ପଡୋଶୀଙ୍କ ଉପରେ ଦୁଇଟି ବିଲେଇ ଛୁଆକୁ ମାରିଥିବାର ବ୍ୟକ୍ତି ଆଣିଲେ ଅଭିଯୋଗ, ଜାଣନ୍ତୁ ପରେ କଣ ହେଲା
ଗାନ୍ଧିନଗର: କୋଟାୟମରେ ଏକ ବ୍ୟକ୍ତିଙ୍କ ଉପରେ ଦୁଇଟି ଛୁଆ ବିଲେଇକୁ ହତ୍ୟା କରିଥିବାର ଅଭିଯୋଗ ଆସିଛି। ସେଥିରୁ ଗୋଟିଏକୁ ଖାଇଛନ୍ତି ଓ ଅନ୍ୟଟିକୁ ମାରି ଦେଇଥିବା ନେଇ ବିଲେଇର ମାଲିକ ଥାନାରେ ଏତଲା ଦେଇଛନ୍ତି।
ଏତଲା ପରେ କୋଟିୟମର ଗାନ୍ଧିନଗର ପୋଲିସ ମାମଲା ରୁଜ କରି ଅନୁସନ୍ଧାନ ଆରମ୍ଭ କରିଦେଇଛି। ଅଭିଯୋଗ କରିଥିବା ୩୨ ବର୍ଷିୟ ଷ୍ଟିଫେନ କହିଛନ୍ତି ଗତ ସପ୍ତାହରେ ପଡୋଶୀ ଘରୁ ଏକ ଗୁଳି ଫୁଟିବାର ଶଦ୍ଧ ଶୁଣିବାକୁ ପାଇଥିଲେ। ଏହା ପରେ ପଡୋଶୀଙ୍କ ଘରୁ ତାଙ୍କ ବିଲେଇର ଛୁଆ କୁଞ୍ଜୟ କ୍ଷତାକ୍ତ ହୋଇ ବାହାରକୁ ବାହାରିଥିଲା। ଦୁଇଦିନ ପରେ କୁଞ୍ଜୟ ମୃତ୍ୟୁ ହୋଇଯାଇଥିଲା ଓ କୁଞ୍ଜୟକୁ ଷ୍ଟିଫେନ ନିଜ ଘରର ଅଗଣାରେ ସମାଧି ଦେଇଥିଲେ। ପରେ ସେହି ବିଲେଇ ଛୁଆକୁ ସମାଧିରୁ ବହାର କରି ପୋଷ୍ଟମଟର୍ମ କରିବା ପାଇଁ ପୋଲିସକୁ ଦାବି କରିଥିଲେ।
ଆହୁରି ପଢନ୍ତୁ: ନାଗ ଦେବତାଙ୍କ ସହ ଜଡିତ ପ୍ରାଚୀନ ମନ୍ଦିର, ଯେଉଁଠାରେ ଦର୍ଶନ କଲେ ଦୂର ହୋଇଥାଏ କାଳସର୍ପ ଦୋଷ
କୁଞ୍ଜୟର ମୃତ୍ୟୁ ପରେ ସୁସନ୍ନା ନାମକ ଏକ ଛୁଆବିଲେଇ ହଠାତ ନିଖୋଜ ହୋଇଗଲା। ଯାହକୁ ରାନ୍ଧି ଖିଆଯାଇଥିବାର ଷ୍ଟିଫେନ ଏତଲାରେ ଦର୍ଶାଇଛନ୍ତି। ଷ୍ଟିଫେନ ଏହି ମାମଲାରେ ସାଂସଦ ମେନକା ଗାନ୍ଧିଙ୍କୁ ମଧ୍ୟ ଅଭିଯୋଗ ପତ୍ର ପଠାଇଛନ୍ତି । ଏମିତି ଏକ ମାମଲା ମଇରେ କରୁକାଚଳରେ ସାମ୍ନାକୁ ଆସିଥିଲା। ଯେଉଁଠି ଜଣେ ବ୍ୟକ୍ତି ପଡୋଶୀଙ୍କ ଦୁଇଟି ବିଲେଇ ଛୁଆକୁ ମାରି ସର୍ବସାଧାରଣ ଯାଗାରେ ଓହଳାଇଦେଇଥିଲା। ଏହି ଘଟାଣାରେ ଅଭିଯୁକ୍ତକୁ ଗିରଫ କରି ଜେଲ ପଠାଯାଇଥିଲା।