କୋଚ୍‌ ନମିଳିବାରୁ ଖେତରେ ଝିଅକୁ ଟ୍ରେନିଂ ଦେଲେ ବାପା, ରାଷ୍ଟ୍ରିୟ ସ୍ତରରେ ହାସଲ କଲେ ସ୍ୱର୍ଣ୍ଣ ପଦକ

ଆଜି ପର୍ଯ୍ୟନ୍ତ ଆପଣମାନେ ପିଲାମାନଙ୍କୁ କୋଚ୍‌ ହିଁ ପ୍ରଶିକ୍ଷଣ ଦେବାର ଦେଖିଥିବେ। କିନ୍ତୁ ହିସାର ଜିଲ୍ଲାରେ ଅବସ୍ଥିତ ଖାନପୁର ଗ୍ରାମରେ ଜଣେ ପିତା ନିଜର ଦୁଇ ଝିଅକୁ ଖେତରେ ହିଁ ଖେଳର ପ୍ରଶିକ୍ଷଣ ଦେଉଛନ୍ତି। କେବଳ ଏତିକି ନୁହେଁ, ପିତାଙ୍କ ପ୍ରଶିକ୍ଷଣ ଦେବା ପରେ ବଡ ଝିଅ ଦିବ୍ୟାଙ୍ଗ (ପାରା) ଖେଳରେ ଗୀତା ରାଷ୍ଟ୍ରିୟ ସ୍ତରରେ ଦୁଇଟି ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିସାରିଛନ୍ତି। ସୂଚନା ମୁତାବକ ଝିଅକୁ ଦେଢ ବର୍ଷ ହୋଇଥିବା ସମୟରୁ ହିଁ ପିତା ଜଗତ ସିଂହ ତାଙ୍କୁ ଖେଳର ଅଭ୍ୟାସ କରାଇଆସୁଛନ୍ତି। ଗୀତା ସଟ୍‌ପୁଟ ଏବଂ କ୍ଲବ ଥ୍ରୋରେ ଖୁବ୍‌ ଚକତ୍କାରୀ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ରିପୋର୍ଟ ଅନୁଯାୟୀ ଜଗତ ସିଂହ କହିଛନ୍ତି ଗତ ୨୦୧୮ରେ ମହାବୀର ଷ୍ଟାଡିୟମରେ ଆଥେଲେଟିକ୍‌ କୋଚ ପଓ୍ଵନ ଲାମ୍ବାଙ୍କ ପାଖରେ ଅଭ୍ୟାସ କରୁଥିଲେ। ଏହି ସମୟରେ ସେ ଝିଅକୁ ସବୁବେଳେ ନିଜ ସାଥୀରେ ନେଇ ଆସୁଥିଲେ ଏବଂ ଝିଅର ଅଭ୍ୟାସ ଦେଖୁଥିଲେ। କିନ୍ତୁ ଏହାର କିଛି ମାସ ପରେ କୋଚ୍‌ଙ୍କର ଟ୍ରାନ୍ସଫର ହୋଇଯାଇଥିଲା। ଏହାପରେ ଯେତେବେଳେ ଝିଅକୁ ଅଭ୍ୟାସ କରାଇବା ପାଇଁ କୋଚ୍‌ ମିଳିନଥିଲେ ସେହି ସମୟରେ ପିତା ନିଜେ ଖେତରେ ଗୀତାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ।

ଜଗତ ସିଂହଙ୍କର ଦୁଇଟି ଝିଅ। ବଡ ଝିଅ ଗୀତ, ସାନ ଝିଅ କିରଣ। ସେ ତାଙ୍କର ଦୁଇ ଝିଅଙ୍କୁ ପ୍ରତ୍ୟେକ ଦିନ ଦୁଇ ଘଣ୍ଟା ଅଭ୍ୟାସ କରାଇଥାନ୍ତି। ଜଗତ ସିଂହଙ୍କ କହିବାନୁଯାୟୀ ଏବେ ସେ ବଡ ଝିଅଙ୍କ ସହ ସାନ ଝିଅଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେବା ଆରମ୍ଭ କରିସାରିଲେଣି। ସାନ ଝିଅକୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିବା ଭଳି ଖେଳାଳୀ କରିବାକୁ ଚାହୁଁଛି ବୋଲି ଜଗତ କହିଛନ୍ତି।