Below header

ପୁରୁଣା ୧୦ ଟଙ୍କା ନୋଟ୍ କୁ ନେଇ ହତ୍ୟା

ମୁମ୍ବାଇ: ମୁମ୍ବାଇର ଦାଦର ଅଞ୍ଚଳରେ ୧୦ଟଙ୍କିଆ ନୋଟ୍ କୁ ନେଇ ଗଣ୍ଡଗୋଳ ଲାଗିବା ସମୟରେ ୩୫ ବର୍ଷର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ସୂଚନା ଅନୁଯାୟୀ ଗତ ସୋମବାର ରାତିରେ ହନିଫ ସିନ୍ଧୀକି ଦାଦର ରେଲୱେ ଷ୍ଟେସନ ବାହାରେ ରେହଡି ବାଲା ଠାରୁ ପରିବା କିଣୁଥିଲେ। ପୋଲିସ କହିବା ଅନୁଯାୟୀ ପୁରୁଣା ନୋଟ୍ କୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତି ହେବାପରେ ବ୍ୟବସାୟୀ ଜଣକ ସିନ୍ଧୀକିଙ୍କ ପେଟରେ ଛୁରୀ ଭୁସି ଦେଇଥିଲେ। ସୂଚନା ଅନୁଯାୟୀ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏପଟେ ପରିବା ବ୍ୟବସାୟୀ ଜଣକ ଫେରାର୍ ହୋଇଯାଇଥିଲେ ମଧ୍ୟ ଶେଷରେ ଗିରଫ କରାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ ଦୋଷୀଙ୍କ ବିରୁଧରେ ହତ୍ୟା ମାମଲା ରୁଜୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.