ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା, ୟୁକ୍ରେନ ପ୍ରତିରକ୍ଷା ପାଇଁ ମିଳିବ ଅସ୍ତ୍ରଶସ୍ତ୍ର 

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା । ୟୁକ୍ରେନ ପ୍ରତିରକ୍ଷା ପାଇଁ ମିଳିବ ଅସ୍ତ୍ରଶସ୍ତ୍ର । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହା କହିଛନ୍ତି । ଋଷ ଆକ୍ରମଣ ବିରୋଧରେ ଲଢ଼ିବାକୁ ଦିଆଯିବ ଅସ୍ତ୍ରଶସ୍ତ୍ର । ପୂର୍ବରୁ ଅସ୍ତ୍ରଶସ୍ତ୍ର ଶୀଘ୍ର ଦେବାକୁ ଜେଲେନସ୍କି ଅପିଲ କରିଥିଲେ । ଅସ୍ତ୍ରଶସ୍ତ୍ର ସହ ଅର୍ଥ ଓ ଖାଦ୍ୟ ବି ଯୋଗାଇବ ଆମେରିକା ।

ଏପଟ ୟୁକ୍ରେନ ଯୁଦ୍ଧ ଉପରେ ଆମେରିକା ଚୀନର କଥାବାର୍ତ୍ତା । ରୋମରେ ଅନୁଷ୍ଠିତ ହେଲା ଆମେରିକା ଚୀନ କଥାବାର୍ତ୍ତା । ଋଷକୁ ଚୀନ ଅସ୍ତ୍ରଶସ୍ତ୍ର ନଦେବାକୁ କହିଲା ଆମେରିକା । ହ୍ଵାଇଟ ହାଉସ ପକ୍ଷରୁ ଚୀନକୁ କଡ଼ା ଚେତାବନୀ । ମସ୍କୋକୁ କୌଣସି କ୍ଷେତ୍ରରେ ସହାୟତା କଲେ ସାଂଘାତିକ କୁପରିଣତି ଭୋଗିବାକୁ ପଡ଼ିବ ବୋଲି ଆମେରିକା କହିଛି । ରୋମ୍‌ରେ ଆମେରିକାNSA ଜେକ୍‌ ସୁଲିଭାନ୍‌ ଚୀନର ଟପ୍‌ ଅଫିସିଆଲଙ୍କୁ ଭେଟିଲେ । ଉଭୟ ଦେଶଙ୍କ ଭିତରେ ୟୁକ୍ରେନ ଯୁଦ୍ଧ ଉପରେ ବିସ୍ତତ ଆଲୋଚନା ହେଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.