ପ୍ରଥମ ଜନ୍ମଦିନ ପାଳନ ପାଇଁ ସମସ୍ତେ ଘର ସଜାରେ ଥିଲେ ବ୍ୟସ୍ତ, ସେପଟେ ୧୨ ମହଲା ସିଢିରୁ ଖସିପଡି ଶିଶୁପୁତ୍ର ମୃତ

ଦିଲ୍ଲୀର ଗ୍ରେଟର ନୋଏଡାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ହସଖୁସିରେ ଫାଟିପଡୁଥିବା ପରିବାରରେ କ୍ଷଣିକରେ ଦୁଃଖର ବାଦଲ ଦେଖାଦେଇଛି। ୧୨ମହଲାରୁ ଖସିପଡି ଜୀବନ ହାରିଛି ବର୍ଷିକିଆ ପିଲା।

ସୂଚନା ମୁତାବକ, ଗ୍ରେଟର ନୋଏଡାର କାସା ଗ୍ରୀନ୍ସ୧ ହାଉସିଂ ସୋସାଇଟିରେ ସତ୍ୟେନ୍ଦ୍ର କୋମନ ନାମକ ଜଣେ ବ୍ୟକ୍ତି ପୁଅ ରୀଓ୍ଵାନର ପ୍ରଥମ ଜନ୍ମଦିନ ପାଳନ କରିବା ପାଇଁ ବହୁତ ଉତ୍ସାହିତ ରହିଥିଲେ। ଘରକୁ ଅତିଥିମାନେ ମଧ୍ୟଆସିଥିଲେ। ଜନ୍ମଦିନ ପାଳନ ହେବ ବୋଲି ସମସ୍ତେ ଘର ସଜାଉଥିଲେ। ମଧ୍ୟ କିନ୍ତୁ ଏହି ସମୟରେ ରୀଓ୍ଵାନ ଖେଳୁଥିବା ସମୟରେ ଘରର ମେଡ କବାଟ ଖୋଲାଥିବାରୁ ବାହାରକୁ ଚାଲିଯାଇଥିଲା। ଆଉ ସିଢିରୁ ଖସି ତାର ମୃତ୍ୟୁ ଘଟିଥିଲା।

ରୀଓ୍ଵାନ ସିଢିରୁ ଖସିଯିବା ପରେ ପରିବାର ଲୋକେ ତାକୁ ସଙ୍ଗେ ସଙ୍ଗେ ହସପିଟାଲ ନେଇଥିଲେ କିନ୍ତୁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.