ଲକ୍ଷେ ବର୍ଷରେ ‘୨୦୨୩’ ଥିଲା ପୃଥିବୀର ସବୁଠାରୁ ଉତ୍ତପ୍ତ ବର୍ଷ

ଜଳବାୟୁ ପରିବର୍ତ୍ତନରେ ଅସ୍ବାଭାବିକ ପରିବର୍ତ୍ତନ । ୨୦୨୩ ଥିଲା ପୃଥିବୀର ସବୁଠାରୁ ଉତ୍ତପ୍ତ ବର୍ଷ । ଗତ ଲକ୍ଷେ ବର୍ଷ ଭିତରେ ଏହା ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା । ଏହି ତଥ୍ୟ ଦେଇଛି ୟୁରୋପୀୟ ସଂଘର କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା ।

କେନ୍ୟୁଜ୍‌ ଓଡ଼ିଶା: ଜଳବାୟୁ ପରିବର୍ତ୍ତନରେ ଅସ୍ବାଭାବିକ ପରିବର୍ତ୍ତନ । ୨୦୨୩ ଥିଲା ପୃଥିବୀର ସବୁଠାରୁ ଉତ୍ତପ୍ତ ବର୍ଷ । ଗତ ଲକ୍ଷେ ବର୍ଷ ଭିତରେ ଏହା ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା । ଏହି ତଥ୍ୟ ଦେଇଛି ୟୁରୋପୀୟ ସଂଘର କୋପରନିକସ୍ ଜଳବାୟୁ ପରିବର୍ତ୍ତନ ସେବା । ଜଳବାୟୁ ଦୃଷ୍ଟିରୁ ଏହା ଏକ ଅତ୍ୟନ୍ତ ଅସାଧାରଣ ବର୍ଷ ଥିଲା । ଜୁନ୍ ମାସଠାରୁ ପ୍ରତ୍ୟେକ ମାସ ପୂର୍ବବର୍ଷଗୁଡ଼ିକର ସମାନ ମାସ ତୁଳନାରେ ବିଶ୍ୱର ସବୁଠାରୁ ଉତ୍ତପ୍ତ ମାସ ପାଲଟିଥିଲା।

ଗ୍ଲେସିୟରରେ ଗଛ ଓ ଏୟାର ବବଲ୍ ଉତ୍ସରୁ ପାଲିଓକ୍ଲାଇମେଟିକ୍ ଡାଟା ରେକର୍ଡ ଯାଞ୍ଚ କରି ସି୩ଏସ୍ ନିର୍ଦ୍ଦେଶକ କାର୍ଲୋ ବୁଣ୍ଟେମ୍ପୋ କହିଛନ୍ତି, ଗତ ଲକ୍ଷେ ବର୍ଷ ମଧ୍ୟରେ ଏହା ସବୁଠାରୁ ଗରମ ବର୍ଷ ହେବାର ପ୍ରମାଣ ବହନ କରୁଛି । ୧୮୫୦-୧୯୦୦ ପ୍ରାକ୍ ଶିଳ୍ପ ସମୟ ତୁଳନାରେ ୨୦୨୩ ମସିହାରେ ପୃଥିବୀ ହାରାହାରି ୧.୪୮ ଡିଗ୍ରୀ ସେଲସିୟସ୍ ଉଷ୍ଣ ଥିଲା । ଯେତେବେଳେ ମଣିଷ ଶିଳ୍ପସ୍ତରରେ ଜୀବାଷ୍ମ ଇନ୍ଧନ ଜାଳିବା ଆରମ୍ଭ କରିଥିଲା ଓ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ନିର୍ଗମନ ଘଟାଇଥିଲା, ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ତଥ୍ୟ ଅନୁଧ୍ୟାନରୁ ୨୦୨୩ ହିଁ ସର୍ବାଧିକ ଉତ୍ତପ୍ତ ଥିଲା ବୋଲି ଜଣାପଡିଛି ।

୨୦୧୫ ପ୍ୟାରିସ ଚୁକ୍ତି ଅନୁସାରେ, ବିଶ୍ୱ ତାପମାତ୍ରା ୧.୫ ସେଲସିୟସ ଅତିକ୍ରମ କରିବାରୁ ଏହାକୁ ରୋକିବା ଦିଗରେ ରାଜିନାମା ହୋଇଥିଲା । ଏହାର ୮ ବର୍ଷ ମଧ୍ୟରେ ଏ ଦିଗରେ ବିଶେଷ ଅଗ୍ରଗତି ହୋଇପାରିନାହିଁ। ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ ପରି ରେକର୍ଡ ପରିମାଣର ଗ୍ରୀନହାଉସ ଗ୍ୟାସ ନିର୍ଗମନକୁ ରୋକିବା ଏବେ ପୂରା ବିଶ୍ବ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.