ଉତ୍ତରପ୍ରଦେଶ ଇଟାଓ୍ଵା ଲାୟନ ସଫାରୀରେ ୨ ସିଂହ କରୋନାରେ ସଂକ୍ରମିତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶରେ ଦୁଇ ସିଂହ କରୋନା ପଜିଟିଭ୍‌ । ଇଟାଓ୍ଵା ଲାୟନ ସଫାରୀରେ ୨ ସିଂହ କରୋନାରେ ସଂକ୍ରମିତ ହୋଇଛନ୍ତି । ୧୪ ସିଂହଙ୍କ ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଏଥିରେ ୨ ସିଂହଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଇଟାଓ୍ଵା ସଫାରୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହି ଦୁଇ ସିଂହଙ୍କୁ ଆଇସୋଲେସନରେ ରଖାଯାଇଛି । ପଜିଟିଭ ରିପୋର୍ଟ ଆସିବା ପରେ ଲାୟନ ସଫାରୀରେ ହାଇ ଆଲର୍ଟ ଜାରି କରାଯାଇଛି । ଏହାସହ ଉତ୍ତରପ୍ରଦେଶରେ ଥିବା ଅନ୍ୟ ଚିଡିଆଖାନା ଉପରେ ମଧ୍ୟ ସତର୍କ ନଜର ରଖାଯାଇଛି । ପୂର୍ବରୁ ହାଇଦ୍ରାବାଦର ନେହେରୁ ଜୁଲୋଜିକାଲ ପାର୍କରେ ୮ ସିଂହ କରୋନାରେ ସଂକ୍ରମିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.