ଘନ କୁହୁଡ଼ିରେ ଲୁଚିଗଲା ଶ୍ରୀମନ୍ଦିର, ଭକ୍ତ ନୀଳଚକ୍ର ଦର୍ଶନରୁ ବଞ୍ଚିତ

ଘନ କୁହୁଡ଼ିରେ ଲୁଚିଗଲା ଶ୍ରୀମନ୍ଦିର । କୁହୁଡିରେ ଅଦୃଶ୍ୟ ହୋଇଯାଇଛି ଶ୍ରୀମନ୍ଦିର ନୀଳଚକ୍ର । ଘନ କୁହୁଡି ହେତୁ ଅନେକ ସମୟ ଧରି ଭକ୍ତ ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଛନ୍ତି ।

ପୁରୀ (କେନ୍ୟୁଜ୍‌ ଓଡ଼ିଶା): ଘନ କୁହୁଡ଼ିରେ ଲୁଚିଗଲା ଶ୍ରୀମନ୍ଦିର । କୁହୁଡିରେ ଅଦୃଶ୍ୟ ହୋଇଯାଇଛି ଶ୍ରୀମନ୍ଦିର ନୀଳଚକ୍ର । ଘନ କୁହୁଡି ହେତୁ ଅନେକ ସମୟ ଧରି ଭକ୍ତ ନୀଳଚକ୍ର ଦର୍ଶନରୁ ବଞ୍ଚିତ ରହିଛନ୍ତି । ପତିତପାବନଙ୍କୁ ଦର୍ଶନ କରିବାରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । ରାଧାବଲ୍ଲଭ ମଠ ନିକଟ ନିଷିଦ୍ଧାଞ୍ଚଳ ବାହାରୁ ପତିତପାବନଙ୍କୁ ଦର୍ଶନ କରୁଥିବା ଭକ୍ତମାନଙ୍କ ଦର୍ଶନରେ ଟିକେ ସମସ୍ୟା ଉପୁଜିଥିଲା । ବଡ଼ଦାଣ୍ଡରେ ଲାଇଟ ଲଗାଇ ଗାଡ଼ି ଚଳାଚଳ କରୁଥିବା ଦେଖିବାକୁ ମିଳିଛି । ଘନ କୁହୁଡ଼ି ଯୋଗୁ ସୂର୍ଯ୍ୟ ମଧ୍ୟ ଲୁଚିଯାଇଥିଲେ । ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ଘନ କୁହୁଡି ବଳୟ ମଧ୍ୟରେ ଅଦୃଶ୍ୟ ହୋଇପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.