କରୋନାର ଔଷଧକୁ ନେଇ ପତଞ୍ଜଳିର ଦାବି ଉପରେ ଆୟୁଷ ମନ୍ତ୍ରାଳୟ କହିଲା ଏହି ବଡ଼ କଥା, ମାଗିଲା ସମ୍ପୂର୍ଣ୍ଣ ବିବରଣୀ

କରୋନାକୁ ମାତ୍‌ ଦେବ ବାବା ରାମଦେବଙ୍କ ପତଞ୍ଜଳି। କରୋନା ନିବାରଣ ପାଇଁ ଆୟୁର୍ବେଦିକ ଔଷଧ କରୋନିଲ ପ୍ରସ୍ତୁତ ହୋଇଥିବା ନେଇ ଦାବି କରିଛନ୍ତି ବାବା ରାମଦେବ। ହରିଦ୍ୱାରରେ କରୋନିଲ ଔଷଧ ଲଞ୍ଚ କରିଛି ପତଞ୍ଜଳି। ଏହାକୁ ଦୁଇଟି ପର୍ଯ୍ୟାୟରେ ଟ୍ରାଏଲ କରାଯାଇ ସଫଳତା ମିଳିଥିବା ଦାବି କରିଛନ୍ତି ରାମଦେବ। ପ୍ରଥମେ କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡ଼ି ଓ ପରେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ ପରେ ସଫଳତା ମିଳିଛି। କ୍ଲିନିକାଲ କଣ୍ଟ୍ରୋଲ ଷ୍ଟଡ଼ିରେ ୨୮୦ଜଣଙ୍କୁ ସାମିଲ କରାଯାଇଥିଲା। ଏଥିରେ ଶତପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ପରେ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ଜଣଙ୍କ ଉପରେ କ୍ଲିନିକାଲ୍‌ କଣ୍ଟ୍ରୋଲ ଟ୍ରାଏଲ୍‌ କରାଯାଇଥିଲା। ୩ ଦିନ ଭିତରେ ୬୯ପ୍ରତିଶତ ପଜିଟିଭ୍‌ ରୋଗୀ ଔଷଧ ବ୍ୟବହାର ପରେ ନେଗେଟିଭ୍‌ ହୋଇଥିଲେ। ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିଲେ।

ସେପଟେ ପତଞ୍ଜଳିର କରୋନିଲ ନେଇ ଦାବିକୁ ନେଇ କଂପାନୀ ଠାରୁ କୈଫିୟତ ମାଗିଛି ଆୟୁଷ ମନ୍ତ୍ରାଳୟ। ଔଷଧର ସଂପୂର୍ଣ୍ଣ ବିବରଣୀ ପ୍ରଦାନ ସହ କରୋନିଲର ପ୍ରଚାର ଓ ବିଜ୍ଞାପନ ବନ୍ଦ କରିବାକୁ ପତଞ୍ଜଳିକୁ ନିର୍ଦ୍ଦେଶ ଦିଆଇଛି। ଆୟୁଷ ମନ୍ତ୍ରାଳୟର ପରୀକ୍ଷଣ ସଂପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଏହା ବନ୍ଦ ରହିବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.