ସାଧାରଣ ଜନତାଙ୍କୁ ବଡ଼ ଉପହାର: ୮୦ ଲକ୍ଷ ପରିବାକୁ ମିଳିବ ଶସ୍ତା ଘର
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଦେଶର ସାଧାରଣ ବଜେଟ ଲୋକସଭାରେ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ରେ ୮୦ ଲକ୍ଷ ପରିବାରଙ୍କୁ ଶସ୍ତା ଘର ମିଳିବ। ସରକାର Affordable Household Scheme ପାଇଁ ହିତାଧିକାରୀମାନଙ୍କୁ ଚିହ୍ନଟ କରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏଥି ସହିତ ସୀତାରମଣ କହିଛନ୍ତି ଯେ ଆଗାମୀ ୫ ବର୍ଷରେ ୬୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ସମସ୍ତ ରାଜ୍ୟଗୁଡ଼ିକୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପାଇଁ ଆଞ୍ଚଳିକ ଭାଷାରେ ସପ୍ଲିମେଣ୍ଟାରୀ ଶିକ୍ଷା ଉପଲବ୍ଧ କରାଇବାର ସୁବିଧା ମିଳିବ।
ଏହା ବ୍ୟତୀତ ଅର୍ଥମନ୍ତ୍ରୀ କହିଛନ୍ତି, ସରକାର ୨୦୨୨-୨୩ରେ ଭବିଷ୍ୟତର ଟେକ୍ନୋଲୋଜି ସହିତ ସଂଯୁକ୍ତ ଇ-ପାସପୋର୍ଟ ଜାରି କରିବେ। ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନା (ECLGS) ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ଗ୍ୟାରେଣ୍ଟି କଭରକୁ ୫୦,୦୦୦ କୋଟିରୁ ବଢ଼ାଇ ମୋଟ ୫ ଲକ୍ଷ କୋଟି ଟଙ୍କା କରି ଦିଆଯିବ। ଅର୍ଥମନ୍ତ୍ରୀ ନିଜ ବଜେଟ୍ ଭାଷଣରେ କହିଛନ୍ତି କି, ଗତ ଦୁଇ ବର୍ଷରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ସୁଧାର ଆସିଛି। ସମସ୍ତଙ୍କ ପ୍ରୟାସ ସହିତ ଆମେ ନିଜର ଯାତ୍ରା ଦୃଢ଼ ପ୍ରଗତି ସହ ଜାରି ରଖିବା। ବଜେଟରେ ଆଗାମୀ ୨୫ ବର୍ଷ ପାଇଁ ଅର୍ଥବ୍ୟବସ୍ଥା ଉପରେ ଫୋକସ୍ କରାଯାଇଛି।