ଚୀନ୍‌ରୁ ଭାରତ ଫେରିଲେ ୩୨୪ ଜଣ ଭାରତୀୟ, ଆଇଟିବିପି ପକ୍ଷରୁ ଦିଲ୍ଲୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ଚୀନ୍‌ରୁ ଭାରତ ଫେରିଲେ ୩୨୪ ଜଣ ଭାରତୀୟ । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ବୋଇଂ ବି-୭୪୭ ଯୋଗେ ସେମାନଙ୍କୁ ଭାରତ ଅଣାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ବିମାନର ଚୀନ୍‌ରୁ ଉଡାଣ ଭରିଥିଲା । ବିମାନରେ ଦିଲ୍ଲୀ ରାମ ମନୋହର ଲୋହିଆ ହସ୍ପିଟାଲର ୫ ଡାକ୍ତରୀ ଟିମ୍‌ ଥିଲେ । ଏହା ସହ ପାରା ମେଡିକାଲ ଷ୍ଟାଫ୍‌ ଥିଲେ । ଏମାନଙ୍କ ପାଖରେ ଜରୁରୀ ଔଷଧ, ମାସ୍କ, ଓଭରକୋଟ୍‌ ଓ ସିଲ୍‌ ଥିବା ଖାଦ୍ୟ ରହିଥିଲା । ଏମାନଙ୍କ ବ୍ୟତୀତ ଇଞ୍ଜିନିୟର୍ସ ଓ ସୁରକ୍ଷା ଅଧିକାରୀଙ୍କ ଏକ ଟିମ୍‌ ମଧ୍ୟ ବିମାନରେ ଥିଲେ । ବିମାନ ବନ୍ଦରରେ ପ୍ରଥମେ ଏମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେଠାରୁ ସମସ୍ତଙ୍କୁ ସେନା ଶିବିରକୁ ପଠାଯିବ ।

ଆଇଟିବିପି ପକ୍ଷରୁ ଦିଲ୍ଲୀରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଠାରେ ୬ ଶହ ଲୋକଙ୍କୁ ଚିକିତ୍ସା କରାଯାଇପାରିବ । ସେନା ପକ୍ଷରୁ ହରିୟାଣାର ମାନେସରରେ ଏକ କେନ୍ଦ୍ର କରାଯାଇଛି । ଏଠାରେ ମଧ୍ୟରେ ଚୀନ୍‌ରୁ ଫେରୁଥିବା ଲୋକଙ୍କ ଉପରେ ନଜର ରଖାଯିବ । ଯେଉଁମାନଙ୍କ ପାଖରେ କରୋନା ଭାଇରସ୍‌ ଥିବା ଆଶଙ୍କା କରାଯିବ, ସେମାନଙ୍କୁ ଦିଲ୍ଲୀ କେଣ୍ଟରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ସେହିପରି ଅଧିକ ଅସୁସ୍ଥ ଥିବା ରୋଗୀଙ୍କ ପାଇଁ ସଫଦରଗଞ୍ଜ ହସ୍ପିଟାଲରେ ୫୦ଟି ବେଡ୍‌ କରାଯାଇଛି । ଏହା ସହ ଆଲଓ୍ଵରରେ କରୋନା ରୋଗୀଙ୍କ ପାଇଁ ୨୫୦ଟି ବେଡ୍‌ର ବ୍ୟବସ୍ଥା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.