ଆଫଗାନିସ୍ତାନରେ ୮୦ ସ୍କୁଲ ଛାତ୍ରୀଙ୍କୁ ବିଷ ଦେଇ ଆକ୍ରମଣ

ପାଖାପାଖି ୮୦ ଜଣ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଜଣା ପଡ଼ିଛି । ଉତ୍ତର ଅଞ୍ଚଳରେ ଅବସ୍ଥିତ ସର-ଏ-ପୁଲ ପ୍ରାନ୍ତରେ ଏଭଳି ଘଟଣା ଘଟିଛି । ଶିକ୍ଷାର ପ୍ରାନ୍ତ ବିଭାଗ ନିର୍ଦ୍ଦେଶକ ମୋହମ୍ମଦ ରହମାନୀ ଏହି ଘଟଣା ବିଷୟରେ ଜଣାଇଛନ୍ତି । ସଂଗଚାରକ ଜିଲ୍ଲାରେ ପ୍ରଥମ ରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଛାତ୍ରୀଙ୍କୁ ବିଷ ଦିଆଯାଇଛି ।

(କେନ୍ୟୁଜ ବ୍ୟୁରୋ): ଆଫଗାନିସ୍ତାନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ପାଖାପାଖି ୮୦ ଜଣ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଜଣା ପଡ଼ିଛି । ଉତ୍ତର ଅଞ୍ଚଳରେ ଅବସ୍ଥିତ ସର-ଏ-ପୁଲ ପ୍ରାନ୍ତରେ ଏଭଳି ଘଟଣା ଘଟିଛି । ଶିକ୍ଷାର ପ୍ରାନ୍ତ ବିଭାଗ ନିର୍ଦ୍ଦେଶକ ମୋହମ୍ମଦ ରହମାନୀ ଏହି ଘଟଣା ବିଷୟରେ ଜଣାଇଛନ୍ତି । ସଂଗଚାରକ ଜିଲ୍ଲାରେ ପ୍ରଥମ ରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଛାତ୍ରୀଙ୍କୁ ବିଷ ଦିଆଯାଇଛି । ବିଶେଷ ଭାବେ ନସଓ୍ଵାନ-ଏ- କବୋଦ ଆବ ସ୍କୁଲ ର ୬୦ ଛାତ୍ରୀ ଏବଂ ନସଓ୍ଵାନ-ଏ-ଫୈଜାବାଦ ସ୍କୁଲର ୧୭ ଛାତ୍ରୀଙ୍କୁ ବିଷ ଦିଆଯାଇଛି ।

ରହମାନୀ ଏହା କହିଛନ୍ତି ଯେ, ଦୁଇଟି ପ୍ରାଥମିକ ସ୍କୁଲ ନିକଟରେ ରହିଛି ଏବଂ ଗୋଟିଏ ପରେ ଗୋଟିଏ ସ୍କୁଲ କୁ ଆକ୍ରମଣ କରାଯାଇଥିଲା । ପରେ ଛାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସମସ୍ତ ଛାତ୍ରୀ ସୁସ୍ଥ ଥିବା ଜଣା ପଡ଼ିଛି । ସମ୍ପୃକ୍ତ ଘଟଣାର ତଦନ୍ତ ଚାଲିଛି । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ଜଣେ ବ୍ୟକ୍ତି କ୍ରୋଧରେ ଏଭଳି ଆକ୍ରମଣ କରିଥିଲା । ମିଳିଥିବା ସୂଚନା ଅନୁସାରେ ରହମାନୀ, ବିଷର ପ୍ରଭାବ କିମ୍ବା ଛାତ୍ରୀଙ୍କ ସହ ହୋଇଥିବା କ୍ଷତି ବିଷୟରେ ସ୍ପଷ୍ଟ କରି ନାହାନ୍ତି ।

୨୦୨୧ ମସିହାରେ ତାଲିବାନ ଶାସନକୁ ଆସିବା ପରେ ଆଫଗାନ ମହିଳା ଏବଂ ଝିଅମାନଙ୍କ ଅଧିକାର ଏବଂ ସ୍ୱତନ୍ତ୍ରତା ଉପରେ ପ୍ରତିବନ୍ଧକ ଲଗାଯାଇଛି । ତାଲିବାନ ଶାସନ ଅନୁସାରେ ଝିଅମାନଙ୍କ ଉଚ୍ଚ ଶିକ୍ଷା ଦିଆ ନଯିବା ସହ ଷଷ୍ଠ ଶ୍ରେଣୀ ପରେ ହିଁ ସେମାନଙ୍କ ଶିକ୍ଷା ଉପରେ ରୋକ ଲଗାଯାଇଛି । ଏହା ବ୍ୟତୀତ ମହିଳାମାନଙ୍କ ରୋଜଗାର ଏବଂ ସାର୍ବଜନିକ ସ୍ଥାନକୁ ଯିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଆଫଗାନିସ୍ତାନର ପଡ଼ୋଶୀ ଦେଶ ଇରାନରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଥିଲା । ଗତ ବର୍ଷ ନଭେମ୍ବର ମାସରେ ଏହି ଅଞ୍ଚଳରେ ମଧ୍ୟ ସ୍କୁଲ ଛାତ୍ରୀଙ୍କୁ ବିଷ ଦିଆଯାଇଥିବା ଖବର ସାମ୍ନାକୁ ଆସିଥିଲା । ଏହି ଘଟଣାରେ ବିଷାକ୍ତ ଧୂଆଁ ଦ୍ୱାରା ଛାତ୍ରୀମାନେ ଅସୁସ୍ଥ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.