ଜଳ, ସ୍ଥଳ, ଏବଂ ଆକାଶ ତିନି ପାର୍ଶ୍ୱରୁ ସୁରକ୍ଷିତ ହେବ ରାମ ମନ୍ଦିର, ସୁରକ୍ଷା ଯୋଜନାରେ ଖର୍ଚ୍ଚ ହେବ ୩୮ କୋଟି ଟଙ୍କା

ଉଦ୍‌ଘାଟନ ପୁର୍ବରୁ ଶ୍ରୀରାମ ମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରଶାସନ ରଣନୀତି ପ୍ରସ୍ତୁତ କରୁଛି । ମନ୍ଦିରକୁ ଆକାଶ ମାର୍ଗ ଆକ୍ରମଣରୁ ସୁରକ୍ଷା, ସରୟୁ ନଦୀ ଏବଂ ସ୍ଥଳ ଭାଗରୁ ସୁରକ୍ଷା ପାଇଁ ଯୋଜନା ପସ୍ତୁତ କରାଯାଇଛି । ମନ୍ଦିର ବାହାରର ସୁରକ୍ଷା ଦାୟିତ୍ୱ ମଧ୍ୟ ପ୍ରଶାସନ ନେଇଛି । ମନ୍ଦିର ଭିତରର ଦାୟିତ୍ୱ ଟ୍ରଷ୍ଟ ନେବ । ପ୍ରଶାସନ ଅଧିକାରୀମାନେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ନେବେ ।

ଶ୍ରୀରାମ ମନ୍ଦିରର ସୁରକ୍ଷା ଯୋଜନାକୁ ନେଇ ଚାଲିଛି ପ୍ରସ୍ତୁତି । ଏହି ଯୋଜନାରେ ପାଖାପାଖି ୩୮ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପାଣ୍ଠିକୁ ଅନୁମୋଦନ କରାଯାଇଛି ଏବଂ ନିର୍ମାଣର ସମସ୍ତ ଦାୟିତ୍ୱ ୟୁପି ନିର୍ମାଣ ନିଗମକୁ ହସ୍ତାନ୍ତର କରାଯାଇଛି । ତେବେ ଆସନ୍ତା କିଛି ଦିନ ମଧ୍ୟରେ ଏହାର ଡିପିଆର ଶାସନ ନିକଟକୁ ପଠାଇ ଦିଆଯିବ । ଏହି ସୁରକ୍ଷା ଯୋଜନାରେ ଜଳ, ସ୍ଥଳ ଏବଂ ଆକାଶର ତିନି ପାର୍ଶ୍ୱରୁ ସୁରକ୍ଷାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

ନଭେମ୍ବର ସୁଦ୍ଧା ମନ୍ଦିରର ସୁରକ୍ଷାକୁ ମଜବୁତ କରିବା ପାଇଁ ସ୍ଥିର କରାଯାଇଛିି । ଯୋଜନାର ପ୍ରଥମ ପର୍ଯ୍ୟାୟ ଉପରେ କାମ ଆରମ୍ଭ କରିବାକୁ ପସ୍ତୁତି ଚାଲିଛି । ଉଦ୍‌ଘାଟନ ପୂର୍ବରୁ ଶ୍ରୀରାମ ମନ୍ଦିରର ସୁରକ୍ଷାକୁ ଦୃଷ୍ଟିରେ ରଖାଯିବ । ୨୦୨୪ ଜାନୁଆରୀ ୧୫ରେ ଏହି ମନ୍ଦିର ଉଦ୍‌ଘାଟନ ହେବ ଏବଂ ଏହା ପରେ ଶ୍ରୀରାମଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କ ଭିଡ଼ ବଢ଼ିବାରେ ଲାଗିବ ।

ଉଦ୍‌ଘାଟନ ପୁର୍ବରୁ ଶ୍ରୀରାମ ମନ୍ଦିର ଏବଂ ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରଶାସନ ରଣନୀତି ପ୍ରସ୍ତୁତ କରୁଛି । ମନ୍ଦିରକୁ ଆକାଶ ମାର୍ଗ ଆକ୍ରମଣରୁ ସୁରକ୍ଷା, ସରୟୁ ନଦୀ ଏବଂ ସ୍ଥଳ ଭାଗରୁ ସୁରକ୍ଷା ପାଇଁ ଯୋଜନା ପସ୍ତୁତ କରାଯାଇଛି । ମନ୍ଦିର ବାହାରର ସୁରକ୍ଷା ଦାୟିତ୍ୱ ମଧ୍ୟ ପ୍ରଶାସନ ନେଇଛି । ମନ୍ଦିର ଭିତରର ଦାୟିତ୍ୱ ଟ୍ରଷ୍ଟ ନେବ । ପ୍ରଶାସନ ଅଧିକାରୀମାନେ ଆଭ୍ୟନ୍ତରୀଣ ସୁରକ୍ଷା ଦାୟିତ୍ୱ ନେବେ । ମନ୍ଦିର ବାହାରେ CRPF ସମେତ ଅନ୍ୟ ସୁରକ୍ଷା ବାହିନୀ ନିୟୋଜିତ ରହିବେ । ବାୟୁ ସୁରକ୍ଷା ପାଇଁ ଅତ୍ୟାଧୁନିକ ପ୍ଲାଣ୍ଟ ଏବଂ ସିସିଟିଭି କ୍ୟାମେରା ଲଗାଯିବ । ଫାୟର ସେଫ୍ଟି, ବୋଲାର୍ଟ, ବୁଲେଟ ପ୍ରୁଫ ଜାକେଟ, ସର୍ଚ୍ଚ ଲାଇଟ ଳଗାଯିବ । ରାମ ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ସରୟୁ ନଦୀ ପାର୍ଶ୍ୱର ସୁରକ୍ଷାକୁ ମଧ୍ୟ ନଜର ଦିଆଯିବ ।

ଏଥିପାଇଁ ଓ୍ଵାଟର ସେଫ୍ଟି ସହିତ ବିଶେଷ ଡଙ୍ଗାରେ ସୁରକ୍ଷାକର୍ମୀ ନିୟୋଜିତ ରହିବେ । ମନ୍ଦିର ସୁରକ୍ଷାକୁ ନଜର ଦେବା ପାଇଁ ଆଧୁନିକ ଉପକରଣରେ ଭର୍ତ୍ତିଥିବା କଣ୍ଟ୍ରୋଲ ରୁମ ନିର୍ମାଣ କରାଯିବ । ମନ୍ଦିରର ସିକ୍ୟୁରିଟି ପ୍ଲାନ ପ୍ରସ୍ତୁତ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏଥିପାଇଁ ୩୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ନଭେମ୍ବର ମାସ ଶେଷକୁ ସ୍ଥିର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.