Below header

ଇଏ ପାଗଳାମୀ ନା’ ସାହସିକତା! ଜୀବନକୁ ପାଣି ଛଡ଼ାଇ ୟୁକ୍ରେନ୍‌ରେ ଯୁଦ୍ଧର ଡକ୍ୟୁମେଣ୍ଟାରୀ ସୁଟିଂ କରୁଛନ୍ତି ହଲିଉଡ୍‌ ଆକ୍ଟର ସିନ୍‌ ପେନ୍‌

ୟୁକ୍ରେନ୍‌ରେ ଏବେ ଚାଲିଛି ଘମାଘୋଟ ଲଢ଼େଇ। ରୁଷ ସେନା ପାଖାପାଖି ୟୁକ୍ରେନ୍‌ର ଅର୍ଦ୍ଧାଧିକ ଅଂଶକୁ ନିଜ କବ୍‌ଜାକୁ ନେଇ ସାରିଲାଣି। ଏବେ ସେଠାରେ ରକ୍ତର ନଦୀ ବୋହୁଛି କହିଲେ ଭୁଲ ହେବନି। କିନ୍ତୁ ଏମିତି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ୟୁକ୍ରେନ୍‌ ମାଟିରେ ଚାଲିଛି ଡକ୍ୟୁମେଣ୍ଟାରୀ ଫିଲ୍ମ ସୁଟିଂ। ଶୁଣିବାକୁ ଅଦ୍ଭୁତ ଲାଗୁଥିଲେ ବି କଥାଟି ଏକଦମ୍‌ ସତ। ୟୁକ୍ରେନ୍‌ରେ ଏବେ ଡକ୍ୟୁମେଣ୍ଟାରୀ ସୁଟିଂ କରୁଛନ୍ତି ହଲିଉଡ୍‌ ଅଭିନେତା ତଥା ପ୍ରଯୋଜକ ସିନ୍‌ ପେନ୍‌।

ସିନ୍‌ ପେନ୍‌ ଏବେ ୟୁକ୍ରେନ୍‌ରେ ଅଛନ୍ତି। ସେ ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଘମାସାନ୍‌ ଯୁଦ୍ଧ ଉପରେ ଡକ୍ୟୁମେଣ୍ଟାରୀ ତିଆରି କରୁଛନ୍ତି। ତାଙ୍କର ଏହି କାମକୁ କେହି କେହି ପାଗଳାମୀ କହୁଥିବା ବେଳେ ଆଉ କିଛି କିନ୍ତୁ ସାହସିକତା ବୋଲି କହି ପ୍ରଶଂସା କରୁଛନ୍ତି। ଯୁଦ୍ଧ ବେଳର ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରିବାକୁ ନିଜେ ସିନ୍‌ ପେନ୍‌ ୟୁକ୍ରେନ୍‌ରେ ପହଞ୍ଚିଛନ୍ତି। ସେ ନିଜ କ୍ୟାମେରା ଟିମ୍‌କୁ ବି ନିଜ ସହ ଯୁଦ୍ଧ କ୍ଷେତ୍ରକୁ ନେଇଛନ୍ତି।

ସିନ୍‌ ପେନ୍‌ଙ୍କର ଏହି ସାହସିକତାକୁ ନିକଟରେ ୟୁକ୍ରେନ୍‌ ରାଷ୍ଟ୍ରପତି କାର୍ଯ୍ୟାଳୟ ପକ୍ଷରୁ ଫେସ୍‌ବୁକ୍‌ରେ ପୋଷ୍ଟ କରି ପ୍ରଶଂସା କରାଯାଇଛି। ଏହି ପୋଷ୍ଟରେ କୁହାଯାଇଛି, ପେନ୍‌ ପ୍ରେସ୍‌ ବ୍ରିଫିଂରେ ଅଂଶଗ୍ରହଣ କରିଥିଲେ, ସେ ଉପ ପ୍ରଧାନମନ୍ତ୍ରୀ ଇରୀନା ବିରେଶଚୁକ୍‌ଙ୍କ ସମେତ ଅନ୍ୟ ଗଣମାଧ୍ୟମ ପ୍ରତିନିଧିକୁ ଭେଟି ଆକ୍ରମଣ ବିଷୟରେ ଆଲୋଚନା କରିଛନ୍ତି।

Image Credit: Facebook

ଆଉ ଏକ ପୋଷ୍ଟରେ କୁହାଯାଇଛି- ସିନ୍‌ ପେନ୍‌ ୟୁକ୍ରେନ୍‌ରେ ଘଟୁଥିବା ସମସ୍ତ ଘଟଣାକୁ ରେକର୍ଡ କରିବାକୁ ଏଠାକୁ ଆସିଛନ୍ତି। ଏବେ ସେ ୟୁକ୍ରେନ୍‌ରେ ଡକ୍ୟୁମେଣ୍ଟାରୀ ପାଇଁ ସୁଟିଂ ଚଲାଇଛନ୍ତି। ସେ ଆମ ଦେଶ ଉପରେ ହୋଇଥିବା ଆକ୍ରମଣର ସତ୍ୟତା ନିଜ ଫିଲ୍ମ ମାଧ୍ୟମରେ ସାରା ଦୁନିଆକୁ କହିବେ। ତେବେ ଏହି ଯୁଦ୍ଧର କାହାଣୀ କେବେ ପରଦାରେ ପ୍ରଦର୍ଶନ କରାଯିବ ସେ ନେଇ ଏବେ କୌଣସି ସୂଚନା ମିଳିନାହିଁ। ଅନ୍ୟପଟେ ସିନ୍‌ଙ୍କର ଏହି ପଦକ୍ଷେପକୁ ତାଙ୍କ ଫ୍ୟାନ୍‌ମାନେ ଖୁବ୍‌ ପ୍ରଶଂସା କରୁଥିବା ଦେଖାଯାଇଛି।

Also Read: ବ୍ଲାକ୍‌ ବେଲ୍ଟ ପୁଟିନ୍‌ଙ୍କୁ ବଡ଼ ଝଟ୍‌କା, ଅଧ୍ୟକ୍ଷ ଓ ଆମ୍ବାସାଡ଼ର ପଦରୁ ସସ୍‌ପେଣ୍ଡ୍‌ କଲା ଜୁଡୋ ଫେଡେରେସନ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.