କରୋନା ଭୟ : ଇରାନରୁ ସ୍ୱଦେଶକୁ ଫେରିଲେ ୫୮ ଭାରତୀୟ

ଇରାନରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେଠାରେ ଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବାକୁ ଯାଇଥିବା ବାୟୁସେନା ବିମାନ ଗାଜିଆବାଦର ହିଣ୍ଡୋନ୍ ଏୟାର ବେସରେ ମଙ୍ଗଳବାର ଅବତରଣ କରିଛି। ଏଥିରେ ୫୮ ଭାରତୀୟ ସ୍ୱଦେଶ ଫେରିଛନ୍ତି। ଭାରତୀୟଙ୍କୁ ଆଣିବା ପାଇଁ ବାୟୁସେନାର ପରିବହନକାରୀ ବିମାନ ସି-୧୭ ଗ୍ଲୋବ୍ମାଷ୍ଟର ସୋମବାର ଇରାନ ଅଭିମୁଖେ ଯାତ୍ରା କରିଥିଲା। ଇରାନରୁ ଫେରିଥିବା ସମସ୍ତ ଭାରତୀୟଙ୍କୁ ସ୍କ୍ରିନିଂ କରାଯିବା ପରେ ଛଡ଼ାଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ସୂଚନା ଦେଇଛନ୍ତି।

corna

ଇରାନରେ କରୋନା ପ୍ରକୋପକୁ ଦେଖି ୭୦ ହଜାର କଏଦୀଙ୍କୁ ଛାଡିଦିଆଯାଇଛି। ସମଗ୍ର ବିଶ୍ୱରେ ଚୀନ ବାହାରେ ୩,୯୪୦ରୁ ଉର୍ଦ୍ଧ୍ୱ ମାମଲା ପଞ୍ଜିକୃତ ହୋଇଛି। ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ କରୋନା ଭାଇରସ ସଂକ୍ରମଣରେ ଚାରିହଜାର ଲୋକ ମୃତ୍ୟୁବରଣ କରିସାରିଲେଣି। ଏହାଛଡା ଲକ୍ଷାଧିକ ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.