ଝାଡ଼ଖଣ୍ଡରେ ଯାତ୍ରୀବାହୀ ବସ୍‌ ଓ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା :୧୬ ମୃତ, ୧୭ ଆହତ

ମାଲକାନଗିରି(କେନ୍ୟୁଜ୍): ଝାଡ଼ଖଣ୍ଡର ପାକୁଡ଼ ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା । ୧୬ ଜଣଙ୍କ ମୃତ୍ୟୁ, ୧୭ ଆହତ । ଗୋବିନ୍ଦପୁର-ସାହେବଗଞ୍ଜ ରାଜ୍ୟ ରାଜପଥର ପାଦେରକୋଲା ଗାଁ ନିକଟରେ ଯାତ୍ରୀବାହୀ ବସ୍‌ ଓ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୭ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବସ୍‌ରେ ୪୦ ଜଣ ଯାତ୍ରୀ ସାହିବଗଞ୍ଜ ଜିଲ୍ଲାରୁ ଦେଓଘରର ଯଶୀଡିହ ଯାଉଥିଲେ ।

accident 2

ଦୁର୍ଘଟଣା ପରେ ଗ୍ୟାସ କଟରରେ ଗାଡ଼ିକୁ କଟାଯାଇ ଯାତ୍ରୀମାନଙ୍କୁ ବାହାର କରାଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ଉଭୟ ବସ୍‌ ଓ ଟ୍ରକର ସମ୍ମୁଖ ଭାଗ ଚୂରମାର ହୋଇଯାଇଛି । ଉଭୟ ଗାଡ଼ି ଦ୍ରୁତ ଗତିରେ ଯାଉଥିଲେ । ତେବେ ଘନ କୁହୁଡ଼ି ଯୋଗୁ ରାସ୍ତା ଠିକ ଭାବେ ଦେଖାଯାଉନଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଦୁର୍ଘଟଣାରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ଏଥିରେ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.