ଆଜି ଟୁଇନ୍ ସିଟିରେ ଘନ କୁହୁଡ଼ିର ଆସ୍ତରଣ, ୩ ଦିନ ପରେ ରାଜ୍ୟରେ ବଢ଼ିବ ଥଣ୍ଡା

ପୁଣି ଫେରିବ ଶୀତ । ତିନି ଦିନ ପରେ ରାଜ୍ୟରେ ଖସିବ ପାରଦ । ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବ ।

ଭୁବନେଶ୍ୱର (କେନ୍ୟୁଜ୍‌ ଓଡ଼ିଶା): ପୁଣି ଫେରିବ ଶୀତ । ତିନି ଦିନ ପରେ ରାଜ୍ୟରେ ଖସିବ ପାରଦ । ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବ । ଫଳରେ ରାଜ୍ୟକୁ ଫେରିବ ଜାଡ଼ । ବର୍ତ୍ତମାନ ତୁଳନାରେ ବଢ଼ିବ ଥଣ୍ଡା ପ୍ରକୋପ । ଏବେ ଶୀତ କମ୍ ଥିବା ବେଳେ ଅଧିକ ରହୁଛି କୁହୁଡ଼ି ପ୍ରଭାବ । ଆଜି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଏପରିକି, କିଛି ମିଟର ଦୂରରୁ ବି ଦେଖାଯାଉ ନାହିଁ ରାସ୍ତାଘାଟ କି ଗାଡ଼ିମୋଟର ।

ଗତ କିଛି ଦିନ ହେବ ରାଜ୍ୟରେ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆସନ୍ତାକାଲି ଯାଏ ଏଭଳି କୁହୁଡ଼ି ଜାରି ରହିବ । ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ଯାଏ ରହିପାରେ । ଆଜି ପାଇଁ ୨୨ଟି ଜିଲ୍ଲାକୁ କୁହୁଡ଼ି ୱାର୍ଣ୍ଣିଂ ଜାରି କରିଥିଲା ପାଣିପାଗ ବିଭାଗ । କାଲି ପାଇଁ ଉପକୂଳ ଓଡ଼ିଶା ସହ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ଲାଗି ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.