ନଅ ହଜାର ଟଙ୍କାର ଚାଲାଣ ବିରୋଧରେ ଲଢ଼ିଲେ ତିନିବର୍ଷ ଏବଂ ଖର୍ଚ୍ଚ କଲେ ୨୭ ଲକ୍ଷ

ତିନି ବର୍ଷ ପୂର୍ବେ ୭୧ ବର୍ଷୀୟ ରିସର୍ଚ୍ଚ କିଡ଼ବେଲଙ୍କ ନିକଟକୁ ଏକ ନୋଟିସ ଆସିଥିଲା । ଯେଉଁଥିରେ ସେ ନିର୍ଦ୍ଧାରିତ ଗତି ଠାରୁ ଅଧିକ ବେଗରେ ଗାଡି ଚଳାଉଥିବା ଅଭିଯୋଗ ହୋଇଥିଲା । ଏହାସହିତ ଏଥିରେ ୧୦୦ ପାଉଣ୍ଡ ବା ୮୮୫୮ ଟଙ୍କା ଚାଲାଣ ମଧ୍ୟ ଥିଲା । ତାଙ୍କ ଉପରେ ୪୮ କିଲୋମିଟର ପ୍ରତି ଘଣ୍ଟା ଜୋନରେ ୫୬ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗାଡି ଚଳାଉଥିବାର ଆରୋପ ଲାଗିଥିଲା ।

ରୀଚାର୍ଡଙ୍କର ଭରସା ଥିଲା ଯେ ସେ ଗତିସୀମାର ଉଲ୍ଲଙ୍ଘନ କରିନାହାନ୍ତି । ଯଦିଓ ସେ ଏହି ନୋଟିସର ଜବାବ ଦେଇନଥିଲେ କିନ୍ତୁ ୨୦୧୬ରେ ହୋଇଥିବା ଏହି ଘଟଣାରେ ସେ ଦୀର୍ଘ ତିନିବର୍ଷ ପର‌୍ୟ୍ୟନ୍ତ କୋର୍ଟରେ ଆଇନ ବିରୋଧରେ ଲଢେଇ କରିଥିଲେ । ଏହି ସବୁ ମଧ୍ୟରେ ତାଙ୍କର ପାଖାପାଖି ୨୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ଏଥିରେ ଓକିଲ ପାଇଁ ୧୮ ଲକ୍ଷ ଟଙ୍କା ଏବଂ ବାକି ଟଙ୍କା କୋର୍ଟ ଫିସ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଥିଲା।

ଏହାସହ ପଢନ୍ତୁ ଏହି ସ୍ଥାନରେ ବିବାହ ସମୟରେ ବରକୁ ଯୌତୁକରେ ଦିଆଯାଇଥାଏ ୨୧ଟି ବିଷାକ୍ତ ସାପ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବ୍ରିଷ୍ଟେଲର ଅବସରପ୍ରାପ୍ତ ଇଂଜିନିୟର କିଡବେଲ କହିଛନ୍ତି ଯେ, ସେ ନଭେମ୍ବର ୨୦୧୬ରେ ନ୍ୟୁ ରୋଡ଼ ୱାରକେଷ୍ଟରରେ ନିର୍ଦ୍ଧାରିତ ଥିବା ୪୮ କିଲୋମିଟର ଗତିର ସୀମା ପାର କରିନଥିଲେ । ପରେ ସ୍ପିଡ଼ ପାଇଁ ଥିବା ନୋଟିସ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କିଡବେଲ ପୋଲିସକୁ କହିଥିଲେ ଯେ ସେ କୌଣସି ନୋଟିସର ଜବାବ ଦେବାପାଇଁ ଚାଁହୁନଥିଲେ । କୋର୍ଟରେ ତାଙ୍କର ଏକ୍ସପର୍ଟ କହିଥିଲେ ଯେ ଯେଉଁ କ୍ୟାମେରା ତାଙ୍କ କାରର ସ୍ପିଡ଼କୁ ମାପୁଥିଲା ସେ ତାଙ୍କ ସାଇଡ଼ରେ ଚାଲୁଥିଲା ଓ ଏହାର ରେକର୍ଡିଙ୍ଗରେ କୌଣସି ଭୁଲ ହୋଇଥାଇପାରେ ।