‘ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ’: ବିଜେପି ସରକାର ଭାଙ୍ଗିବା ପରେ ଏମିତି ଟ୍ଵିଟ୍‌ କଲେ ଲାଲୁଙ୍କ ଝିଅ

ବିହାରରେ ବିଜେପି ସରକାର ଭାଙ୍ଗିବା ପରେ ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦକଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଇତି ମଧ୍ୟରେ ଲାଲୁଙ୍କ ଝିଅ ଏକ ଟ୍ଵିଟ୍‌ କରି ବିହାରରେ ଲାଲୁଙ୍କ ଖେଳ ଫେରିଛି ବୋଲି କହିଛନ୍ତି। ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ କିଙ୍ଗ୍‌ ମେକର ବୋଲି ସମ୍ବୋଧନ କରି ଭୋଜପୁରୀ ଗୀତ- ଲାଲୁ ବିନା ଚାଲୁ ଏ ବିହାର ନା ହୋଗୀ (ଲାଲୁଙ୍କ ବିନା ବିହାର ଚାଲିବା ଅସମ୍ଭବ) ସେୟାର କରିଛନ୍ତି।

ଦେଖନ୍ତୁ ଟ୍ଵିଟ୍‌:

ଲାଲୁଙ୍କ ଝିଅ ରୋହିଣୀ ଏହି ଗୀତର ଭିଡିଓ ସେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି- ‘ରାଜତିଳକ ପ୍ରସ୍ତୁତ କର, ଲଣ୍ଠନଧାରୀ ଆସୁଛନ୍ତି’। ଏହି ଗୀତଟି ଭୋଜପୁରୀ ଗାୟକ ତଥା ଅଭିନେତା ଖେସରୀ ଲାଲ ଯାଦବଙ୍କର। ନିର୍ବାଚନ ପୂର୍ବର ଏହି ଗୀତ ରିଲିଜ୍‌ ହୋଇଥିଲା, ଯାହା ସେତେବେଳେ ସୁପରହିଟ୍‌ ହୋଇଥିଲା।

ପ୍ରକାଶ ଯେ ଆଜି ରାଜ୍ୟରେ ବିଜେପି ସରକାର ଭାଙ୍ଗିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ଵାନଙ୍କୁ ଇସ୍ତଫା ଦେବାପାଇଁ ରାଜଭବନ ପହଞ୍ଚିଥିଲେ। ଏନଡିଏ ଠାରୁ ଅଲଗା ହେବା ପରେ ନୀତୀଶ କୁମାର ମହମେଣ୍ଟ ସହ ସରକାର ଗଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏନଡିଏ ସହ ମେଣ୍ଟ ଭାଙ୍ଗିବା ସଂପର୍କରେ ନୀତୀଶ କହିଛନ୍ତି ଯେ ଦଳର ସବୁ ବିଧାୟକ ଓ ସାଂସଦ ଏନଡିଏ ଛାଡ଼ିବା ନେଇ ସହମତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୀତୀଶ କୁମାର ଆରଜେଡି ମୁଖ୍ୟ ତେଜସ୍ବୀ ଯାଦବଙ୍କୁ ଭେଟିଛନ୍ତି ଓ ସରକାର ଗଠନ ସମ୍ପର୍କରେ ଆଲୋଚନା କରିଥିବା କୁହାଯାଉଛି ।

Also Read: ‘କଭି ଇଦ୍‌ କଭି ଦିଓ୍ଵାଲି’ରୁ ବାହାରି ନାହାନ୍ତି ଶେହନାଜ୍‌ ଗିଲ୍‌, ଇନ୍‌ଷ୍ଟାଗ୍ରାମ୍‌ ଯୋଗେ ନିଜେ ଦେଲେ ସୂଚନା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.