନ୍ତୁ କିପରି ଦୂର କରିବେ ଏହି ସମସ୍ୟା

ଆଖିର ତଳ ଭାଗ ଅତ୍ୟନ୍ତ ସୂକ୍ଷ୍ମ ହୋଇଥାଏ ଏବଂ ଏହା ଶୀଘ୍ର ପିଗମେଣ୍ଟେସନର ଶିକାର ହୋଇଥାଏ । ବୟସ ବଢ଼ିବା ସଙ୍ଗେସଙ୍ଗେ ତ୍ୱଚା ଢିଲା ହେବା ଆରମ୍ଭ କରେ ଏବଂ ଏହାର ଅଧିକ ପ୍ରଭାବ ଆଖି ତଳେ ପଡ଼ିଥିବା ନଜର ଆସେ ।

ଡାର୍କ ସର୍କଲ୍ସ ଅର୍ଥାତ ଆଖିତଳେ କଳା ଦାଗ, ଯାହା ଆପଣଙ୍କ ଲୁକ ଖରାପ କରିବା କାମ କରିଥାଏ । ଏହାକୁ ରିମୋଭ କରିବା ସହଜ ନୁହେଁ । ସେହିପରି ଏହାକୁ ଲୁଚାଇବା ପାଇଁ ମହିଳାମାନେ ମେକଅପର ସାହାଯ୍ୟ ନେଇଥାନ୍ତି । ଡାର୍କ ସର୍କଲ୍ସ ଏକ ସାଧାରଣ ସମସ୍ୟା କାରଣ ଏହା ମହିଳା ଏବଂ ପୁରୁଷ ଉଭୟଙ୍କୁ ପ୍ରଭାବିତ କରିଥାଏ । ଅଧିକତର ଲୋକମାନେ ଆଖିତଳେ ହୋଇଥିବା କଳାଦାଗକୁ କେବଳ ଡାର୍କ ସର୍କଲ୍ସ ଭାବିଥାନ୍ତି କିନ୍ତୁ ଏହା କେତେ ପ୍ରକାର ଜାଣି ନଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଡାର୍କ ସର୍କଲ୍ସର ମଧ୍ୟ ବିଭିନ୍ନ ଟାଇପ ରହିଛି । ତେବେ ଆସନ୍ତୁ ଜାଣିବା କେତେ ପ୍ରକାରର ଡାର୍କ ସର୍କଲ୍ସ ରହିଛି ଏବଂ ଏହାକୁ ରିମୋଭ କରିବା ପାଇଁ ଆପଣ କେଉଁ ଜିନିଷର ସାହାଯ୍ୟ ନେଇ ପାରିବେ ।

ଆଖିର ତଳ ଭାଗ ଅତ୍ୟନ୍ତ ସୂକ୍ଷ୍ମ ହୋଇଥାଏ ଏବଂ ଏହା ଶୀଘ୍ର ପିଗମେଣ୍ଟେସନର ଶିକାର ହୋଇଥାଏ । ବୟସ ବଢ଼ିବା ସଙ୍ଗେସଙ୍ଗେ ତ୍ୱଚା ଢିଲା ହେବା ଆରମ୍ଭ କରେ ଏବଂ ଏହାର ଅଧିକ ପ୍ରଭାବ ଆଖି ତଳେ ପଡ଼ିଥିବା ନଜର ଆସେ । କୋଲେଜନ ଅଭାବରୁ ଆଖି ତଳ ତ୍ୱଚା ଶୀଘ୍ର କଳା ପଡ଼ିବା ଆରମ୍ଭ କରେ ।

ଡାର୍କ ବ୍ରାଉନ୍‌ ସର୍କଲ୍ସ: ଡାର୍କ ବ୍ରାଉନ ରଙ୍ଗ ର ସର୍କଲ୍ସ କାରଣରୁ ଆଖି ଥକାଥିବା ନଜର ଆସେ । ଏହି ଡାର୍କ ସର୍କଲ୍ସ ହେବାର ଅନେକ କାରଣ ରହିଛି, ଯେଉଁଥିରେ ଆଖି ଫୁଲିବା, ଏଲର୍ଜି, ଆଖିକୁ ଘଷିବା, ହର୍ମୋନାଲ ସମସ୍ୟା କିମ୍ବା ଜେନେଟିକ ସମସ୍ୟା ସାମିଲ ଥାଏ । ଏହି ପ୍ରକାରର ଡାର୍କ ସର୍କଲ୍ସ କମ କରିବା ପାଇଁ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ ହୋଇଥାଏ । ଆଖିକୁ ବାରମ୍ବାର ଘଷିବା ବନ୍ଦ କରିବା ଦ୍ୱାରା ଏହା କମ ହୋଇପାରିବ ।

ବ୍ଲାକ ଡାର୍କ ସର୍କଲ୍ସ: ଅଧିକାଂଶ ମାମଲାରେ ଏହି ବ୍ଲାକ ଡାର୍କ ସର୍କଲ୍ସ ଦେଖାଯାଏ । ଆଖି ତଳେ କଳା ପଡ଼ିବା ବର୍ତ୍ତମାନ ସମୟରେ ଅତି ସାଧାରଣ କଥା ଏବଂ ଏହାର ମୁଖ୍ୟ କାରଣ ନିଦ କମ ହେବା ବା ଷ୍ଟ୍ରେସ ଅଧିକ ହେବା । ଏହା ବ୍ୟତୀତ କୋଲେଜନ ପ୍ରଡକ୍ସନ କମ ହେଉଥିବାରୁ ମଧ୍ୟ ବ୍ଲାକ ଡାର୍କ ସର୍କଲ୍ସ ହୋଇଥାଏ । ତ୍ୱଚାରେ ଫାଟି ଟିସ୍ୟୁ ଥିଲେ ମଧ୍ୟ ଏହି ସମସ୍ୟା ଦେଖାଯାଏ । ଏହାକୁ ଦୂର କରିବା ପାଇଁ ତ୍ୱଚାରେ ହାଇଡ୍ରେସନକୁ ଠିକ ରଖନ୍ତୁ । କାକୁଡ଼ି ଏବଂ ଅନ୍ୟାନ୍ୟ ଫଳ କୁ ଖାଇବା ଦ୍ୱାରା ଏହାକୁ କମ କରାଯାଇ ପାରିବ ।

ବ୍ଲୁ ବା ପର୍ପଲ କଲର ଡାର୍କ ସର୍କଲ୍ସ : ଲାଇଫ ଷ୍ଟାଇଲ ଠିକ ନହେବା ଦ୍ୱାରା ଏହି ପ୍ରକାରର ଡାର୍କ ସର୍କଲ୍ସ ହୋଇଥାଏ । ଖରାପ ଡାଇଜେସନ, ବ୍ଲଡ ସର୍କୁଲେସନ ଠିକ ଭାବେ ନହେବା, ନିଦ ନଆସିବା, ଆଇରନ କମ ହେବା, ଡିହାଇଡ୍ରେସନ କାରଣରୁ ଏହି ଡାର୍କ ସର୍କଲ୍ସ ହୋଇପାରେ । ଏହି ସମସ୍ୟାରୁ ବଞ୍ଚିବା ପାଇଁ ନିଦ ପୂରା କରିବା ଜରୁରୀ, ସପ୍ତାହରେ ଦୁଇ ଥର ଷ୍ଟିମ୍‌, ହେଲଦି ଡାଏଟ ଏବଂ ଅଧିକ ରୁ ଅଧିକ ପାଣି ପିଇବା ଦ୍ୱାରା ଏହି ସମସ୍ୟା ଦୂର ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.